ମାଙ୍କଡ ଆଉ କୁକୁଡାର ଏମିତି ଲଢେଇ ଆଗରୁ କେବେ ବି ଦେଖି ନଥିବେ, ଥରେ ଦେଖନ୍ତୁ ଏହି Video ହସି ହସି ପେଟ ଦରଜ ହେଇଯିବ… 

ବନ୍ଧୁଗଣ ମଣିଷ ମାନଙ୍କ ଭଳି ପଶୁ ମାନଙ୍କ ମଧ୍ୟରେ ମଧ୍ୟ କିଛି ନା କିଛି କାରଣ ହେତୁ ଲଢେଇ ହୋଇଥାଏ । କିଛି ଲଢେଇ ଅତି ଭୟଙ୍କର ହୋଇଥାଏ ତ କିଛି ଲଢେଇ ବହୁତ ମଜାଦାର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପଶୁ ମାନଙ୍କର କିଛି ଏପରି ଲଢେଇର ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ କିଛି କୁକୁର କିଛି ଷଣ୍ଢ ମାନଙ୍କ ସହ ଲଢେଇ କରୁଥିବାର ନଜର ଆସୁଛନ୍ତି । କୁକୁର ମାନେ ଗୋଟେ ଷଣ୍ଢ ଉପରେ ଆକ୍ରମଣ କରି ତାକୁ ପଛକୁ କରି ଦେଉଥିବା ବେଳେ ଅନ୍ୟ ଷଣ୍ଢ ଗୁଡିକ କୁକୁରଙ୍କ ଉପରେ ଆକ୍ରମଣ କରୁଛନ୍ତି । ଅଲଗା ଅଲଗା ଷଣ୍ଢ ଆସି କୁକୁର ମାନଙ୍କୁ ସବକ ଶିଖାଉଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଗୋଟେ ବକୁରୀ ଗୋଟେ ଷଣ୍ଢ ସହ ପଙ୍ଗା ନେଉଥିବାର ନଜର ଆସୁଛି । ବକୁରୀଟି ବି ମଧ୍ୟ ଷଣ୍ଢ ଭଳି ବହୁତ ବଡ ଓ ଶକ୍ତି ଶାଳି ନଜର ଆସୁଛି । ଷଣ୍ଢ ଠାରୁ ଛୋଟ ହୋଇ ମଧ୍ୟ ବକୁରୀଟି ଅତି ସାହସିକତାର ସହ ଷଣ୍ଢ ସହ ଲଢୁଛି । ବକୁରୀର ଏହି ସାହସିକତା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ଜଣାଇବେ ।

https://www.youtube.com/watch?v=B1X5qNqgi8c

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଗୋଟେ ମାଙ୍କଡ ଏକ କୁକୁଡାକୁ ଏକା ଦେଖି ତା ଉପରେ ଆକ୍ରମଣ କରି ତୁରନ୍ତ ସେହି ସ୍ଥାନରୁ ଚମ୍ପଟ ମରୁଛି । କିଛି ସମୟ ପରେ ମାଙ୍କଡଟି ପୁଣି ଆସି କୁକୁଡା ଉପରେ ଆକ୍ରମଣ କରୁଛି । କୁକୁଡା ଆଉ ମାଙ୍କଡର ଲଢେଇ ଚାଲିଥିବା ବେଳେ ଗୋଟେ କୁକୁର ଛୁଆ ଆସୁଛି ହେଲେ ମାଙ୍କଡ ସେହି କୁକୁରକୁ ବି ସବକ ଶିଖାଇ ଦେଉଛି ।

୪. ବନ୍ଧୁଗଣ ଆମର ଚତୁର୍ଥ ଭିଡିଓରେ ଗୋଟେ କୁକୁର ଆଉ ଗୋଟେ ଘୋଡା ଜମିରେ ଥିବା ଏକ କଇଁଛକୁ ସୁଙ୍ଗୁ ଥିଲେ । ହେଲେ ସେହି ସମୟରେ କଇଁଛଟି ନିଜ ଅସଲ ରୂପ ଦେଖାଉଛି ଯାହାଫଳରେ ଉଭୟ କୁକୁର ଆଉ ଘୋଡା ଚିଟ ପଟାଙ୍ଗ ମାରି ଦୌଡୁ ଛନ୍ତି । ଏହି ଭିଡିଓଟି ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

୫. ବନ୍ଧୁଗଣ ଆମ ଶେଷ ଭିଡିଓରେ ଏକ କୁକୁର ଅନେକ ସମୟ ଧରି ଏକ ଛେଳି ସାମ୍ନାରେ ଛିଡା ହେଇଛି । କୁକୁରଟି ଛେଳିକୁ ଡରେଇବା ବେଳେ ଅନ୍ୟ ଛେଳି ଆସି କୁକୁରକୁ ଶୁଣ୍ଢରେ ମାରୁଛି ଏହା ପରେ କୁକୁର ଉଭୟ ଛେଳିଙ୍କ ଉପରେ ଆକ୍ରମଣ କରୁଛି । ହେଲେ ଛେଳିଟି କୁକୁରକୁ ଶୁଣ୍ଢରେ ଆକ୍ରମଣ କରୁଛି ଯାହାଫଳରେ କୁକୁର ତଳେ ପଡୁଛି ।

Leave a Reply

Your email address will not be published. Required fields are marked *