Exclusive: ନିଜ ଜୀବନର ଅନେକ ଅକୁହା କଥା କହିଲେ କମେଡି କିଙ୍ଗ ଜୟୀରାମ ସାମଲ

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ପ୍ରଥମ କମେଡି କଳକାରଙ୍କ ନାମ କହିଲେ ସମସ୍ତଙ୍କ ମନରେ ଜୟୀ ସାମଲଙ୍କ ନାମ ଆସିଥାଏ । ତାଙ୍କର କମେଡି ସମାନ ଆଜି ଯାଏ କେହି ବି କରି ପାରିନାହାନ୍ତି । ତାଙ୍କର ନିଜର ଏକ କମେଡି ଅନ୍ଦାଜ ରହିଥିଲା । ଯାହାକୁ କପି କରିବା କାହା ପକ୍ଷେ ସମ୍ଭବ ବି ହୋଇନାହିଁ ଆଜି ଯାଏ । ଆଉ ଆଜି ଜୟୀ ତାଙ୍କର ସେହି ଅନ୍ଦାଜକୁ ମିଡିଆ ଆଗରେ ପୁଣି ଥରେ ଆଣିବା ପାଇଁ ମନା କରିଦେଲେ ଆଉ କହିଲେ ଏମିତି କିଛି ଯାହା କିଛି ଘଟଣା ଆଡକୁ ଇସାରା କରୁଅଛି ।

ତେବେ ଆସନ୍ତୁ ଜାଣିବା ସେ କାହିଁକି ଏଭଳି କହିଲେ । ଆମ ଓଡିଆ ସିନେ ଜଗତର କମେଡି କିଙ୍ଗ ଜୟୀ ସବୁବେଳେ ନିଜର ଏକ ଅଲଗା ପ୍ରକାର କୁକୁଡା ହସ ପାଇଁ ଖୁବ ନାମ ଅର୍ଜନ କରିଥିଲେ । ଏବେ ଯାଏ ମଧ୍ୟ ସମସ୍ତଙ୍କ ମୁହଁରେ ତାଙ୍କର ସେହି ହସର ପ୍ରଶଂସା କରାଯାଉଛି । ଆଉ ଯେତେବେଳେ ଆଜି ମିଡିଆ ସାମ୍ନାରେ ତାଙ୍କୁ ତାଙ୍କର ସେହି ପୁରୁଣା ଦିନର କୁକୁଡା ହସର କିଛି ଝଲକ ଦେଖାଇବା ପାଇଁ କୁହାଗଲା ସେ ମନା କରିଦେଲେ ।

ଆଉ କହିଲେ କି ଭାବିନିଅନ୍ତୁ କି ସେହି କୁକୁଡା ଏବେ ନାହିଁ  ଏବଂ ପିଞ୍ଜରା ଭିତରେ ପସିଛି । ଆଉ ସେହି କୁକୁଡା ଆଉ ଏବେ ବାହାରିବନି । କାହିଁକି ବାହାରିବନି ଆଉ ସେହି କୁକୁଡା ହସ ସେ କଥାର ଉତ୍ତର ସେ ଏବେ ଦେଇ ପାରିବେ ନାହିଁ ବୋଲି କହିଲେ । କିନ୍ତୁ ଏହା କହିଛନ୍ତି କି କୁକୁଡା ଅଛି ଆଉ ତାହା ସମୟ ଆସିଲେ ବାହାରିବ ।

ଯଦି କେଉଁଠାରୁ ତାଙ୍କୁ ଆଦେଶ  ମିଳେ ତେବେ ଯାଇ ସେ ତାଙ୍କର ସେହି କୁକୁଡା ହସ ଦେଖାଇ ପାରିବାର କଥା କହିଛନ୍ତି । ଜୟୀଙ୍କର ପିଲା ବେଳୁ ଏହି କଳା ପ୍ରତି ବହୁତ ଆଗ୍ରହ ଥିଲା । ଆଉ ସେ ଏହା ମଧ୍ୟ ଜାଣିଥିଲେ କି କଷ୍ଟ ନକଲେ କୃଷ୍ଣ ମିଳିବେ ନାହିଁ ।

ସଂଘର୍ଷ କରିବାର ୧୧ ବର୍ଷ ପରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଲେ । ଆଉ ଆଜି ତାଙ୍କର ସେହି କଷ୍ଟ ଆମ ଆଗରେ ତାଙ୍କ ନାମର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିସାରିଛି । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *