ସାଙ୍ଗମାନେ ଆପଣ ମାନଙ୍କୁ ଆମ ଲେଖାକୁ ସ୍ଵାଗତ । ସାଙ୍ଗମାନେ ଆଜି ଆମେ ପିଲାମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ଆଣିଛୁ । ଆପଣ ଜାଣିଥିବେ ପିଲା ମାନଙ୍କ ବୁଦ୍ଧିର ବିକାଶ ପାଇଁ ଜେନେରାଲ ନଲେଜ କେତେ ଆବଶ୍ୟକ ହୋଇଥାଏ । ଆଜି ଆମେ ସେହିପରି କିଛି ଜେନେରାଲ ନଲେଜ ପିଲାମାନଙ୍କ ପାଇଁ ନେଇ ଆସିଛୁ । ଯାହାକୁ ପଢି ସେମାନେ ବହୁତ ଆନନ୍ଦ ନେବେ ଏହା ସହିତ ଏହା ତାଙ୍କର ବୁଦ୍ଧିର ବିକାଶରେ ମଧ୍ୟ ସହାୟକ ହୋଇଥାଏ । ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର ଖେଳ ।
ପ୍ରଶ୍ନ-୧
ଗୋଟିଏ ଗୁମ୍ଫାରେ ୩୨ ଚୋର ଦିନରେ କରନ୍ତି କାମ,
ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?
ଉତ୍ତର – ଦାନ୍ତ (ଆମ ପାଟିରେ ୩୨ ଟି ଦାନ୍ତ ଥାଏ ଯାହାକି ଦିନବେଳା ଖାଦ୍ୟ ଚୋବାଇବାରେ କାମରେ ଆସିଥାଏ ଓ ଆମେ ରାତିରେ ଶୋଇ ଗଲେ ବିଶ୍ରାମ କରିଥାଏ )
ପ୍ରଶ୍ନ – ୨
“ମାମୁଁ ଘରେ ଗୋଠେ ଗାଈ
ରାତି ପାହିଲେ ମୋଟେ ନାହିଁ ”
ଉତ୍ତର – ତାରା
ପ୍ରଶ୍ନ -୩
ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ
ବୋଉର ସେ ନଣନ୍ଦ ହେବ କିଏ ସିଏ କୁହ ?
ଉତ୍ତର – ପିଉସୀ ନାନୀ
ପ୍ରଶ୍ନ – ୪
ବାହାରେ ସବୁଜ ଭିତରେ ଲାଲ
ଲତାରେ ଫଳେ ସେ ଫଳ ଟି ଗୋଲ
କଟା ହେଲେ ହୁଏ ଖାଇ
ଖରାଦିନେ ସିଏ ଯାହାକୁ ଯେତେ ଲୋ
ଶୀତ ଦିନେ ଦିଶେ ନାହିଁ
ଉତ୍ତର – ତରଭୁଜ
ପ୍ରଶ୍ନ – ୫
ମୋତେ କାଟାଯାଏ ମତେ ଛେଚାଯାଏ
ମତେ ଭାରି ବାଧେ
ହେଲେ ମୋତେ କାଟୁଥିବା ଲୋକ
ଲୁହ ଝରାଇ କାନ୍ଦେ
ଉତ୍ତର – ପିଆଜ
ପ୍ରଶ୍ନ – ୬
ସବୁଜ ବେଣ୍ଟକୁ ନାଲିଆ ଛୁରୀ
କଷ୍ଟ ଦିଏ ସିଏ ଜ୍ଵହର ପରି
ପାଣି ପାଣି ବୋଲି ଚିଲାଏ ମଣିଷ
ସତେ କି ଜୀବନ ଯାଏ ବାହାରି
ଉତ୍ତର – ନାଲି ଲଙ୍କା
ପ୍ରଶ୍ନ – ୭
ଖରା ଦେଖି କି ମୁଁ ଆସିଥାଏ
ଛାଇ ଦେଖି କି ମୁଁ ଲୁଚିଯାଏ
ପବନ ଛୁଇଁଲେ ମୋତେ
ମୁଁ ଲାଜେ ଲାଜେ ମରିଯାଏ ?
ଉତ୍ତର – ଝାଳ
ପ୍ରଶ୍ନ – ୮
ତାଟିଆ ଭିତରେ ତାଟିଆ ଅଛି
ତାତିତା ଭିତରେ ଅମୃତ
ମା’ ପେଟର ଝିଅଟି ଗୋରୀ
କହ ଇଏ କି ଗଣିତ ?
ଉତ୍ତର – ନଡିଆ
ପ୍ରଶ୍ନ – ୯
ନାକରେ ଯଦି ମୁଁ ଥରେ ଚଢିଯିବି
କାନ ଧରି କି ମୁଁ ତତେ ପଢେଇବି ?
ଉତ୍ତର – ଚଷମା
ତେବେ ଆପଣ ମାନଙ୍କୁ ଆମର ଏହି ପ୍ରଶ୍ନ ଉତ୍ତର ଖେଳ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଏମିତି ହିଁ କିଛି ମଜାଦାର ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ