ମଝି ଦାଣ୍ଡରେ ମହାଭାରତ !

ମଝି ଦାଣ୍ଡରେ ମହାଭାରତ ଦୁଇ ଛୁଆଙ୍କୁ ଧରି ଦାଣ୍ଡରେ ଦୁଇ ବୋହୁ । ଶାଶୁ କହୁଛି ମୁଁ ଘରୁ ଗେଟ ଆଉଟ । ବ୍ରହ୍ମପୁର ବ୍ରହ୍ମନଗର ପରେ ଏବେ ମାର୍ଥା ସାହି । ଶାଶୁ ନଣନ୍ଦ ଓ ବୋହୁ କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳ ପରେ ଏବେ ମାର୍ଥା ସାହିରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଜଣେ ନୁହେଁ ନ୍ୟାୟ ପାଇଁ ଭିକ୍ଷା କରୁଛନ୍ତି ଦୁଇଜଣ ବୋହୁ । ଶାଶୁ ଘର ଲୋକେ ନିର୍ଯାଆତନାଆ ଦେଉଥିବା ଅଭିଯୋଗ କରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି ଏହି ଦୁଇ ବୋହୁ ।

ବଡ କଥା ହେଉଛି ଦୁଇ ଭଉଣୀ ଗୋଟିଏ ପରିବାରକୁ ବାହା ହୋଇ ଆସି ଦୁଇ ଜାଆ ହୋଇଛନ୍ତି । ସେମାନଙ୍କର ଗୋଟିଏ ଲେଖାଏଁ ସନ୍ତାନ ମଧ୍ୟ ରହିଛି । ତେବେ ପାରିବାରିକ କଳହ ଓ ନିର୍ଯାଆତନାଆ ଅଭିଯୋଗ ଆଣି ସେମାନେ ଏବେ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସିଛନ୍ତି ।

ବୋହୁଙ୍କ ମତରେ, ପାଞ୍ଚ ବର୍ଷ ପୂର୍ବେ ସେ ବିବାହ କରିଥିଲେ । ଆଗରୁ ମାଆରପିଇଟ ଓ ନିର୍ଯାଆତନାଆ କରୁଥିଲେ । ହେଲେ ଏବେ ପାଞ୍ଚ ସାତ ଦିନ ତଳେ ବୋହୁର ଶଙ୍ଖୀ ଧରି ଦଉଡି ଦେଇଥିଲେ । ଗତ କାଲି ବୋହୁଙ୍କ ପୁତୁରା ଗୋଟେ ମାଛ ପିସ ଖାଇଦେଲା ସେ କହିଲେ ତମେ ତମ ବାପ ଘରକୁ ଚାଲି ଯାଅ । ନଣନ୍ଦ ପାଇଁ ସବୁବେଳେ ଝଗଡା ହେଉଛି ବୋଲି ଦୁଇ ବୋହୁ ଅଭିଯୋଗ କରିଛନ୍ତି ।

ଗତ କାଲି ରାତିରେ ଗୋଟେ ପିସ ମାଛ ପାଇଁ ମାରପିଟ ହୋଇଛି । କାଲି ରାତି ସାରା ଦୁଇ ବୋହୁଙ୍କୁ ବାଡେଇ ଛନ୍ତି ଆଉ ଏବେ କହୁଛନ୍ତି ବୋହୁ ମାନେ ଘରୁ ଚାଲିଯିବା ପାଇଁ । ଶାଶୁ କହୁଛି ବୋହୁ ଯୁଆଡେ ଯାଉଛନ୍ତି ଯାନ୍ତୁ ହେଲେ ଝିଅ ଘରେ ରହିବ । ହେଲେ ଅନ୍ୟ ପକ୍ଷରେ ଶାଶୁ କହୁଛନ୍ତି, ତିନି ବର୍ଷ ହେଲାଣି ତାଙ୍କ ପୁଅଙ୍କୁ ଉଭୟ ବୋହୁ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ।

ଆଉ ଲଜ୍ୟାରେ ଦୁଇ ପୁଅ କୁଆଡେ ଘର ଛାଡି ପଳେଇ ଛନ୍ତି । ତେବେ ଘର ଭିତରେ ଶାଶୁ ବୋହୁ କଳି ଏକ ସାଧାରଣ କଥା ବୋଲି ସମସ୍ତେ ଜାଣିଛନ୍ତି । ହେଲେ ଏବେ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *