ମନ୍ତ୍ରୀ ବୁଲୁଛନ୍ତି ଚାରିଆଡ଼େ, ଷଣ୍ଢ ପଶିଗଲା ବାରିଆଡ଼େ…

ନମସ୍କାର ବନ୍ଧୁଗଣ, ରାଜ୍ୟରେ ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଏକ ବଡ ଘୋଟାଲା । ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ଅଞ୍ଚଳ ନିମାପଡାକୁ ଛାଡି ମନ୍ତ୍ରୀ ଭ୍ରମଣ କରୁଥିଲେ ବାର ଆଡେ । ଆଉ ନିମାପଡା ସେଣ୍ଟରରେ ଚାଲିଥିଲା ଧୁମାଧମ କପି । ମନ୍ତ୍ରୀଙ୍କ ଅଞ୍ଚଳ ହୋଇ ମନ୍ତ୍ରୀଙ୍କ ସହାୟତା ବିନା ଏହା ହୋଇଥିବା କଥା ଆପଣ ମାନଙ୍କ ମନରେ ଆସୁଛି କି । ତେବେ ଏଭଳି ଏକ ଘଟଣା ପଛରେ ମନ୍ତ୍ରୀଙ୍କ ସହାୟତା ରହିଛି କି ରହିନାହିଁ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ନିମାପଡା ବ୍ଲକରେ ଷ୍ଟେଟ ଇନଷ୍ଟିଚ୍ୟୁଟ ସ୍କୁଲରେ ବୋର୍ଡ ପରୀକ୍ଷା ଦେଉଥିଲେ ୮୫ ଜଣ ବୋର୍ଡ ପରୀକ୍ଷା ଦେଉଥିଲେ ବୟସ୍କ ପିଲା । ନିମାପଡା ବ୍ଲକ ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିଲେ ବିଦ୍ୟାର୍ଥୀ । ପରୀକ୍ଷାରେ କପି ମିଳିବା ପାଇଁ ଏହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହ ବୁଝାବଣା ସହ ଟଙ୍କା କାରବାର କରି କପି ସୁବିଧା ହେବାର ବେପାର କରୁଥିଲେ କିଛି ବିଦ୍ୟାର୍ଥୀ ଆଉ ଏହାର ଏକ ଅଡିଓ ଭାଇରାଲ ହୋଇଯାଇଛି ।

ପରୀକ୍ଷାରେ କପି ଯୋଗାଇବା ପାଇଁ ବିଦ୍ୟାର୍ଥୀ ମାନଙ୍କ ଠାରୁ ପ୍ରଚୁର ଟଙ୍କା ନେଇ ସହଯୋଗ କରୁଛନ୍ତି ସ୍କୁଲ କର୍ତ୍ତୁପକ୍ଷ ଆଉ ବର୍ତ୍ତମାନ ଏହି କଥା ଯୋଡ଼ା ଧରିଛି । ସବୁଠାରୁ ବଡ କଥା କଣ ଜାଣନ୍ତି ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନିଜ ନିର୍ବାଚନ ମଣ୍ଡଳୀ ।

ଏହି ଖବର ମିଳିବା ପରେ ଏବେ କୁହାଯାଉଛି କି ଯେଉଁଠାରେ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ କପି ଅଟକାଇ ପାରଉନାହାନ୍ତି ସେହିଠାରେ ପୁରା ରାଜ୍ୟରେ କେଉଁ ପରିସ୍ଥିତି ଥିବ ଏହାକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିସାରିଲେଣି ଲୋକେ । ସ୍କୁଲ କର୍ତ୍ତୁପକ୍ଷ ମାନେ ଏହା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ ସକାଳୁ ଏହାର ଖବର ତାଙ୍କୁ ମିଳବା ପରେ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

ତଦନ୍ତ କରାଯିବା ପରେ ଘଟଣାରେ ଯଦି ସତ୍ୟତା ମିଳିବ ତେବେ ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଏହାପରେ ନିମାପଡା ବ୍ଲକ ଅନ୍ତର୍ଗତ ସବୁ ସ୍କୁଲର ଛାତ୍ର ଛାତ୍ରୀଙ୍କ ପାଇଁ କେତେ ବଡ ଯେ ଅସୁବିଧା ସୃଷ୍ଟି କରିବ ତାହାର ଆକଳନ କରାଯାଇ ପାରୁନାହିଁ । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର ମତ ମତ କଣ ରହିବ ତାହା କମେଣ୍ଟମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *