ଜିନ୍ ପ୍ଯାଣ୍ଟ ପାଇଁ ମାଟ୍ରିକ ପରୀକ୍ଷା ଦେଇ ପାରିଲେ ନାହିଁ ଛାତ୍ର, ପରିବାର ଲୋକ ଶିକ୍ଷକଙ୍କ ବିରୁଦ୍ଧରେ ଆଣିଲେ ସାଂଘାତିକ ଅଭିଯୋଗ…

ନମସ୍କାର ବନ୍ଧୁଗଣ, ପିଲାଙ୍କ ଭବିଷ୍ୟତ ପାଇଁ ବୋର୍ଡ ପରୀକ୍ଷା ବହୁତ ଗୁରୁତ୍ବପୂର୍ଣ ହୋଇଥିବା ବେଳେ ଜଣେ ଛାତ୍ର ବାତିଲ ହୋଇଛନ୍ତି ବୋଡ ପରୀକ୍ଷା ଦେବା ପାଇଁ । ଏହା ପଛର କାରଣ ଥିଲା ଜିନ ପ୍ୟାଣ୍ଟ । ଜିନ ପ୍ୟାଣ୍ଟ ପିନ୍ଧିଥିବାରୁ ଛାତ୍ରଙ୍କୁ ପରୀକ୍ଷା ହଲକୁ ଯିବା ପାଇଁ ଅନୁମତି ମିଳିଲାନି । ଏହାପରେ ଛାତ୍ର ଜଣଙ୍କ ଯେଉଁ ପଦକ୍ଷେପ ନେଲେ ତାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ପାଗଳଙ୍କ ଭଳି ଚାରିଆଡେ ଖୋଜିବୁଲୁଛନ୍ତି ଘର ଲୋକେ ।

ତେବେ କେଉଁଠାରେ ଏବଂ କଣ ଘଟାଇଲେ ଛାତ୍ର ଜଣଙ୍କ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବେ । ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁରର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ ରହିଛନ୍ତି । ଏଥିପାଇଁ ପରିବାର ଲୋକେ ସିଧାସଳଖ ସ୍କୁଲ କର୍ତ୍ତୁପକ୍ଷଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ଛାତ୍ରଙ୍କ ମାଆ ସେହି ସ୍କୁଲର ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ।

ଛାତ୍ର ଜଣଙ୍କ ଧଳା ସାର୍ଟ ସହ ଜିନ୍ ପ୍ୟାଣ୍ଟ ପିନ୍ଧିଥିବାରୁ ପରିକ୍ଷା ହଲକୁ ପୁରାଇ ଦେଇନଥିଲେ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ । ଏହାପରେ ଛାତ୍ର ଜଣଙ୍କ କେଉଁଆଡେ ଚାଲିଯାଇଥିବାର ଅଭିଯୋଗ କରାଯାଉଛି । ଘର ପରିବାର ଲୋକଙ୍କ ସହିତ ସ୍କୁଲର କର୍ତ୍ତୁପକ୍ଷ ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ଛାତ୍ର ଜଣଙ୍କୁ ପାଇନଥିଲେ । ଏହି ଖବର ପାଇବା ପରେ ଦଶପଲ୍ଲା ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା ।

ଆଉ ଠିକ ଏହି ସମୟରେ ଛାତ୍ର ଜଣଙ୍କୁ ଧରି ଜଣେ ଯୁବକ ଆସି ପହଞ୍ଚି ଥିଲେ । ଏହାପରେ ଛାତ୍ର ଜଣଙ୍କ କହିଛନ୍ତି କି ତାଙ୍କ ପ୍ୟାଣ୍ଟଟି ସଫା ହୋଇଥିଲା ଆଉ ଶୁଖିନଥିଲା ସେଥିପାଇଁ ସେ ଜିନ ପ୍ୟାଣ୍ଟ ପିନ୍ଧି ଯାଇଥିଲେ । ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ଜିନ ପ୍ୟାଣ୍ଟ ପାଇଁ ଭିତରକୁ ଛାଡିଲେଣି ।

ଏହାପରେ ସେ ପୁଣି ଘରକୁ ଆସି ଦେଖିଥିଲେ ତଥାପି ତାଙ୍କ ପ୍ୟାନ୍ଟ ଶୁଖିନଥିଲା । ତେଣୁ ସେ ହାରାସ ହୋଇ ପାଖ ଗ୍ରାମ ଭୂତପୁରର ଏକ ଆମ୍ବଗଛ ତଳେ ଯାଇ ବସିଥିଲେ । ତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ପିଇସା ସେହିଠାରୁ ଉଦ୍ଧାର କରି ଆଣିଥିଲେ । ଶିକ୍ଷୟତ୍ରୀ ଜଣଙ୍କ କିନ୍ତୁ ଏହି କଥାକୁ ସମ୍ପୂର୍ଣ ଖଣ୍ଡନ କରିଛନ୍ତି । ତେବେ ଏହା ସମ୍ପର୍କରେ ଆପଣଙ୍କର କଣ ମତ ରହିବ ତାହା ଆମକୁ କମେଣ୍ଟ ମଧ୍ୟମରେ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *