‘ମାଳ ମାଳ ନକଲି ସାର୍ଟିଫିକେଟ ମିଳୁଛି ଏହିଠାରେ…’ ପୁରା ଘଟଣା ଜାଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ନକଲି ସାର୍ଟିଫିକେଟ ତିଆରି କରି ପିଲା ପାଉଛନ୍ତି ଚାକିରି । ଆଉ ପ୍ରକୃତ ମେଧାବୀ ଛାତ୍ର ଛାତ୍ରୀ ଚାକିରି ରୁ ବାଦ ପଡ଼ୁଛନ୍ତି । ଏହାର ମୂଳ କାରଣ ହେଇଛି ନକଲି ସାର୍ଟିଫିକେଟ ଯାହାକୁ ପିଲା ମାନଙ୍କ ଠାରୁ ପଇସା ନେଇ ପ୍ରସ୍ତୁତ କରାଯାଉଥିଲା । ହେଲେ ବର୍ତ୍ତମାନ ସମୟରେ ଧରା ପଡିଯାଇଛି ତାଙ୍କର ଏହି ନକଲି ସାର୍ଟିଫିକେଟ ତିଆରି କରିବା ସଂସ୍ଥା ।

ତେବେ ପୋଲିସ ହାତରେ କେଉଁ ସବୁ ତଥ୍ୟ ଲାଗିଛି ଏବଂ କିଭଳି ଭାବରେ ପୋଲିସ ଏହାର ଖବର ପାଇ ସନ୍ଧାନ  ଆରମ୍ଭ କରିଥିଲା ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା । ସୂଚନା ଅନୁଯାୟୀ ବଲାଙ୍ଗୀର ପୋଷ୍ଟ ଅଫିସକୁ ଆସିଥିଲା ୩୭ ପିଲାଙ୍କ ସାର୍ଟିଫିକେଟ । ପୋଷ୍ଟ ଅଫିସରେ ଥିବା ଅଧିକାରୀ ତାହାକୁ ଫେକ ବୋଲି କହିଥିଲେ । ଏହାର ସୁଚାନ ପୋଲିସ ପାଖରେ ପହଞ୍ଚିବା ପରେ । ବଲାଙ୍ଗୀର sp ଏକ ସ୍ଵତନ୍ତ୍ର ଟିମ ଗଠନ କରିଥିଲେ । ଏହି ଟିମକୁ କେବଳ ନକଲି ସାର୍ଟିଫିକେଟ କେସ ଉପରେ କାର୍ଯ୍ୟ କରିବାର ଦାୟିତ୍ଵ ଦିଆଯାଇଥିଲା ।

ଏହାପରେ ସେମାନେ ପତା ଲଗାଇ ଖବର ଦେଇଥିଲେ କି ବଲାଙ୍ଗୀରରେ ଥିବା ରିଲାନ୍ସ ଏଜୁକେସନ କମ୍ପ୍ଲେକ୍ସ ହେଉଛି ଏହାର ମୁଖ୍ୟ ସ୍ଥାନ ଯେଉଁଠାରେ ନକଲି ସାର୍ଟିଫିକେଟ ତିଆରି କରାଯାଉଛି । ଏହା ଏକ କୋଚିଙ୍ଗ ସେଣ୍ଟର ଅଟେ । ଏଠାରେ ବହୁତ ପିଲା କୋଚିଙ୍ଗ ନିଅନ୍ତୁ ମଧ୍ୟ । ହେଲେ କୋଚିଙ୍ଗ ସେଣ୍ଟର ସହ ଭିତରେ ଚାଲିଥିଲା ଏଭଳି କାର୍ଯ୍ୟ । ବର୍ତ୍ତମାନ ପୋଲିସ ନକଲି ସାର୍ଟିଫିକେଟ ଦେଇଥିବା ଆଠ ଜଣ ପିଲାଙ୍କୁ ଅଟକ ରଖିଛି ।

ଏହାସହିତ ଏହାର ପ୍ରୋପାଇଟର ମନୋଜ ମିଶ୍ର ଏବଂ ଆଲୋକ ଏହି ଦୁଇ ଜଣକୁ ପୋଲିସ ଅଟକ ରଖିଛି । ପ୍ରାୟ ପୁରା ଭାରତର ସମସ୍ତ ୟୁନିଭରସିଟିର ନକଲି ସାର୍ଟିଫିକେଟ ଏଠାରେ ତିଆରି କରାଯାଉଥିଲା । ଶହ ଶହ ସାର୍ଟିଫିକେଟ ଗଦା ହୋଇଛି । ପିଲାମାନେ ଟଙ୍କା ଦେଇ ସହଜରେ ନେଇଯାଉଥିଲେ ସାର୍ଟିଫିକେଟ ପାଠ ପଢି କଷ୍ଟ କରି ରଖିବାକୁ ପଡୁନଥିଲା ମାର୍କ ।

କିଏ କେତେ ଟଙ୍କା ଦେଇ ସାର୍ଟିଫିକେଟ ନେଇଛନ୍ତି ଏବଂ କେଉଁମାନେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି ଏହିସବୁର ତଥ୍ୟ ବର୍ତ୍ତମାନ ପୋଲିସ ହାତରେ ଲାଗିସାରିଛି । ଆଗକୁ ଜଣା ପଡିବ ପୋଲିସ ସେମାନଙ୍କ ଊପରେ କେଉଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *