ମଶା ଘଉଡାଇବାର ଚମତ୍କାରୀ ଆୟୁର୍ବେଦିକ ଉପାୟ, କାମୁଡିବା ତ ଦୂରେ ଥାଉ ଘରୁ ଗାୟବ ହେଇଯିବେ ମଶା

ବନ୍ଧୁଗଣ ଘରେ ମଶା ହେବା ଦ୍ଵାରା ଡେଙ୍ଗୁ, ମ୍ୟାଲେରିଆ ଓ ଚିକନମୁନିଆ ଆଦି ମାରାତ୍ମକ ରୋଗ ହୋଇଥାଏ । ଆପଣ ମାନେ ମଶାକୁ ଦୂର କରିବା ପାଇଁ ମାର୍କେଟରୁ ମିଳୁଥିବା ମଶା ବତୀର ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଏହି ମଶା ବତୀରେ ବହୁତ ପ୍ରକାରର କେମିକାଲ ରହିଥାଏ । ଯାହା ଆପଣଙ୍କ ଶରୀର ପାଇଁ ହାନିକାରକ ଅଟେ । ବନ୍ଧୁଗଣ ମଶା ବତୀରୁ ବାହାରୁ ଥିବା ଧୂଆଁ ଆପଣଙ୍କ ଶରୀରକୁ ଯାଇ ଆପଣଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ବହୁତ କ୍ଷତି ପହଞ୍ଚାଇ ଥାଏ ଏବଂ ଏହା ଆପଣଙ୍କ ମସ୍ତିସ୍କକୁ ଦୁର୍ବଳ କରିଥାଏ ।

ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ତା ହେଲେ ଏହି ମଶା ବତୀର ଧୂଆଁ ସେମାନଙ୍କ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ, ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହା ମାଧ୍ୟମରେ ଆପଣ ମଶା ମାନଙ୍କୁ ଦୂର କରିପାରିବେ

ଏବଂ ଏହା ଆପଣଙ୍କ ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିରୁ ବାହାରୁ ଥିବା ସୁଗନ୍ଧ ଆପଣଙ୍କ ପରିବେଶକୁ ଜୀବାଣୁ ମୁକ୍ତ ରଖିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଦରକାର ନଡିଆ ତେଲ ।

ବନ୍ଧୁଗଣ ନଡିଆ ତେଲ ଆପଣଙ୍କୁ ନିଜ ଘରେ ବହୁତ ସହଜରେ ମିଳିଯିବ । ଏହି ଉପାୟକୁ ବନେଇବା ପାଇଁ ଆପଣ ଏକ ପାତ୍ରରେ ୪ ଚାମଚ ନଡିଆ ତେଲ ନିଅନ୍ତୁ । ଏହା ପରେ ଆପଣ ମାନଙ୍କୁ ଦ୍ଵିତୀୟ ସାମଗ୍ରୀ ନୀମ ତେଲ ର ଆବଶ୍ୟକତା ପଡିବ । ନୀମ ତେଲ ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ । ସେହି ପାତ୍ରରେ ଆପଣ ୨ ଚାମଚ ନୀମ ତେଲ ପକାଇ ଦିଅନ୍ତୁ ।


ବନ୍ଧୁଗଣ ଏହି ଉପାୟ ପାଇଁ ଆପଣ ମାନଙ୍କୁ ତୃତୀୟ ବା ଶେଷ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି କର୍ପୁର । ଆପଣଙ୍କୁ ନିଜ ଘରେ ପୂଜା କର୍ପୁର ବହୁତ ସହଜରେ ମିଳିଯିବ । ଏହି ଉପାୟ ପାଇଁ ଆପଣ ଗୋଟା କର୍ପୁର ଗୋଟିଏ ଆଣନ୍ତୁ ଓ ଏହାକୁ ଭଲ ଭାବରେ ଗୁଣ୍ଡ କରି ପାତ୍ରରେ ମିଶାଇ ଦିଅନ୍ତୁ ।

ଏହାପରେ ଆପଣ ସେହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହା ପରେ ଆପଣ ଏକ ଦୀପ ଓ ଏକ ସଳିତା ନିଅନ୍ତୁ ଓ ଦୀପରେ ଏହି ତେଲ ପକାଇ ଦିଅନ୍ତୁ । ଏହା ପରେ ଆପଣ ଦୀପ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ଦୀପକୁ ସେହି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ଅଧିକ ମଶା ବୁଲୁଥିବେ । ବନ୍ଧୁଗଣ ବହୁତ କମ ସମୟରେ ଆପଣଙ୍କ ଘର ମଶା ମୁକ୍ତ ହୋଇଯିବ ଏବଂ ଏହି ଉପାୟ ଦ୍ଵାରା ଆପଣଙ୍କ ଶରୀର ଉପରେ କୌଣସି ହାନି ଆସିବ ନାହିଁ । ଏହା ସହିତ ଆପଣଙ୍କ ମସ୍ତିସ୍କ ମଧ୍ୟ ଭଲ ରହିବ ।

ଏହି ଟିପ୍ସ ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ସୁନ୍ଦର ସୁନ୍ଦର ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *