ଖୋଲୁଛି ଆଦିତ୍ୟଙ୍କ ମୃତ୍ୟୁ ର ଗୁମର, ଜିଆରପି ପୋଲିସ ଦେଲା ଏହି ବଡ ତଥ୍ୟ

ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ କୁ ଆଜିକୁ ୮ ଦିନ ହୋଇ ଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ପୁଲିସ ହାତରେ ଲାଗି ନାହିଁ । କିନ୍ତୁ ବର୍ତ୍ତମାନ ଜିଆରପି କୁ ମିଳିଛି ଏକ ବଡ ତଥ୍ୟ । ଯେଉଁ ତଥ୍ୟ ଅନୁସାରେ ଜିଆରପି ନିଜ ତଦନ୍ତକୁ ଆଗକୁ ବଢାଇଛି । ଜିଆରପି କୁ CCTV ରୁ ମିଳିଛି ଆଦିତ୍ୟଙ୍କ ଫଟୋ । ହଁ ଆଜ୍ଞା, ମୃତ୍ୟୁ ପୂର୍ବରୁ ରାସ୍ତାରେ ଲିଙ୍ଗରାଜ ଷ୍ଟେସନ ଆଡକୁ ଚାଲି ଚାଲି ଯାଉଥିବାର CCTV ଫୁଟେଜ ଜବତ କରିଛି GRP । ଯେଉଁଥିରେ କି ଆଦିତ୍ୟଙ୍କ ଫଟୋ ସ୍ପଷ୍ଟ ଦେଖାଯାଉଛି ।

ସେହି ସମୟରେ ଭୁବନେଶ୍ବରର ଲିଙ୍ଗରାଜ ଷ୍ଟେସନ ଦେଇ ପୁରୁଷୋତ୍ତମ ଏକ୍ସପ୍ରେସ ଯାଇଥିବାରୁ GRP ପୁଲିସ ଏହି ଟ୍ରେନ ସହ ଆଦିତ୍ୟଙ୍କର ଧକ୍କା ହୋଇଥିବାର ସନ୍ଦେହ ମଧ୍ୟ କରୁଛନ୍ତି । ଏ ନେଇ ଜିଆରପି ଟୀମ ୨୦ ଜଣଙ୍କୁ ଜେରା କରିଛି ଓ ୪ ଜଣ ଟ୍ରେନ ଡ୍ରାଇଭର ଙ୍କୁ ମଧ୍ୟ ପଚରା ଉଚରା କରିଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ଆଦିତ୍ୟଙ୍କର ଫୋନ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି ।

ସୁସାଇଡ ନୋଟ ଓ ଆଗରୁ ଲେଖାଯାଇଥିବା କିଛି ନୋଟ କୁ ଯାଞ୍ଚ ପାଇଁ ଫରେନସିକ ଲ୍ୟାବ କୁ ପଠା ଯାଇଛି । ମୁଖ୍ୟ କଥା ହେଲା ଆଦିତ୍ୟ ଯେତେବେଳେ ଷ୍ଟେସନ ଆଡକୁ ଚାଲି ଚାଲି ଯାଉଥିଲେ ସେତେବେଳେ ୨-୩ ଜାଗାରୁ ଆଦିତ୍ୟ ଚାଲି ଚାଲି ଯାଉଥିବାର ଦ୍ରୁଶ୍ୟ CCTV ରେ କ୍ୟାପଚର ହୋଇଥିଲା । ସେହି CCTV ର ଫୁଟେଜ କୁ ଏବେ ଜିଆରପି ନିଜ ହାତକୁ ଆଣିଛି ଏବଂ ଯେଉଁ ସମୟରେ ଲିଙ୍ଗରାଜ ଷ୍ଟେସନ ଅତିକ୍ରମ କରିଥିଲେ ସେହି ସମୟରେ ତିନୋଟି ଟ୍ରେନ ସେହି ଷ୍ଟେସନ ଦେଇ ଅତିକ୍ରମ କରିଥିଲା ।

ସେଥିମଧ୍ୟରୁ ଦୁଇଟି ଥିଲା ମାଲବାହୀ ଟ୍ରେନ ଓ ଆଉ ଗୋଟିଏ ଥିଲା ଯାତ୍ରୀବାହି ଟ୍ରେନ । ସେହି ଯାତ୍ରୀବାହି ଟ୍ରେନ (ପୁରୁଷୋତ୍ତମ ଏକ୍ସପ୍ରେସ) ସମୟରେ ଆଦିତ୍ୟ ପାସ କରିଥିଲେ ଲିଙ୍ଗରାଜ ଷ୍ଟେସନ କୁ । ପୁରୁଷୋତ୍ତମ ଏକ୍ସପ୍ରେସ ଢକା ଦେଇଥିବାର ଜିଆରପି ପୋଲିସ ର ଡ଼ିଏସପି ସନ୍ଦେହ କରୁଛନ୍ତି କାରଣ ସେହି ସମୟରେ ଆଦିତ୍ୟ ପାସ କରିଥିଲେ ଲିଙ୍ଗରାଜ ଷ୍ଟେସନ ଏବଂ ଏ ନେଇ ଜିଆରପି ଟୀମ ର ସଦସ୍ୟ ଓ ଡ଼ିଏସପି ସୂଚନା ଦେଇଛନ୍ତି ଯେ ପୁରୁଷୋତ୍ତମ ଏକ୍ସପ୍ରେସ ର ଡ୍ରାଇଭର ଙ୍କୁ ଜେରା କରିବା ସହିତ ଆଦିତ୍ୟଙ୍କୁ କିପରି ନ୍ୟାୟ ମିଳିବ ସେ ଦିଗରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବେ ଓ ସେ କହିଛନ୍ତି ଯେ ଏଭଳି ସମାଜସେବୀଙ୍କୁ ନ୍ୟାୟ ମିଳିବା ନିହାତି ଦରକାର ।

ଡ଼ିଏସପି ଏହା ଉପରେ ଟ୍ରେନ ଡ୍ରାଇଭର ଙ୍କୁ ଜେରା କରି ସଠିକ ତଥ୍ୟ ପ୍ରଦାନ କରିବେ ବୋଲି ମିଡିଆ ରେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସମୟ କହିବ କି ଆଦିତ୍ୟଙ୍କୁ କେବେ ନ୍ୟାୟ ମିଳୁଛୁ ତାଙ୍କର ଦୋଷୀ କିଏ ? ସେ ମୃତ୍ୟୁ ବରଣ କରିଛନ୍ତି ନା ତାଙ୍କୁ ହତ୍ୟା କରା ଯାଇଛି । ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ମିଳି ନଥିଲେ ମଧ୍ୟ ଏହି ଛୋଟ ଛୋଟ ତଥ୍ୟ ଆଦିତ୍ୟଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ଆଣୁଛି ।

ସସପେନ୍ସ ଘେରରେ ରହିଥିବା ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର କିଛି କିଛି ଗୁମର ଫିଟୁଛି । ଆମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆଦିତ୍ୟଙ୍କ ଆତ୍ମାକୁ ଶାନ୍ତି ମିଳୁ । ଏ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *