ମହିଳାଙ୍କ ଘରେ ହଠାତ ପହଞ୍ଚିଲେ କଲେକ୍ଟର, ଅନ୍ଧାର ଦେଖି ପଚାରିଲେ ଏମିତି ରହୁଛ ଆଉ ତାପରେ କଲେ ଏମିତି କାମ

ବର୍ତ୍ତମାନ ସମୟରେ ମିଡିଆ ଦ୍ଵାରା ଦେଶ ବିଦେଶର କୋଣ ଅନୁକୋଣରେ ଘଟୁଥିବା ସବୁ ଖବର ଆମେ ଘରେ ବସି ପାଇ ପାରୁଛୁ । ବିଭିନ୍ନ ଜାଗାରେ ଘଟୁଥିବା ଏପରି କିଛି ଖବର ଏବଂ କାହାଣୀ ଯାହାକୁ ଶୁଣିଲେ ଲୋକମାନେ ଭାବୁକ ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଛତିଶଗଡ ର ଏକ ଏପରି ଘଟଣା ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଭାବୁକ ହୋଇଯିବେ । କିଛିଦିନ ତଳେ ରାଜନାନ୍ଦଗାଁ ଜିଲ୍ଲାର ପୂର୍ବ କଲେକ୍ଟର ଭୀମ ସିଂହ ଅମୃତ ମିଶନ ଏବଂ ଆବାସ ଯୋଜନା ବିଷୟରେ ସୂଚନା ନେବା ପାଇଁ ଏକ ଗାଁକୁ ଯାଇଥିଲେ ।

ସେ ଗାଁର ପ୍ରତି ଘରେ ଘରେ ବୁଲି ସମସ୍ତଙ୍କର ଦୁଃଖ ଏବଂ ଅସୁବିଧା ବାବଦରେ ବୁଝୁଥିବା ସମୟରେ ହଠାତ ତାଙ୍କ ନଜର ଏକ ଗରିବ ଅସହାୟ ମହିଳାଙ୍କ ଉପରେ ପଡିଲା । ସେହି ମହିଳା ଜଣଙ୍କ ମାଟି ଘର ପିଣ୍ଡାରେ ବସିଥିଲେ । ତାଙ୍କର ନାମ ତିଳକ ବାଇ ଅଟେ ।

କଲେକ୍ଟରଙ୍କ ନଜର ପଡିବା ପରେ ସେ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ତାଙ୍କ ଦୁଃଖ ଏବଂ ଅସୁବିଧା ବିଷୟରେ ପଚାରିଲେ । ବୃଦ୍ଧା ମହିଳା ନିଜର ଦୁଃଖ ଜଣାଇବା ସହିତ ତାଙ୍କ ଭଙ୍ଗା ଚାଳ ଘରକୁ ଦେଖାଇ କହିଲେ ଏହି ଘରଟି ମୋର ଯାହାକି ବର୍ଷା ଦିନେ ସାମାନ୍ୟ ବର୍ଷା ହେବା ଦ୍ଵାରା ଘର ଭିତରେ ପାଣି ପଶିଥାଏ । ଯାହାଦ୍ୱାରା ଏହି ଘରେ ଚାଲିବା ଅସମ୍ଭବ ହୋଇପଡେ । ମହିଳାଙ୍କ କଥା ଶୁଣିବା ପରେ କଲେକ୍ଟର ଘର ଭିତରକୁ ପଶିବା ପରେ ସେ ଘର ଭିତର ଅନ୍ଧାର ଥିବା ଦେଖିଲେ । ସେଠାରେ ବିଜୁଳିର କୌଣସି ସୁବିଧା ମଧ୍ୟ ନଥିଲା ।

ଏହାପରେ ଭୀମ ସିଂହ ବାହାରକୁ ଆସି ବୃଦ୍ଧା ମହିଳାଙ୍କୁ ଲାଇନର କନେକ୍ସନ ବାବଦରେ ପାଚାରିବାରୁ ମହିଳା ଜଣଙ୍କ କହିଲେ ବିଜୁଳି କନେକ୍ସନ ଥାଇ ମଧ୍ୟ ଆସୁଥିବା ବିଜୁଳି ବିଲର ପରିମାଣ ପଇଠ ନକରି ପାରିବାରୁ ମୁଁ ବିଜୁଳି ଜଳାଇବା ବନ୍ଦ କରି ଦେଇଛି । ସରକାର ଙ୍କ ଦ୍ଵାରା ମିଳିଥିବା ବିଜୁଳି ସେବାକୁ ବୃଦ୍ଧା ମହିଳାଙ୍କ ପୁଅ ନେଇ ଯିବା କଥା ସେ କଲେକ୍ଟରଙ୍କୁ କହିଲେ । ଏହା ଶୁଣିବା ପରେ କଲେକ୍ଟର ବିଦ୍ୟୁତ ସେବା ଅଧିକାରୀଙ୍କ ସହଯୋଗରେ ଏକଲ ବତୀ ଯୋଜନା ଦ୍ଵାରା ମହିଳାଙ୍କୁ ବିଦ୍ୟୁତ ଯୋଗାଇ ଦେଲେ । ଭୀମ ସିଂହଙ୍କ ପାଇଁ ମହିଳା ଜଣଙ୍କ ଏବେ ଅନ୍ଧକାରରୁ ମୁକ୍ତି ପାଇ ପାରିଲେ ।

ମହିଳା ଜଣଙ୍କ ତାଙ୍କ ପେନସନ ସମସ୍ୟା ବିଷୟରେ ମଧ୍ୟ କଲେକ୍ଟରଙ୍କୁ ଜଣାଇଲେ ଏବଂ କଲେକ୍ଟର ମହିଳାଙ୍କ ସହିତ ସେହି ଜିଲ୍ଲାର ସମସ୍ତ ପେନସନ ବାବଦରେ ଥିବା ଅସୁବିଧାକୁ ଦୂର କରିବା ସହିତ ସେହି ବୃଦ୍ଧା ମହିଳାଙ୍କ ଘରକୁ ମରାମତି କରିବା ପାଇଁ ନିର୍ଦେଶ ଦେଇଥିଲେ । ପୋସ୍ଟ ଟି ଭଲଲାଗିଥିଲେ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *