ଲୁଚି ଲୁଚି ଆସୁଛି, ଟାଣି ନେଇ ଚାଲି ଯାଉଛି, କେହି କିଛି ବୁଝିବା ଆଗରୁ ଚାଲି ଯାଉଛି ଜୀବନ

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଘରୁ ବାହାରକୁ ପାଦ ରଖିବା ମାତ୍ରେ ମଣିଷ ଗାଈ ଗୋରୁ ସମସ୍ତଙ୍କୁ ଟାଣି ନେଉଛି । ଭୟରେ ଥରହର  ହେଉଛନ୍ତି ଗ୍ରାମ ଲୋକ । ଘରୁ ବାହାରକୁ ବାହାରିବା ପାଇଁ ଡରୁଛନ୍ତି ଗ୍ରାମ ଲୋକ । ଚାରିଆଡେ ଘେରି ଯାଇଛି ବାଘ ବାଘୁଣୀଙ୍କ ଆତଙ୍କ । ଗୋଟିଏ ଲମ୍ପରେ ବେକ ଧରି ଟାଣି ନେଉଛନ୍ତି ସେ ମଣିଷ ହେଉ ବା ଗୃହପାଳିତ ପଶୁ । ଜୀବନକୁ ଆଶା ଛାଡି ବଞ୍ଚି ରହିଛନ୍ତି ଲୋକେ । ତେବେ ଏଭଳି ବାଘ, ବାଘୁଣୀଙ୍କ ଆତଙ୍କ କେଉଁ ଅଞ୍ଚଳରେ ଘେରିଛି ଏବଂ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା, ସୁନାବେଢା ଅଭୟାରଣ୍ୟ ଅଞ୍ଚଳରେ । ବାଘକୁ ଭୋକ ହେବା ମାତ୍ରେ ଆକ୍ରମଣ ଉପରେ ଆକ୍ରମଣ କରି ମଣିଷ ମାନଙ୍କୁ ଟାଣି ନେଉଛି । ପ୍ରଥମେ ଜଣେ ବୃଦ୍ଧାଙ୍କୁ ଖାଇଲା ଆଉ ଏବେ ଗାଈ ବାଛୁରିଙ୍କୁ ଗୋଟିଏ ପରେ ଗୋଟିଏ ଖାଇ ଚାଲିଛି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଜଙ୍ଗଲର ଉତ୍ତର ପଟେ ବାଘୁଣୀ ନିଜ ଛୁଆ ସହ ଶିକାର କରୁଥିବା ବେଳେ ଜଙ୍ଗଲ ମଧ୍ୟ ଭାଗ ଏବଂ ପଶ୍ଚିମ ଭାଗରେ କୋମଲା ବ୍ଲକ ଅନ୍ତର୍ଗତ ସୋସିଙ୍ଗ ପଞ୍ଚାୟତରେ ଏକ କଲରା ପତରିଆ ବାଘ ଆତଙ୍କ ମଚାଇଛି । ଏହି ବାଘର ଆତଙ୍କ ହେତୁ ସ୍ଥାନୀୟ ଲୋକେ ଭୟରେ ଜୀବନ ଯାପନ କରୁଛନ୍ତି ।

ଖରା ପାଇଁ ଜଙ୍ଗଲରୁ ପାଣି ଏବଂ ଖାଦ୍ୟ ନ ପାଇ ଜଙ୍ଗଲରୁ ବାହାରି ଆସିଛି କଲରା ପତରିଆ ବାଘ । ଆଉ ଏହି କାରଣ ପାଇଁ ପାଖ ଜଙ୍ଗଲରେ ଘୁରି ବୁଲୁଛି ବାଘ । ବାଘକୁ ଟ୍ରାପ କରିବା ପାଇଁ ବନ ବିଭାଗ ତରଫରୁ ଚାରିଆଡେ କ୍ୟାମେରା ମଧ୍ୟ ଲଗାଯାଇଛି । କିନ୍ତୁ କ୍ୟାମେରାରେ ଟ୍ରାପ ହୋଇପାରୁନାହି ବାଘ ।

ଗତ ୧୭ ଦିନ ହେବ ବାଘ ଭୟରେ ଲୋକମାନଙ୍କର ଭୋକ ଶୋଷ ଉଡିଗଲାଣି । କେହି ମଧ୍ୟ ଘରୁ ବାହାରକୁ ନ ବାହାରି ଘର ଭିତରେ ଲୁଚି ରହୁଛନ୍ତି । ବନ କର୍ମଚାରୀରେ ୨୪ ଘଣ୍ଟା ଗ୍ରାମରେ ଜଗି ରହିଛନ୍ତି । ଚାରିଆଡେ ବୁଲି ବୁଲି ବାଘକୁ ଖୋଜୁଛନ୍ତି ହେଲେ ମିଳି ପାରୁନାହିଁ ବାଘର ସନ୍ଧାନ । ଆଶା କରାଯାଉଛି ଖୁବ ଶୀଘ୍ର ବାଘକୁ ନିଜ ନିୟନ୍ତ୍ରଣରେ ଆଣିବେ ବନ ବିଭାଗ ।

Leave a Reply

Your email address will not be published. Required fields are marked *