ମାର୍ଗଶିର ମାସ ଯେକୋୖଣସି ଗୁରୁବାର ଦିନ କରନ୍ତୁ ଏହି ୫ ଟି କାମ ମାତା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଆସିବେ- Ajira Anuchinta

ବନ୍ଧୁଗଣ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ସେଥିପାଇଁ ସମସ୍ତେ ମାତା ଲକ୍ଷ୍ମୀ ଙ୍କର ଆରାଧନା କରିଥାନ୍ତି । ଖାସ କରି ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ତେଣୁ ଏହି ମାସ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ମହିଳାମାନେ ମାତା ଲକ୍ଷ୍ମୀ ଙ୍କର ବ୍ରତ ପାଳନ କରିଥାନ୍ତି । ମାତା ଲକ୍ଷ୍ମୀ ଙ୍କ କୃପା ଯାହା ଉପରେ ରହିଥାଏ ସେହି ବ୍ୟକ୍ତି ଜୀବନରେ କେବେ ବି ଧନର ଅଭାବ ଦେଖାଦିଏ ନାହିଁ । କିନ୍ତୁ ଅନେକ ସମୟରେ ଲୋକମାନେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାରର ଉପାୟ କରିଥାନ୍ତି । କିନ୍ତୁ ସେମାନେ ସେଥିରେ ସଫଳ ହୋଇ ନଥାନ୍ତି ।

ଯାହା ଫଳରେ ମାତା ଲକ୍ଷ୍ମୀ ତାଙ୍କ ଉପରେ ଅପ୍ରସନ୍ନ ରହିଥାନ୍ତି । ତେଣୁ ଆଜି ଆମେ ଜାଣିବା ଏପରି କିଛି ଉପାୟ ବିଷୟରେ ଯାହାକୁ ମାର୍ଗଶିର ମାସ ଯେ କୌଣସି ଗୁରୁବାର ଦିନ କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରସନ୍ନ ହେବେ । ଏହା ସହିତ ଆପଣଙ୍କର ସବୁ ଦୁଃଖ କଷ୍ଟ କୁ ଦୂର କରିଦେବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

୧. ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହାଁନ୍ତି ତେବେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କର ଆରାଧନା କରନ୍ତୁ । ତାଙ୍କୁ ପୂଜା କରିବା ସହିତ ଭକ୍ତିର ସହିତ ତାଙ୍କୁ ପ୍ରାର୍ଥନା କରନ୍ତୁ । ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରସନ୍ନ ରହିବେ । ଯଦି ଆପଣ ପ୍ରତ୍ୟେକ ଗୁରୁବାର ଦିନ କରି ପାରୁ ନାହାଁନ୍ତି ତେବେ ମାର୍ଗଶିର ମାସ ଗୁରୁବାର ଦିନ ନିଶ୍ଚିତ କରନ୍ତୁ । ଆପଣଙ୍କୁ ସମାନ ଫଳ ପ୍ରାପ୍ତି ହେବ ।

୨. ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଓ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଚନ୍ଦନ ଓ ଫୁଲ ଇତ୍ୟାଦି ଅର୍ପଣ କରନ୍ତୁ । ଦେଖିବେ ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ । ଆପଣଙ୍କର କୌଣସି ବି ପ୍ରକାରର ସମସ୍ୟା ଦେଖାଦେବ ନାହିଁ ।

୩. ଆପଣ ଗୁରୁବାର ଦିନ ସ୍ନାନ କରିବା ସମୟରେ ହଳଦୀ ପାଣିରେ ସ୍ନାନ କରନ୍ତୁ ଓ ଏହା ସହିତ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବା ସହିତ ଘରେ ଧନ ଭରିଯିବ ।

୪. ଯଦି ଆପଣ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ଚାହୁଞ୍ଚନ୍ତି ତେବେ ଏହି ମାସ ଗୁରୁବାର ଦିନ ବ୍ରତ ରଖନ୍ତୁ । ଏହି ଗୁରୁବାର ଦିନ ଉପବାସ ବ୍ରତ କରିବା ସହିତ କୌଣସି ହଳଦିଆ ବସ୍ତ୍ର ଅସହାୟ ବ୍ୟକ୍ତି ଙ୍କୁ ଦାନ କରନ୍ତୁ । ଦେଖିବେ ଆପଣଙ୍କୁ ଧନଲାଭ ହେବ ଓ ଆପଣ ମାନଙ୍କର ସବୁ ଅସୁବିଧା ଦୂର ହୋଇଯିବ ।

୫. ଏହି ଦିନ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀ ବୃକ୍ଷ ମୂଳରେ କଞ୍ଚା କ୍ଷୀର ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ଏହା ସହିତ ଭଗବାନ ଶିବଙ୍କୁ ମଧ୍ୟ ଆରାଧନା କରନ୍ତୁ । ଦେଖିବେ ଆପଣ ମାନଙ୍କର ସବୁ ଇଚ୍ଛା ପୂରଣ ହେବ । ଏବଂ ଘରେ ଧନର ଅଭାବ ରହିବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *