Tapaswini ଙ୍କ ନ୍ୟାୟ ପାଇଁ ସଂଘର୍ଷର କାହାଣୀକୁ ନେଇ ମାର୍କେଟକୁ ଆସିଲା ନୂଆ ଗୀତ “ନାରୀ ରୂପେ ସେ ନାରାୟଣୀ”, ଦେଖନ୍ତୁ Video

ବନ୍ଧୁଗଣ, ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ବିଷୟରେ ଖବର ରାଜ୍ୟ ସମେତ ଦେଶରେ ମଧ୍ୟ ଘୁରି ବୁଲିଲାଣି । ସୂଚନା ଅନୁଯାୟୀ ପ୍ରଥମେ ପ୍ରଥମେ ସୁମିତ ଏବଂ ତପସ୍ଵିନୀ ଙ୍କ ମଧ୍ୟରେ ବନ୍ଧୁତା ହେଲା ଏହାପରେ ପ୍ରେମ ଏହାପରେ ବିବାହ ଏବଂ ବର୍ତ୍ତମାନ ସୁମିତ ବିଛେଦ ଚାହୁଁଛନ୍ତି । କିନ୍ତୁ ତପସ୍ଵିନୀ ନିଜ ସ୍ଵାମୀ ସୁମିତ ଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ତାଙ୍କ ଶଶୁର ଘର ବୋହୂ କୁ ଆପଣାଇବାକୁ ରାଜି ନାହାଁନ୍ତି । ଥଣ୍ଡା କାକରରେ ନ ଖାଇ ନ ପିଇ ବସି ଅନ୍ନସନ କରି ଆସିଛନ୍ତି ।

ବର୍ତ୍ତମାନ ତପସ୍ଵିନୀ ନିମନ୍ତେ ହଜାର ହଜାର ଲୋକେ ବାହାରି ଆସିଛନ୍ତି । ସହାୟତା କରିବା ନିମନ୍ତେ ତଥା ତପସ୍ଵିନୀ ଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ଜନସାଧାରଣଙ୍କ ପ୍ରୟାସ ଜାରି ରହିଛି । ଏହି ସବୁ ଭିତରେ ବର୍ତ୍ତମାନ ତପସ୍ଵିନୀ ଙ୍କୁ ନେଇ ସମ୍ବଲପୁରୀ ରେ ଏକ ଗୀତ ବାହାର କରିଛନ୍ତି । ଏହି ଗୀତ ମାଧ୍ୟମରେ ତପସ୍ଵିନୀଙ୍କର କେତେ ଧର୍ଯ୍ୟ ଅଛି ତାହା କୁହାଯାଇଛି । ବର୍ତ୍ତମାନ ଏହିଭଳି କେତେ ତପସ୍ଵିନୀ ଅଛନ୍ତି, ଏବଂ ନାରୀ କିଭଳି ଦରକାର ପଡିଲେ ନାରାୟଣୀ ହୋଇପାରେ ତାହା କୁହାଯାଇଛି ।

ନିଜର ହକ ପାଇଁ ଲଢିବା ସମସ୍ତେ ଚାହିଁ ନଥାନ୍ତି । କିଛି ଝିଅ ତଥା ତାଙ୍କ ମାତା ପିତା ଅନ୍ୟାୟ ହେଲେ ମଧ୍ୟ ସବୁକୁ ମୁଣ୍ଡପାତି ସହିଜାଆନ୍ତି । ମାତ୍ର ଆଉ କିଛି ଝିଅ ତପସ୍ଵିନୀ ଭଳି ଉଚିତ ନ୍ୟାୟ ନିମନ୍ତେ ସରକାରଙ୍କୁ ନିବେଦନ କରି ଲଢିଥାନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଆସିଛି ମାନବିକତାର ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବା ସ୍ଵାଭାବିକ ।

ମାତ୍ର ଏଭଳି କେଉଁ କାରଣ ବଶତ ଡାକ୍ତର ସୁମିତ ଏତେ ଜିଦ କରୁଛନ୍ତି ଯେ ତପସ୍ଵିନୀ ଙ୍କୁ ରଖିବେନି ? ଓଲଟା ଭୁଲ କରି ନିଜ ଭୁଲ କୁ ଲୁଚାଇବା ନିମନ୍ତେ ପ୍ରହସନ ଚଲାଇ ଲୁଚି ବୁଲୁଛନ୍ତି ? ସୁମିତ ଙ୍କ ବ୍ୟତୀତ ତାଙ୍କ ପରିବାର ଲୋକଙ୍କର ମଧ୍ୟ ଟିକିଏ ମାନବିକତା ନାହିଁ ଯେ ସେ ସବୁ ମାନମାଳୀନ ଭୁଲି ନିଜ ବୋହୂ କୁ ଘରକୁ ନେଇ ସବୁ ସମସ୍ୟା ର ସମାଧାନ କରିବେ ।

ତେବେ ଜନସାଧାରଣ ଏହିସବୁ ଦୃଶ୍ୟ ଅନେକ ଦିନ ଧରି ଦେଖି ଆସୁଥିବାରୁ ସମସ୍ତ ଧର୍ଯ୍ୟ ର ସୀମା କୁ ପାରା କରି ଆଜି ରାଜରାସ୍ତାରେ ଆସି ତପସ୍ଵିନୀ ଙ୍କ ସହିତ ଛିଡା ହୋଇଛନ୍ତି । ତେବେ ଦେଖାଯାଉ ଏହି ଆନ୍ଦୋଳନ କେବେ ସମାପ୍ତ ହେଉଛି ଏବଂ ତପସ୍ଵିନୀ ଙ୍କୁ କେବେ ତାଙ୍କ ଅଧିକାର ତଥା ନ୍ୟାୟ ମିଳୁଛି ? ବନ୍ଧୁଗଣ ଏହି ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *