Jyotish Shastra- ବୃହଷ୍ପତି ଚଳିଲେ ମକର ରାଶିକୁ, ଆଜି ଠାରୁ ଏହି 5ଟି ରାଶିରେ ଧନର ବର୍ଷା

ନଭେମ୍ବର 20 ଠାରୁ ବୃହସ୍ପତି ଙ୍କର ଚଳନ ହେଲା । ବୃହସ୍ପତି ଉତ୍ତରାଷାଢା ନକ୍ଷତ୍ର ଠାରୁ ଦୁଇ ପାଦ ମକର କୁ ସଂଚାର କଲେ । ବୃହସ୍ପତି ଙ୍କର ଏହି ଗୋଚର କେଉଁ ରାଶି ମାନଙ୍କ ପାଇଁ କିପରି ରହିବ, କେଉଁ ରାଶି ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବେ ଓ କଣ ସବୁ ପରିବର୍ତ୍ତନ ଏମାନଙ୍କ ଜୀବନରେ ଆସିବ ଆସନ୍ତୁ ଜାଣିବା । ତେବେ ଜାଣି ରଖନ୍ତୁ କି ବୃହସ୍ପତି ଙ୍କ ଗୋଚରରେ ବୃଷ, କର୍କଟ, କନ୍ୟା, ଧନୁ ଏବଂ ମୀନ ରାଶି ମାନଙ୍କ ପାଇଁ ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ । ଏବଂ ଅନ୍ଯାନ୍ଯ ରାଶି ମାନଙ୍କ ପାଇଁ ବୃହସ୍ପତି ଙ୍କ ଚଳନ ଭଲ ନାହିଁ ।

ବୃହସ୍ପତି ନଭେମ୍ବର 20 ତାରିଖ 1 ଘଣ୍ଟା 21 ମିନିଟ ସମୟରେ ମକର ରାଶିକୁ ପ୍ରବେଶ କରିଛନ୍ତି ବୃଷ, କର୍କଟ, କନ୍ୟା, ଧନୁ ଏବଂ ମୀନ ରାଶି ଙ୍କର ଚନ୍ଦ୍ର ଶୁଦ୍ଧି ହେତୁ ଏହି ରାଶିଙ୍କ ପକ୍ଷେ ବୃହସ୍ପତି ଶୁଭଫଳ ପ୍ରଦାନ କରିବେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ବ୍ୟକ୍ତିଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହି ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ଘଟୁଥିବା ପରିବର୍ତ୍ତନ କାରଣରୁ ଜୀବନରେ ବି ବହୁତ ପ୍ରକାରର ପରିବର୍ତ୍ତନ ଆସିଥାଏ ।

ଏପରି ସ୍ଥିତିରେ ବୃହସ୍ପତି ନିଜର ଚଳନ ପରିବର୍ତ୍ତନ କରୁଛନ୍ତି । ଯାହାର ପ୍ରଭାବ ଆମ୍ଭ ମାନଙ୍କ ଜୀବନ ଉପରେ ପଡିବ । ଏହା କିଛି ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ସୌଭାଗ୍ୟଶାଳୀ ପ୍ରମାଣିତ ହେବ । ଏହି ରାଶି ପରିବର୍ତ୍ତନ କାରଣରୁ ଏମାନଙ୍କ ଭାଗ୍ୟ ବଦଳିଯିବ । ତେବେ ଚାଲନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ବୃଷ ରାଶି

ବୃହସ୍ପତି ଗ୍ରହଙ୍କର ଚଳନ କାରଣରୁ ବୃହସ୍ପତିଙ୍କ କୃପା ଏହି ରାଶି ଉପରେ ପଡିବ ଯାହା ଦ୍ଵାରା ଏମାନଙ୍କର ସମସ୍ତ ମନୋସ୍କାମନା ପୂରଣ ହେବାକୁ ଯାଉଛି । ଏମାନଙ୍କ ଜୀବନରେ ସମସ୍ତ କାର୍ଯ୍ୟ ସହଜରେ ହେବାକୁ ଲାଗିବ । ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ଗୁରୁ ଗ୍ରହର ରାଶି ପରିବର୍ତନ ଶୁଭ ଫଳ ଦାୟକ ରହିବ । ଏମାନଙ୍କୁ ଟଙ୍କା ରୋଜଗାରର ନୂଆ ନୂଆ ଉପାୟ ମିଳିଯିବ ।

କର୍କଟ ରାଶି

ଏହି ରାଶିର ଲୋକଙ୍କୁ ଏହି ରାଶି ପରିବର୍ତ୍ତନ କାରଣରୁ ଜୀବନରେ ବହୁତ ଅଧିକ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ଏମାନଙ୍କର ଧନରେ ବୃଦ୍ଧି ଘଟିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଆସିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଅତି ଉତ୍ତମ ସମୟ ଆସି ଯାଇଛି । ଛାତ୍ର ମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶୁଭ ଫଳ ଦାଯକ ରହିବରା ଅଛି ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁ ଗ୍ରହଙ୍କ ରାଶି ପରିବର୍ତ୍ତନ କାରଣରୁ ଜୀବନରେ ନୂଆ ନୂଆ ଉନ୍ନତି ର ନୂଆ ନୂଆ ଅବସର ପ୍ରାପ୍ତ ହେବ । କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବେ । କିଛି ନୂଆ କାମ କରିବାକୁ ଉତ୍ସାହୀ ହେବେ । ଆପଣଙ୍କୁ ଅପାର ଧନ ବି ପ୍ରାପ୍ତି ହୋଇପାରେ ।

ଧନୁ ରାଶି

ଏହି ରାଶିର ବ୍ୟକ୍ତି ଙ୍କୁ ଗୁରୁ ଗ୍ରହଙ୍କ ଚଳନ କାରଣରୁ ପରିବାରରେ ଖୁସିର ବାତାବରଣ ରହିବ । ଏମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସରେ ଉନ୍ନତି ଦେଖିବାକୁ ମିଳିବ । ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ । ଜୀବନରେ ଧନଲାଭ ପରିବାରର ସୁଖ ମଧ୍ୟ ମିଳିବ ।

ମୀନ ରାଶି

ଏମାଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସହଜରେ ହେବାକୁ ଲାଗିବ । ଅଟକି ରହିଥିବା ଧନ ବି ପାଖକୁ ଫେରି ଆସିବ । ଏହି ସମୟ ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ବହୁତ ଶୁଭ ଫଳ ଦାୟକ ରହିବ । ଏମାନଙ୍କର ସମସ୍ତ ମନୋସ୍କାମନା ପୂରଣ ହେବ । ଏମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *