ଗଙ୍ଗାରେ ଏହି କାରଣରୁ ବିସର୍ଜିତ କରାଯାଏ ଅସ୍ଥି, ବିସର୍ଜନ ହେବାପରେ ପହଞ୍ଚିଥାଏ ଏହି ଜାଗାରେ

ଏହି ପୃଥିବୀ ଉପରେ ଯେଉଁ ଜୀବ ଜନ୍ମ ନେଇଛି ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ । କାରଣ ଏହା ହିଁ ପ୍ରକୃତିର ନିୟମ ଅଟେ  ଏହା ହିଁ ଭାଗ୍ୟର ଖେଳ ଅଟେ । ଗରୁଡ ପୁରାଣ ଅନୁସାରେ, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁର ସମୟ ନିକଟତର ହୋଇଯାଏ ତେବେ ଯମରାଜ ସେହି ବ୍ୟକ୍ତିକୁ କିଛି ସଂକେତ ଦେଇଥାନ୍ତି । କହିବାକୁ ଗଲେ ପାପୀ ଲୋକମାନଙ୍କୁ ହିଁ ଯମରାଜ ନେଇଥାନ୍ତି । ଭଲ କାମ କରିଥିବା ଲୋକମାନଙ୍କୁ ମରିବା ସମୟରେ ଏକ ଦିବ୍ୟ ଆଲୋକ ଦୃଶ୍ୟମାନ ହୋଇଥାଏ ଓ ସେହି ସମୟରେ ସେହି ବ୍ୟକ୍ତିକୁ ମୃତ୍ୟୁର କୌଣସି ବି ଭୟ ଲାଗେ ନାହିଁ ।

Image courtesy: Google

କହିବାକୁ ଗଲେ ଯେଉଁ ବ୍ୟକ୍ତି ମୃତ୍ୟୁ ଲୋକକୁ ଯିବାର ଥାଏ ଶେଷ ସମୟରେ ସେ କିଛି ବି କହିପାରେ ନାହିଁ । କାରଣ ସେହି ସମୟରେ ବ୍ୟକ୍ତିର ମୁହଁରୁ ଆବାଜ ବାହାରି ନ ଥାଏ । ଶରୀର ବି ଅଚଳ ପଡିଯାଏ । ସେହି ବ୍ୟକ୍ତିର କୌଣସି ବି ଇନ୍ଦ୍ରିୟ କାମ କରେ ନାହିଁ । ଏହିଭଳି ଗୋଟିଏ ବ୍ୟକ୍ତି ବିଭିନ୍ନ ପ୍ରକାରର ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଏ ।

Image courtesy: Google

କହିବାକୁ ଗଲେ ମୃତ୍ୟୁ ପରେ ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯାଏ ଓ ଅନ୍ତିମ ସଂସ୍କାର ପରେ ତାହାର ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜନ ବି କରାଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗଙ୍ଗାରେ ଅସ୍ଥି ବିସର୍ଜନ କରିବା ପରେ ଏହା କେଉଁଠାକୁ ଯାଇଥାଏ ? ଆଜି ଆମେ ଆପଣଙ୍କୁ ଏହାର ଜବାବ ଦେବୁ ?

Image courtesy: Google

ଆପଣମାନେ ଏହା ଶୁଣିଥିବେ କି ସମସ୍ତେ ନିଜର ପାପକୁ ଧୋଇବା ପାଇଁ ଗଙ୍ଗା ସ୍ନାନ କରିଥାନ୍ତି । ଏହା ସହିତ ଗଙ୍ଗା ନଦୀରେ ସବୁଦିନ ହଜାର ହଜାର ଲୋକମାନଙ୍କ ଅସ୍ଥି ବି ବିସର୍ଜନ କରାଯାଏ । ଏତେ ଅସ୍ଥି ବିସର୍ଜନ କରିବା ସତ୍ତ୍ୱେ ବି ଏହି ନଦୀକୁ ପବିତ୍ର ଗଙ୍ଗା ନଦୀ କୁହାଯାଏ । ସନାତନ ଧର୍ମକୁ ମାନିବେ ତ ବ୍ୟକ୍ତିର ଅସ୍ଥି ଗଙ୍ଗାରେ ଏଥିପାଇଁ ବିସର୍ଜନ କରାଯାଏ ଯାହା ଦ୍ଵାରା ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିବ ।

ଏହା ଛଡା ଅନ୍ତିମ ସଂସ୍କାର ପରେ ଅସ୍ତି ଗଙ୍ଗାରେ ଏଥିପାଇଁ ବିସର୍ଜନ କରାଯାଇଥାଏ ଯାହା ଦ୍ଵାରା ମୃତ ବ୍ୟକ୍ତି ଜଣକ ସମସ୍ତ ପାପରୁ ମୁକ୍ତି ପାଇ ପାରିବ । କିନ୍ତୁ ଆପଣ ଜାଣିଛନ୍ତି କି ଅସ୍ଥି ବିସର୍ଜନ ହେବା ପରେ ଏହା କେଉଁଠିକୁ ଯାଇଥାଏ ?

Image courtesy: Google

ଏହାର ଉତ୍ତର ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି । କହିଦେଉଛୁ କି ଅସ୍ତି ଗୁଡିକ ବିସର୍ଜନ ହେବା ପରେ ଏହା ସିଧା ହରି ବିଷ୍ଣୁଙ୍କ ଚରଣ ମାନେ ‘ବୈକୁଣ୍ଠ’କୁ ଯାଇଥାଏ । ଅନ୍ୟ ପଟେ ବୈଜ୍ଞାନିକମାନଙ୍କ ଅନୁସାରେ, ପାଣିରେ ପାରା ମାନେ ‘ମର୍କରି’ ଥାଏ ଯାହା ଅସ୍ଥିରେ ଥିବା କ୍ୟାଲସିୟମ ଓ ଫସଫରସକୁ ପାଣିରେ ମିଶ୍ରଣ କରିଦିଏ । ଏହି କାରଣରୁ ଏହି ପାଣି ଜୀବ ଜନ୍ତୁଙ୍କ ପାଇଁ ଆହୁରି ବି ପୌଷ୍ଟିକ ହୋଇଯାଏ । ତେବେ ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *