ଭୁଲ୍ ଶତ୍ରୁ ସହ ପଙ୍ଗା ପଡିଗଲା ମହଙ୍ଗା ! ନେଇଗଲା ଜୀବନ, ଦେଖନ୍ତୁ ହୋସ୍ ଉଡେଇ ଦେଲା ଭଳି ଘଟଣା, ଦେଖନ୍ତୁ ଏହି Video

ବନ୍ଧୁଗଣ ପଶୁ ମାନଙ୍କ ମଧ୍ୟରେ ଲଢେଇ ଅନେକ ଦିନ ହେବ ଚାଲି ଆସୁଛି । କେତେ ବେଳେ ଏହି ଲଢେଇ ଭୋକ ମେଣ୍ଟେଇବା ପାଇଁ ହୁଏ ତ କେତେବେଳେ ନିଜ ଅସ୍ତିତ୍ଵକୁ ବଞ୍ଚେଇ ରଖିବା ପାଇଁ ହୁଏ । ହେଲେ ବେଳେବେଳେ କିଛି ପଶୁ ନିଜକୁ ବଡ ଭାବି ଛୋଟ ପଶୁ ମାନଙ୍କୁ ହଇରାଣ କରିବାକୁ ଚାହିଁ ଥାନ୍ତି । ହେଲେ ଏହି ପଶୁ ମାନେ ନିଜ ଅହଂକାର ପାଇଁ ଭୁଲ ପଶୁ ସହ ପଙ୍ଗା ନେଇଯାନ୍ତି ଆଉ ପରେ ପସ୍ତାଇ ଥାନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ପଶୁଙ୍କ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଗୋଟେ ଚିତା ବାଘ ନିଜ ଶକ୍ତି ଉପରେ ଗର୍ବ କରି ଗୁମ୍ଭୀର ଥିବା ନଇକୁ ପାଣି ପିଇବାକୁ ଚାଲିଗଲା । ହେଲେ ସେହି ସମୟରେ ହଠାତ କୁମ୍ଭୀରଟି ଚିତା ବାଘ ଉପରେ ଆକ୍ରମଣ କରି ତାକୁ ପାଣି ଭିତରକୁ ନେଇଗଲା । ବାଘ ଜଙ୍ଗଲର ରାଜା ହେଇଥିବ ହେଲେ ପାଣିର ରାଜା ହେଉଛି କୁମ୍ଭୀର ।

୨. ବନ୍ଧୁଗଣ ସିଂହ ହେଉଛି ଜଙ୍ଗଲର ରାଜା । ଆମ ଦ୍ଵିତୀୟ ଭିଡିଓରେ ଗୋଟେ ସିଂହ ଏକ ମଇଁଷିକୁ ଏକା ଦେଖି ତା ଉପରେ ଆକ୍ରମଣ କରିଦେଲା ହେଲେ ସେହି ସମୟରେ ମଇଁଷିର ସାଥି ମାନେ ଆସି ସିଂହକୁ ମଜା ଚଖେଇଲେ । ସିଂହ ବୁଝି ପାରିଥିବ ସେ ଭୁଲ ଶତ୍ରୁ ସହ ପଙ୍ଗା ନେଇଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ବଡ ଏଣ୍ଡୁଅକୁ ଏକ ବିଲେଇ ହଇରାଣ କରୁଛି । ବିଲେଇଟି ଧୀରେ ଧୀରେ ଏଣ୍ଡୁଅ ପାଖକୁ ଯାଉଛି ହେଲେ ସେହି ସମୟରେ ଏଣ୍ଡୁଅଟି ନିଜ ଲାଞ୍ଜରେ ବିଲେଇକୁ ଏକ ଚଟକଣି ଦେଲା ଯାହାଫଳରେ ବିଲେଇଟି ଛିଟକି ପଡିଲା । ବିଲେଇ ଜାଣି ପାରିଥିବ ସେ ଆଜି ଭୁଲ ଶତ୍ରୁ ସହ ପଙ୍ଗା ନେଇଗଲା ।

୪. ବନ୍ଧୁଗଣ କୁକୁର ଓ ବିଲେଇର ଶତ୍ରୁତା ଶହ ଶହ ବର୍ଷ ଧରି ଚାଲି ଆସୁଛି । ଆଉ ଏହି ଲଢେଇରେ ଅଧିକାଂଶ ସମୟରେ କୁକୁର ଜିତି ଥାଏ । ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଏକ କୁକୁର ଘର ଭିତରେ ରହି ବାହାରେ ଥିବା ବିଲେଇକୁ ଭୋକୁ ଥିଲା । ଏହା ଦେଖି ଘର ମାଲିକ କବାଟ ଖୋଲିଦେଲା ଆଉ କୁକୁର ବିଲେଇ ଉପରେ ଆକ୍ରମଣ କରିଲା । ହେଲେ ବିଲେଇର ପ୍ରତି ଆକ୍ରମଣରେ କୁକୁରଟି ଛାନିଆ ହେଇ ଘର ଭିତରକୁ ଚାଲି ଆସିଲା ।

୫. ବନ୍ଧୁଗଣ ଗୋଟେ କୁମ୍ଭୀର ଏକ ଇଲେକ୍ଟ୍ରି ଇଲ ଉପରେ ଆକ୍ରମଣ କରିଦେଲା ହେଲେ କୁମ୍ଭୀର ଜାଣି ନଥିଲା ଯେ ଗୋଟେ ଇଲେକ୍ଟ୍ରିକ  ଇଲ ୮୬୦ ଭୋଲ୍ଟର ଇଲେକ୍ଟ୍ରି ଝଟକା ମାରିପାରେ ଯାହା କୁମ୍ଭୀରର ଜୀବନ ନେବା ପାଇଁ ବହୁତ ଅଧିକ । କୁମ୍ଭୀର ଆକ୍ରମଣ କରିବା ପରେ ଇଲଟି ନିଜ ଅସ୍ତ୍ର ପ୍ରୟୋଗ କରିଲା ହେଲେ କୁମ୍ଭୀର ଇଲକୁ ଛାଡିଦେଲା ଆଉ ନିଜ ଜୀବନ ଫେରି ପାଇଲା ।

Leave a Reply

Your email address will not be published. Required fields are marked *