ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, Divya Bhatnagar ଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ କଲେ ସୁସାଇଡ, ହୋଟେଲ ରୁମ ରୁ ସନ୍ଦେହ ଜନକ ଅବସ୍ଥାରେ ମିଳିଲା ଶବ

ବର୍ଷ 2020 ରେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ରୁ ଲଗାତାର ଦୁଃଖଦ ଖବର ସାମ୍ନାକୁ ଆସୁଛି | ଅନେକ ଶ୍ରେଷ୍ଠ ଷ୍ଟାର ଏହି ଦୁନିଆକୁ ବିଦାୟ ଦେଇଛନ୍ତି | ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାରଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ର ଭିଜେ ଚିତ୍ରା ମଧ୍ୟ ଆତ୍ମହତ୍ୟା କେରି ନେଇଛନ୍ତି । ବୁଧବାର ସକାଳେ ଏକ ହୋଟେଲ ରୁମରୁ ଫେମସ ସାଉଥ ଆକ୍ଟ୍ରେସ VJ Chitra ଙ୍କର ମରୁତ ଦେହ ମିଳିଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ଆତ୍ମହତ୍ୟାର ମାମଲା ବୋଲି ରିପୋର୍ଟ କରାଯାଉଛି ।

ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ଭିଜେ ଚିତ୍ରା ବିଳମ୍ବିତ ରାତିରେ ଶୁଟିଙ୍ଗ ସାରି ଫେରିଥିଲେ । ସୁଟିଂ ପରେ ସେ ତାଙ୍କ ହୋଟେଲ ରୁମରେ ବି ଚେକ ଇନ କରିଥିଲେ। କିନ୍ତୁ ପରେ ହୋଟେଲ ରିସେପ୍ସନିଷ୍ଟ ତାଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ ଏବଂ ତୁରନ୍ତ ପୋଲିସକୁ ଏ ବିଷୟରେ ଅବଗତ କରାଯାଇଥିଲା।

ଭିଜେ ଚିତ୍ରାଙ୍କର ହେଲା ନିଧନ

ଭିଜେ ଚିତ୍ରାଙ୍କୁ ସିରିଏଲ ପାଣ୍ଡିଆନ୍ ଷ୍ଟୋର୍ସ ପାଇଁ ଜଣାଯାଇଥାଏ | ସେ ଦୀର୍ଘ ଦିନ ଧରି ସେହି ସିରିଏଲରେ ମୁଲଇ ର ଚରିତ୍ରରେ ଅଭିନୟ କରୁଥିଲେ | ସେହି ସିରିଏଲ ଯୋଗୁଁ ତାଙ୍କର ଲୋକପ୍ରିୟତା ଏତେ ଥିଲା ଯେ ସମସ୍ତେ ତାଙ୍କୁ ମୁଲଇ ବୋଲି ଜାଣିଥିଲେ | କିନ୍ତୁ ବର୍ତ୍ତମାନ ଏହି ଶ୍ରେଷ୍ଠ ଅଭିନେତ୍ରୀ ଭି.ଜେ. ଚିତ୍ରା ଙ୍କ ବିୟୋଗରେ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

ଅଗଷ୍ଟରେ ହୋଇଥିଲା ନିର୍ବନ୍ଧ

ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ନିଶ୍ଚିତ ଭାବେ ଆତ୍ମହତ୍ୟା ମାମଲା କୁହାଯାଉଛି, କିନ୍ତୁ ପୋଲିସର ତଦନ୍ତ ପରେ ହିଁ ପରିସ୍ଥିତି ସ୍ପଷ୍ଟ ଜଣା ପଡିବ। ଆପଣଙ୍କୁ କହି ଦେଉଛୁ କି ଚିତ୍ରାଙ୍କ ପରିବାର ମଧ୍ୟ ଚେନ୍ନାଇରେ ରୁହନ୍ତି। ସେ ଚଳିତ ବର୍ଷ ଅଗଷ୍ଟରେ ବ୍ୟବସାୟୀ ହେମନ୍ତ ରବିଙ୍କ ସହ ନିର୍ବନ୍ଧ କରିଥିଲେ।

ଏଭଳି ପରିସ୍ଥିତିରେ ଚିତ୍ରାଙ୍କ ଆତ୍ମହତ୍ୟା ଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପର୍ଯ୍ୟନ୍ତ ଚିତ୍ରାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ହେମନ୍ତଙ୍କ ଠାରୁ ମଧ୍ୟ କିଛି ଖବର ମିଳି ନାହିଁ । ଦେଶ ବିଦେଶର ସମସ୍ତ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *