Vastu Shastra- ମାର୍ଗଶୀର ମାସରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି 5ଟି ଉପାୟ, ମା’ ଲକ୍ଷ୍ମୀ ଭରିଦେବେ ଆପଣଙ୍କ ଭଣ୍ଡାର

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଜାଣିବା ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆମକୁ କଣ କଣ କରିବାକୁ ପଡିଥାଏ । ଏହି କାମ କଲେ ଆପଣଙ୍କ ଘରେ କେବେ ବି ଧନ କମ ହେବନି । ଏବଂ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଗୋଟିଏ ହାତ ଉଠାଇ ଆମେ କେବେ ବି ଭଗବାନ କିମ୍ବା ମଣିଷଙ୍କୁ ନମସ୍କାର କରିବା ଉଚିତ ନୁହେଁ ।

ହାତ ଯୋଡି ନମସ୍କାର କରନ୍ତୁ କିମ୍ବା ଯଦି ଆପଣ ଗାଡି ଚଲାଉଥାନ୍ତି ଓ ହ୍ୟାଣ୍ଡେଲ ଧରିଛନ୍ତି ତେବେ ମୁଣ୍ଡକୁ ତଳକୁ କରିଦିଅନ୍ତୁ । ସେତିକି ହିଁ ଯଥେଷ୍ଟ । ନାରୀମାନେ ସ୍ନାନ କରିବା ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ । ସ୍ଵାମୀ ଏବଂ ସ୍ତ୍ରୀଙ୍କ ପାଇଁ ଏହା ମଙ୍ଗଳ ଅଟେ ।

ପିତୃପୁରୁଷ ମାନଙ୍କର ଫଟୋ ଦକ୍ଷିଣ କିମ୍ବା ପଶ୍ଚିମଦିଗ କାନ୍ଥରେ ନ ଲଗାଇ ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ । ଉତ୍ତରଦିଗ କାନ୍ଥରେ ଫଟୋ ଲଗାଇଲେ ତାଙ୍କ ମୁହଁ ଦକ୍ଷିଣଦିଗ ଆଡକୁ ରହିବ । ଏଥିରେ ଗୃହର ସର୍ବବିଦ୍ଧ ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ କାନ୍ଥରେ କେବେବି ଘଣ୍ଟା ଲଗାନ୍ତୁ ନାହିଁ କିମ୍ବା ଅଚଳ ଘଣ୍ଟା ଘରେ ରଖନ୍ତୁ ନାହିଁ । ଏବଂ ଘଣ୍ଟାର ସମୟ ସର୍ବଦା ଆଗକୁ ରଖନ୍ତୁ ।

ସୁନାକୁ କେବେବି ବାମ ହାତରେ ପିନ୍ଧିବେ ନାହିଁ ଏବଂ ସୁନାକୁ ଲାଲ କିମ୍ବା ହଳଦିଆ କପଡାରେ ଗୁଡାଇ ରଖିଲେ ଏହା ଶୁଭ ଫଳ ପ୍ରଦାନକାରୀ ହୋଇଥାଏ ।

ଅସ୍ଵସ୍ଥବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ । ଏବଂ କିଛି କଞ୍ଚା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ଅସ୍ଵସ୍ଥ ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷର ଚାରିପଟେ ବୁଲନ୍ତୁ । ଏହା କରିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ ଯେ ଅନ୍ଧାରୁଆ ଜାଗାରେ ଏକୁଟିଆ କେବେ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ । କାରଣ ଅନ୍ଧାରୁଆ ସ୍ଥାନରେ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ଆଉଗୋଟିଏ କଥା ବିଶେଷ ଧ୍ୟାନ ଦିଅନ୍ତୁ ଯେ କେବେବି ତଳେ ବସି ଠାକୁରଙ୍କୁ ପୂଜା କରନ୍ତୁ ନାହିଁ । ତଳେ ବସି ଠାକୁରଙ୍କୁ ପୂଜା କରିବା ଦ୍ଵାରା ଜୀବନରେ ଦୁଃଖର ବୃଦ୍ଧି ହୋଇଥାଏ । ଏବଂ ଯଦି ପଥର ଉପରେ ବସି ପୂଜା କରନ୍ତି ତ ଶରୀରରେ ରୋଗର ବୃଦ୍ଧି ହୋଇଥାଏ । କାଠର ପିଢା ଉପରେ ବସି ପୂଜା କରିବା ଦ୍ଵାରା ଗୃହକୁ ଦୁର୍ଭାଗ୍ୟ ମାଡି ଆସିଥାଏ । ତେବେ ସଦା ସର୍ବଦା ଧ୍ୟାନ ରଖନ୍ତୁ କି କୁଶ କିମ୍ବା କପଡାର ଆସନ ଉପରେ ବସି ପୂଜା କରନ୍ତୁ ।

ଶ୍ରୀଯନ୍ତ୍ର ଏବଂ ଲାଲ କପଡା ରେ ଗୁଡା ହୋଇଥବା ଗୋଟେ ନଡିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖନ୍ତୁ । ଏପରି କରିବା ଦ୍ଵାରା ଗୃହର ସର୍ବବିଦ୍ଧ ମଙ୍ଗଳ ହୋଇଥାଏ ଏବଂ ମାଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଏହି ନିୟମର ପାଳନ କରି ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଲାଭ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *