Manoj Tiwari ଙ୍କ ବାକ୍ୟ ବାଣ, Anubhav ଙ୍କ ଜରିଆରେ Arvind Kejriwal କୁ କଲେ ଏମିତି ଟାର୍ଗେଟ…ଦେଖନ୍ତୁ Video

ବନ୍ଧୁଗଣ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି ଦୁଇ ଅଭିନେତା । ଅଭିନେତାରୁ ରାଜନେତା ବନି ଥିବା ଦୁଇ ସାଂସଦଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ଜଣେ ହେଲେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଆଉ ଜଣେ ହେଲେ ଭୋଜପୁରୀ ଅଭିନେତା ମନୋଜ ତିୱାରି । ଏହି ଦୁଇଜଣ ଫିଲ୍ମ ଷ୍ଟାର ହୋଇଥିଲେ ମଧ୍ୟ ଅଲଗା ଅଲଗା ଦଳରୁ ସାଂସଦକୁ ଯାଇଛନ୍ତି । ଏବେ ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିଜେ ମନୋଜ ତିୱାରି ଭିଡିଓ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧୀରେ ସୁସ୍ତେ ଆଟାକ କରିଛନ୍ତି । ଦିଲ୍ଲୀର ବିଜେପି ସାଂସଦ ମନୋଜ ତିୱାରି ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଦେଢ ମିନିଟର ଭିଡିଓ ଅପଲୋଡ କରିଛନ୍ତି । ସେହି ଭିଡିଓରେ ମନୋଜ କହୁଛନ୍ତି, ଅନୁଭବ ହେଉଛନ୍ତି ସର୍ବ କନିଷ୍ଟ ରାଜ୍ୟସଭା ସାଂସଦ । ମାତ୍ର ୩୨ ବର୍ଷ ବୟସରେ ସେ ସାଂସଦକୁ ଆସିଥିବା ମନୋଜ କହିଛନ୍ତି ।

ଆଉ ମନୋଜଙ୍କ ଏହି କଥାକୁ ସ୍ଵୀକାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ୩୨ ବର୍ଷ ବୟସରେ ସେ ରାଜ୍ୟସଭା ସାଂସଦ ହୋଇଥିବାରୁ ସେହି ସମୟରେ ତାଙ୍କର ସମସ୍ତେ ପ୍ରଶଂସା କରିଥିଲେ ବୋଲି ନିଜେ କହୁଛନ୍ତି ଅନୁଭବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦାମି ପାର୍ଟିର ଦାବିକୁ ମିଥ୍ୟା ପ୍ରମାଣିତ କରିବାକୁ ଯାଇ ମନୋଜ ତିୱାରି ନିଜେ ବିଜେଡି ସାଂସଦ ଅନୁଭବଙ୍କ ଉଦାହରଣ ଦେଇଛନ୍ତି ।

ପଞ୍ଜାବରେ ବିପୁଳ ବିଜୟ ପରେ ରାଜ୍ୟ ସଭାକୁ ଆମ ଆଦାମି ପାର୍ଟି ୫ ଜଣଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଏହି ତାଳିକାରେ ରହିଛନ୍ତି ଆମ ଆଦାମି ପାର୍ଟିର ବିଧାୟକ ରାଘବ ଚଢା । ୩୩ ବର୍ଷୀୟ ରାଘବ ରାଜ୍ୟସଭାର ସର୍ବ କନିଷ୍ଟ ସଭ୍ୟ ବୋଲି ଆମ ଆଦାମି ପାର୍ଟି ତରଫରୁ ଦାବି କରାଯାଉଛି । ଆଉ ଏହା ଉପରେ ପ୍ରତିକ୍ରିୟା ରଖି ମଣିଜ ତିୱାରି କେଜ୍ରିୱାଲଙ୍କୁ ମୀଛୁଆ କହିବା ସହ ଅନୁଭବଙ୍କୁ ସର୍ବ କନିଷ୍ଟ ସାଂସଦ ବୋଲି କହିଛନ୍ତି ।

କଣ୍ଟାକୁ କଣ୍ଟାରେ କଢା ଯାଏ ଏହି କଥାକୁ ପ୍ରମାଣିତ କରିବାକୁ ଯାଇ କେଜ୍ରିୱାଲଙ୍କୁ ଆଟାକ କରିଛନ୍ତି ମନୋଜ ତିୱାରି । ସାଂସଦ ବାହାରେ ଅନୁଭବଙ୍କୁ ଅସ୍ତ୍ର କରି ଏକ ଭିଡିଓ ମାଧ୍ୟମରେ ସେ କେଜ୍ରିୱାଲଙ୍କୁ ଆଟାକ କରିଛନ୍ତି । ତା ହେଲେ ବନ୍ଧୁଗଣ ଏବେ ଏହି ଭିଡିଓତି ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *