ମଶାଣିରୁ ଉଡିଆସି ଚାଳରେ ବଥିଲା ଶାଗୁଣା, ଦେଖି କି ଧାଇଁଲେ ଗାଁ ଲୋକ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହଠାତ ଗୋଟିଏ ବଡ ପକ୍ଷୀ ଉଡିଆସିଥିଲା, ତାହାକୁ ଦେଖିଲା ବେଳକୁ ତାହା ଶାଗୁଣା ବୋଲି ଜାଣିବାକୁ ମିଳିଲା । ଏହାପରେ କିଛି ଦିନ ବୀତିଯିବା ପରେ ଗାଁ ର ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା । ଲୋକେ କହୁଥିଲେ ଏହି ଶାଗୁଣା ଗାଁ ମଶାଣି ପାଖରେ ଘୁରି ବୁଲୁଥିଲା ଆଉ ହଠାତ ଗାଁ କୁ ଆସିଲା । ଗାଁ ଲୋକ ଡର ଭୟରେ ସମସ୍ତେ ଦୌଡିଲେ । କାରଣ ଏହି ଶାଗୁଣା ବସିଥିଲା ଲୋକଙ୍କ ଚାଳରେ ।

ଏହି ଖବର ଯେତେବେଳେ ବନ ବିଭାଗର କାନରେ ପଡିଲା, ସେତେବେଳେ ବନ ବିଭାଗ ଭାବିଲା ଏତେବଡ ଶାଗୁଣା କୁଆଡୁ ଆସିଲା ? ଏହିଭଳି ଚର୍ଚ୍ଚା ହେଉଥିବା ବେଳେ ଏହି ଶାଗୁଣା ଟି ଦେଖିବାକୁ ସାଧାରଣ ଆକାର ଠାରୁ ବହୁତ ବଡ ଥିଲା । ଯାଜପୁର ଜିଲ୍ଲା ବରି ବ୍ଲକ ନିଳପଦା ଗ୍ରାମରୁ ବିରଳ ପ୍ରଜାତିର ଶାଗୁଣା ପକ୍ଷୀ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ବନ କାର୍ଯ୍ୟଳୟରୁ ଶାଗୁଣା ପକ୍ଷୀ ଗଲା ନନ୍ଦନ କାନନକୁ ।

ଖବର ଅନୁଯାୟୀ ଗତକାଲି ଶାଗୁଣା ଟି ଗାଁର ଗୋଟିଏ ପଡିଆରେ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଗ୍ରାମବାସୀ ଦେଖି ତୁରନ୍ତ କଟକ ବନଖଣ୍ଟ ଅଧିକାରୀଙ୍କୁ ଜଣାଇଥିଲେ । ଶ୍ରୀ ସ୍ଵାଇଁ ଙ୍କ ନିର୍ଦ୍ଧେଶ କ୍ରମେ ଯାଜପୁର ରୋଡ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶାଗୁଣା ପକ୍ଷୀ କୁ ଉଦ୍ଧାର କରି ଯାଜପୁର ରୋଡ ବନ କାର୍ଯ୍ୟଳୟ କୁ ଆଣିଥିଲେ । ଆଜି କଟକ ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଏହାକୁ ନନ୍ଦନ କାନନ କୁ ନେଇଥିବା ସୂଚନା ମିଳିଛି ।

ଏହାକୁ ଦେଖି ଗ୍ରାମବାସୀ ମାନେ ନାନା ପ୍ରକାରର କଥା କହୁଥିବାର ଶୁଣିବାକୁ ମିଳିଥିଲା । କେତେକ ଲୋକେ କହୁଥାନ୍ତି ଯେ ତାଙ୍କ ଗ୍ରାମ ପାଇଁ ବିପଦ ମାଡିଆସୁଛି ତ ଆଉ କେତେକ କହିଥିଲେ ଏଥର ଅନିଷ୍ଠ ନିଶ୍ଚିତ ଭାବରେ ହେବ । ଅନ୍ଧ ବିଶ୍ଵାସରେ ସାଧାରଣତଃ ଗ୍ରାମବାସୀ ଜୀବନଯାପନ କରିଥାନ୍ତି ।

ତେବେ ଏହି ଶାଗୁଣା ଟି କେଉଁଠାରୁ ଆସିଛି ତାହା ସ୍ପଷ୍ଟ ଭାବରେ ଜଣା ନଥିବା ବେଳେ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାରର କଥା ଉଠାଇଥିଲେ । ଶାଗୁଣାର ସ୍ୱାସ୍ଥ୍ୟପରୀକ୍ଷା ମଧ୍ୟ କରାଯିବାକୁ ନିର୍ଦ୍ଧେଶ ଦିଆଯାଇଛି । କାରଣ ଶାଗୁଣା ଟି ପଡିଆରେ ପଡିଥିବା ସୂଚନା ଦେଇଥିଲେ ଗ୍ରାମବାସୀ ଏହି କାରଣରୁ ତାକୁ କୌଣସି ପ୍ରକାରର ଆଘାତ ଲାଗିଛି କି ନାହିଁ ତାହା ନିରୀକ୍ଷଣ କରାଯିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *