ଝିଅର ବାହାଘରକୁ ଥିଲା ଆଉ ମାତ୍ର 5 ଦିନ…ଝିଅର ମା’କୁ ଦଳିଦେଲା ହାତୀ, କାନ୍ଦି କାନ୍ଦି ଝିଅର ଅବସ୍ଥା ଖରାପ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଝିଅ ର ବିବାହ ନିମନ୍ତେ ସମସ୍ତେ ପ୍ରସ୍ତୁତି ସରିଥିଲା । ଘରେ ବନ୍ଧୁ ବାନ୍ଧବ ଙ୍କ ଭିଡ ଜମିବା ସହିତ ହସଖୁସିରେ ଘର ଫାଟି ପଡୁଥିଲା । ମାତ୍ର ସବୁକିଛି ଅଧାଅଧୁରା ରହିଗଲା । ସେଦିନ ର ଅଶୁଭ ସନ୍ଧ୍ୟା ସତେ ଯେମିତି ସବୁକିଛି ଛଡାଇନେଲା । ବର୍ତ୍ତମାନ ଘରେ ହସଖୁସି କିଛି ନାହିଁ ଖାଲି ଶୁଭୁଛି ଛାତିଫଟା କାନ୍ଦ । ବନ୍ଧୁ ବାନ୍ଧବ ସମସ୍ତେ ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ମାତ୍ର ଏହି କାନ୍ଦ ଝିଅବିଦା ସମୟର ନୁହେଁ ।

ଏହି କାନ୍ଦ ହେଉଛି ମୃ-ତ୍ୟୁର କାନ୍ଦ । ଗୋଠଛଡା ହାତୀ ଝିଅର ମା’ କୁ ଦଳି ମାରିଦେଇଛି । ଭାଗ୍ୟବଶତ ଝିଅଟି ବଞ୍ଚିଯାଇଛି । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମରେ । ମୃ-ତ ମହିଳା ଜଣଙ୍କ ହେଉଛନ୍ତି ଦିପ୍ତିମୟୀ ସାହୁ । ସୂଚନା ଅନୁଯାୟୀ ମା’ ଝିଅ ଶୌଚ ହେବା ପାଇଁ ଗାଁ ନିକଟ ବିଲପାଖକୁ ଯାଇଥିଲେ । ଏହି ସମୟରେ ଗୋଠଛଡା ଦନ୍ତାହାତୀଟି ସନ୍ଧ୍ୟାରେ ରାଜପଥ ଦେଇ ରେଳପଥ ପାର ହୋଇ ତାଳଦଣ୍ଡା ଗ୍ରାମ ଆଡକୁ ମୁହାଁଇଥିଲା ।

ତାଳଦଣ୍ଡା ଦେଇ ହାତୀଟି ନାଗାଡି ଗ୍ରାମ ଆଡକୁ ଯାଉଥିବା ବେଳେ ଦୀପ୍ତିମୟୀ ଏବଂ ତାଙ୍କ ଝିଅ ହାବୁଡରେ ପଡିଯାଇଥିଲେ । ହାତୀଟି ଦିପ୍ତିମୟୀଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଆଉ ଝିଅଟି ମା’ କୁ ରକ୍ଷା ନ କରିପାରି ଭୟରେ ଦୌଡି ପଳାଇବାରୁ ବର୍ତ୍ତୀଯାଇଥିଲେ । ସ୍ଥାନୀୟ ଲୋକେ ହୋ ହାଲା କରିବାରୁ ହାତୀଟି ନିକଟସ୍ଥ ଚାଷ ଜମିକୁ ପଳାଇ ଯାଇଥିଲା ।

ଘଟଣା ସ୍ଥଳରେ ଲୋକେ ପହଞ୍ଚିଲା ବେଳକୁ ଦୀପ୍ତିମୟୀ ଙ୍କ ମୃ-ତ୍ୟୁ ହୋଇସାରିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଶୋନ୍ତୋଷ ମଧ୍ୟ ଦେଖାଯାଇଛି । ବର୍ତ୍ତମାନ ଦିପ୍ତିମୟୀ ଙ୍କ ପରିବାର ସଂପୂର୍ଣ୍ଣ ଭାବରେ ନିସ୍ତବ୍ଦ ହୋଇଯାଇଛି । ଝିଅ ର ବାହାଘର ମୁଣ୍ଡ ଉପରେ ଥିବାବେଳେ ବର୍ତ୍ତମାନ ମା’ ଙ୍କର ମୃ-ତ୍ୟୁ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।

ଯେଉଁ ମା’ ର ସ୍ଵପ୍ନ ଥିଲା ଝିଅ କୁ ବାହା ଦେବା ସେହି ମା’ ଆଜି ଆରପାରିକୁ ଚାଲିଯାଇଛି । ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କଥାରେ ଅଛି ବିଧିର ବିଧାନ କେ କରିବ ଆନ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *