ଗୋଟିଏ ମାସର ଶିଶୁକୁ ନେଇ କାମକୁ ଫେରିଲେ କମିଶନର ମ୍ୟାଡାମ, କହିଲେ ଏମିତି କଥା ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ

କରୋନାର ଏହିଭଳି ଭୟାଭୟ ସମୟରେ ଆମ ଦେଶରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପରିବାର ଓ ପିଲାମାନଙ୍କ ଚିନ୍ତା ନ କରି ନିଜର ଦାୟିତ୍ଵକୁ ମହତ୍ଵ ଦେଉଛନ୍ତି । ଏମାନେ ହିଁ ହେଉଛନ୍ତି ଆମ ଦେଶର ଅସଲ ହିରୋ । ଏମିତି ହିଁ ଏକ ହିରୋ ଗ୍ରେଟର ବିଶାଖାପଟନମ ନଗର ନିଗମ (GVMC)ର କମିଶ୍ନର ଜୀ.ଶ୍ରୀଜନା ଅଟନ୍ତି । ସେ କରୋନାର ଭୟାଭୟ ସ୍ଥିତିକୁ ଦେଖି ନିଜ ପରିବାରକୁ ଛାଡି ନିଜର ଦାୟିତ୍ଵକୁ ପାଳନ କରୁଛନ୍ତି ।

କହିବାକୁ ଗଲେ କମିଶ୍ନର ଜୀ.ଶ୍ରୀଜନା ଏକ ଶିଶୁ ପୁଅକୁ ଜନ୍ମ ଦେଲେ । ତେବେ ସେହି ସମୟରେ ସେ ହସ୍ପିଟାଲରେ ଥିଲେ ତେବେ ଅନ୍ୟ ପଟେ ପିଏମ ମୋଦୀ କରୋନା ଭାଇରସ କାରଣରୁ ଦେଶକୁ ଲକଡାଉନ କରିଦେଲେ । ତେବେ ଏହି ଭଳି ସଙ୍କଟ ସମୟରେ ନିଜର ଦାୟିତ୍ଵକୁ ବୁଝିପାରି, ସହରର ସୁରକ୍ଷା ପାଇଁ ଶିଶୁ ଜନ୍ମର ୨୨ ଦିନ ପରେ ହିଁ କମିଶ୍ନର ଜୀ.ଶ୍ରୀଜନା ନିଜ ଡିୟୁଟି କୁ ଫେରିଲେ ।

ଯେତେବେଳେ କମିଶ୍ନର ଜୀ.ଶ୍ରୀଜନାଙ୍କୁ ପଚରାଗଲା କି ସେ କେମିତି ନିଜର ଜନ୍ମିତ ଶିଶୁ ସହ ନିଜର କାର୍ଯ୍ୟଭାର ସମ୍ଭାଳୁଛନ୍ତି । ତେବେ ସେ ନିଜର ଜବାବରେ କହିଲେ କି ତାଙ୍କ ଓକିଲ ସ୍ଵାମୀ ଓ ତାଙ୍କର ମା ଏଥିରେ ବହୁତ ସାହାର୍ଯ୍ୟ କରିଛନ୍ତି । ସେ କହିଲେ କି ପ୍ରତି ଚାରି ଘଣ୍ଟାରେ ସେ ନିଜର ଘରକୁ ଯାଆନ୍ତି ଯାହା ଦ୍ଵାରା ସେ ନିଜର ନବଜାତ ଶିଶୁକୁ କ୍ଷୀର ଦେଇ ପାରିବେ ଓ ପୁଣି ଥରେ ନିଜର ଡିୟୁଟି ଫେରି ଯାଆନ୍ତି ।

ଏହି ସମୟରେ ତାଙ୍କର ସ୍ଵାମୀ ଓ ତାଙ୍କର ମା ବହୁତ ଦେଖାଶୁଣା ବି କରିଛନ୍ତି । ଏହା ପରେ ସେ କହିଲେ କି ଏହିଭଳି ଆପତକାଳୀନ ସମୟରେ ଏକ ପ୍ରମୁଖ ଅଧିକାରୀରର ଦାୟିତ୍ଵ କଣ ସେ ଜାଣିଛନ୍ତି । ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ଭାଇରସକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା ବି କରୁଛନ୍ତି । ଏହା ସହିତ ସହରର ସମସ୍ତ କ୍ଷେତ୍ରକୁ ସ୍ୟାନିଟାଇଜ ବି କରାଯାଉଛି ।

ଗରିବ ଲୋକମାନଙ୍କୁ ଦରକାରୀ ଜିନିଷ ବି ପ୍ରଦାନ କରାଯାଉଛି । ଏହା ସହିତ ସେମାନେ ଏହି କରୋନା ଭାଇରସକୁ ବିଶାଖାପଟନମରେ ରୋକିବା ପାଇଁ ଚେଷ୍ଟା କରୁଛନ୍ତି ଓ ଏହି ସମସ୍ତ କାମକୁ ସେ ନିଜର ଦାୟିତ୍ଵ ରୂପରେ ଗ୍ରହଣ କରିଛନ୍ତି । ତେବେ ବନ୍ଧୁଗଣ ଏଏହିପରି ଦେଶ ଦୁନିଆର ଅଧିକ ଖବର ପାଇବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *