ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ନେଉଛି ନୂଆ ମୋଡ, ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭରଙ୍କ ବଡ ବୟାନ, ଟ୍ରେନ ଦୁର୍ଘଟଣାରେ ହେଇନି ଆଦିତ୍ୟଙ୍କ ମୃତ୍ୟୁ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ କୁ ଦୁଇ ସପ୍ତାହ ହେଇ ଗଲାଣି । କିନ୍ତୁ ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ଘଟଣା ସାମ୍ନା କୁ ଆସିବାକୁ ଲାଗିଛି କି ସେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ନା ତାଙ୍କୁ ମାରି ଟ୍ରେନ ଲାଇନ ରେ ପକା ଯାଇଛି, ଏମିତି ଅନେକ ତଦନ୍ତ ଓ ଅନେକ ତଥ୍ୟ ବାହାରକୁ ଆସୁଛି । କିନ୍ତୁ ସଠିକ ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନାହିଁ । କିନ୍ତୁ GRP ପୋଲିସ ପାଖରେ ଲାଗିଛି ଏକ ବଡ ତଥ୍ୟ ।

GRP ପୋଲିସ ପକ୍ଷରୁ ଯେଉଁ ଆଶଙ୍କା କରାଯାଉଥିଲା କି ପୁରୁଷୋତ୍ତମ ଏକ୍ସପ୍ରେସ ରାତି ୭ ଟା ରୁ ୮ ଟା ଭିତରେ ଧକ୍କା ଦେଇଛି ବୋଲି ତାହା ଆଜି ଭୁଲ ପ୍ରମାଣିତ ହୋଇଛି । ନିଜେ ପୁରୁଷୋତ୍ତମ ଏକ୍ସପ୍ରେସ ର ଡ୍ରାଇଭର ଏ କଥା ସ୍ପଷ୍ଟ କରିଛନ୍ତି । ଆଦିତ୍ୟଙ୍କ ପୋଷ୍ଟ ମାର୍ଟମ ରିପୋର୍ଟ ମଧ୍ୟ ଏହା କହୁଥିଲା କି ଆଦିତ୍ୟଙ୍କ ମୃତ୍ୟୁ ସନ୍ଧ୍ୟା ୭ ଟା ରୁ ୮.୩୦ ମଧ୍ୟରେ ହୋଇଥିଲା ।

ଏହି ସମୟ ମଧ୍ୟରେ ସେହି ଟ୍ରାକ ଦେଇ ଯାଇଥିବା ପୁରୁଷୋତ୍ତମ ଏକ୍ସପ୍ରେସ ର ଡ୍ରାଇଭର କହିଛନ୍ତି କି ନା, ସେଠାରେ କେହି ନଥିଲେ । ଆମେ ଦୁର୍ଘଟଣା କୁ ଏଡାଇବା ପାଇଁ ବା ଦୁର୍ଘଟଣା କରାଇବା ପାଇଁ ଲାଇନ ହେଡ ମ୍ୟାନେଜର ଙ୍କ ପରାମର୍ଶ ନେଇଥାଉ । ଆମେ ଟ୍ରେନ ଠାରୁ ୨୦୦ ମିଟର ଦୂରରେ ଯାହା ଦେଖୁ ଆମ ହେଡ ଅଫିସରେ ରଥ ସାର ଙ୍କୁ ଇନଫର୍ମ କରିଥାଉ ଓ ଯଦି ବି ଦୁର୍ଘଟଣା ହୁଏ ଆଗ ଷ୍ଟେସନ କୁ ଜଣେଇ ଦେଇଥାଉ । ସେହି ସମୟରେ ଆମେ ଟ୍ରାକ ରେ ତିନୋଟି ଗାଈ ଦେଖିଥିଲୁ । ଏହାର ସୂଚନା ଆମେ ହେଡ ଅଫିସ କୁ ଦେଇଥିଲୁ । ଗାଈ ମାନେ ଟ୍ରେନ ଆସିବା ଆଗରୁ ହଟି ଯାଇଥିଲେ ।

ଆମ ନିୟମ ଏହା ଯେ କୌଣସି ପରିସ୍ଥିତିରେ ଆମେ ଟ୍ରେନ ବ୍ରେକ ଲଗାଇ ପାରିବୁ ନାହିଁ । ଯଦି କେହି ନାଲି ଲାଇଟ କିମ୍ବା ନାଲି କପଡା ଦେଖାଇଥାଏ ତେବେ ଯାଇ ଆମେ ଟ୍ରେନ ର ବ୍ରେକ ଲଗାଇ ଥାଉ । ଯଦି କେହି ଆତ୍ମ ହତ୍ୟା ପାଇଁ ଟ୍ରାକ ରେ ଥାଏ ତେବେ ଏହାର ସୂଚନା ମଧ୍ୟ ଆମେ ହେଡ ଅଫିସ କୁ ଜଣାଉ । ସେ ଯଦି ଟ୍ରେନ ଦୁର୍ଘଟଣା ପାଇଁ ଅନୁମତି ଦେବେ ତେବେ ଆମେ କରିବୁ । ଏଥିରେ ଆମର ଭୁଲ ନଥାଏ ।

ଯଦି ଭୁଲ ବଶତଃ ଦୁର୍ଘଟଣା ହୋଇଯାଏ ତେବେ ଆମେ ଟ୍ରେନ ର ଆଗ ଷ୍ଟେସନ କୁ ଇନଫର୍ମ କରିଥାଉ । ଆମେ ଯାହା ବି ଦେଖୁ ହେଡ ଅଫିସ କୁ କହୁ ଓ ତାଙ୍କର ନିର୍ଦ୍ଦେଶ ପାଳନ କରୁ । କିନ୍ତୁ ଆଦିତ୍ୟ ନଥିଲେ ସେହି ଟ୍ରାକ ରେ ବୋଲି ଡ୍ରାଇଭର ନିଜେ ସ୍ପଷ୍ଟ କରିଛନ୍ତି । GRP ପୋଲିସ ଆଗରୁ ବିକାଶ, ପ୍ରୀତମ ପପୁଙ୍କୁ ଜେରା କରି ସାରିଛି । ଏବେ ପୋଲିସ ବିଦ୍ୟାଶ୍ରୀ ଙ୍କୁ ପଚରା ଉଚରା କରିବ ।

ଏକ CCTV ଫୁଟେଜ ମଧ୍ୟ GRP ପୋଲିସ ହାତରେ ଲାଗିଛି ଯେଉଁଥିରେ ଆଦିତ୍ୟ ଏକା ଏକା ଯାଉଥିବାର ନଜର ଆସୁଛନ୍ତି । ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଏବେ ଭିନ୍ନ ଦିଗକୁ ମୋଡ ନେଉଛି । ଘଟଣାକୁ ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ଖୋଲି ପାରୁ ନାହିଁ ।

Leave a Reply

Your email address will not be published. Required fields are marked *