ପ୍ରେଗ୍ନେନ୍ସି କିଟ୍ ବ୍ୟବହାର କରିବା ପୂର୍ବରୁ ମହିଳାମାନେ ନିହାତି ଜାଣି ରଖନ୍ତୁ ଏହି କଥା, ନହେଲେ ପରେ ପସ୍ତେଇବେ

ଅଧିକାଂଶ ମହିଳାମାନେ ଗର୍ଭ ଧାରଣ କରିଥାନ୍ତି ହେଲେ ଅଧିକ ସମୟ ଯାଏ ଏ ସବୁ ବିଷୟରେ ସେମାନଙ୍କୁ ଜଣା ନଥାଏ ।ଗର୍ଭ ଧାରଣ କରିବା ପରେ କିଛି ଏମିତି ସଂକେତ ରହିଛି ଯାହା ଶରୀର ତରଫରୁ ମିଳିଥାଏ ଓ ସେହି ସଂକେତ ଗୁଡିକ ଦ୍ଵାରା ସହଜରେ ଆପଣ ଜାଣିପାରନ୍ତି କି ଆପଣ ମା ହେବେ କି ନାହିଁ । ଶରୀରରୁ ମିଳୁଥିବା ଏହି ସଂକେତଗୁଡିକ ପରେ ଆପଣ ମଧ୍ୟ ଘରେ ବସି ସହଜରେ ପ୍ରେଗ୍ନେନ୍ସି ଟେଷ୍ଟ କରିପାରିବେ । ଘରୋଇ ପ୍ରେଗ୍ନେନ୍ସି ଟେଷ୍ଟ କରିବା ଦ୍ଵାରା ଆପଣ 80 ପ୍ରତିଶତ ନିଜ ପ୍ରେଗ୍ନେନ୍ସି କୁ ନେଇ କନ୍ଫର୍ମ ହୋଇପାରିବେ ଓ ପଜିଟିବ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ରେ ବ୍ଲଡ ମଧ୍ୟ ଟେଷ୍ଟ କରି ପାରିବେ ।

ଏମିତି କି କିଛି ମହିଳା ଅଛନ୍ତି ଯେଉଁମାନଙ୍କୁ ପ୍ରେଗ୍ନେନ୍ସି ଘରେ କିପରି ଟେଷ୍ଟ ହୁଏ ଓ ପ୍ରେଗ୍ନେନ୍ସି କିଟ୍ ର ପ୍ରୟୋଗ କିପରି କରାଯାଏ ସେ ସମ୍ପର୍କରେ ଜଣା ନଥାଏ । ଯେଉଁ କାରଣରୁ ସେମାନଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ । ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ ସମନ୍ଧୀୟ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଆମେ ଆପଣଙ୍କୁ ଦେବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ସହଜରେ ଘରେ ମଧ୍ୟ ପ୍ରେଗ୍ନେନ୍ସି ଟେଷ୍ଟ କରିପାରିବେ ।

କେବେ କରିବେ ପ୍ରେଗ୍ନେନ୍ସି ଟେଷ୍ଟ

ପ୍ରେଗ୍ନେନ୍ସି ଟେଷ୍ଟ କେବେ କରିବା ଉଚିତ୍ ଏହା ଏକ ବିଶେଷ ପ୍ରଶ୍ନ ହୋଇଥାଏ । ଯାହା କି ସବୁ ମହିଳାଙ୍କ ମନରେ ଆସିଥାଏ । ୟୁରିନରେ ଥିବା HCG ନାମକ ହର୍ମୋନ୍ ସାହାଯ୍ୟରେ ପ୍ରେଗ୍ନେନ୍ସୀ କିଟ୍ ଜରିଆରେ ଜାଣି ହୋଇଥାଏ କି ଆପଣ ଗର୍ଭବତୀ ଅଟନ୍ତି କି ନାହିଁ । ଏହି ହର୍ମୋନ୍ ସେବେ ସୃଷ୍ଟି ହୁଏ, ଯେବେ ନିଷେଚିତ ଅଣ୍ଡାଣୁ ଗର୍ଭାଶୟ ର ବାଟ ରେ ନିଜକୁ ଯୋଡ଼ି ନେଇଥାଏ ଓ ଏହି ପ୍ରକ୍ରିୟା ପିରିୟଡ୍ସ ମିସ୍ ହେବାର 3-4 ଦିନ ପରେ ହେବା ଆରମ୍ଭ ହୋଇଥାଏ । ଏଥିପାଇଁ ଯେବେ ବି ଆପଣଙ୍କ ପିରିଅଡ୍ସ ମିସ୍ ହେବ ତେବେ ଆପଣ ଏହାର ଏକ ସପ୍ତାହ ପରେ ପ୍ରେଗ୍ନେନ୍ସି ଟେଷ୍ଟ କରିବେ ।

ଏକ ସପ୍ତାହ ପରେ ଶରୀରରେ HCG ର ସ୍ତର ବଢିଯାଇଥାଏ ଓ ୟୁରିନ ରେ ଏହାର ମାତ୍ରା ଅଧିକ ହୋଇଯାଏ । ଯାହା ଦ୍ଵାରା ଆପଣ ସହଜରେ ଜାଣି ପାରନ୍ତି କି ଆପଣ ମା ହେବେ ନା ନାହିଁ । ଯେଉଁ ମହିଳା ମାନେ ପିରିୟଡ୍ସ ମିସ୍ ହେବାର 2-4 ଦିନ ପରେ ଟେଷ୍ଟ କରିଥାନ୍ତି, ସେମାନଙ୍କୁ ଠିକ୍ ଭାବରେ ଫଳାଫଳ ମିଳିନଥାଏ । ଏଥିପାଇଁ ଆପଣ ପିରିଅଡ୍ସ ମିସ୍ ହେବାର ଗୋଟେ ସପ୍ତାହ ପରେ ହିଁ ଟେଷ୍ଟ କରିବା ଉଚିତ୍ ।

କେମିତି କରିବେ ପ୍ରେଗ୍ନେନ୍ସୀ କିଟ୍ ର ପ୍ରୟୋଗ

ପ୍ରେଗ୍ନେନ୍ସୀ କିଟ୍ ର ପ୍ରୟୋଗ କରିବା ବହୁତ ସରଳ ହୋଇଥାଏ । ଏହି କିଟ୍ ଆପଣଙ୍କୁ ସହଜରେ କେମିଷ୍ଟ୍ ସପ ରେ ମିଳି ଯାଇଥାଏ । ଏହି କିଟ୍ ପଛରେ ପ୍ରେଗ୍ନେନ୍ସୀ ଟେଷ୍ଟ କିପରି କରିବେ ଏହାର ସୂଚନା ଷ୍ଟେପ୍ ବାଏ ଷ୍ଟେପ୍ ଜଣାଇ ଦିଆଯାଇଥାଏ । ଯାହା ଏହି ପ୍ରକାରର ହୋଇଥାଏ ।

ପ୍ରେଗ୍ନେନ୍ସି ଟେଷ୍ଟରେ ସବୁବେଳେ ସକାଳେ ଆସୁଥିବା ପ୍ରଥମ ୟୁରିନର ପ୍ରୟୋଗ କରନ୍ତୁ । ଏହାର ଅର୍ଥ ଏ ଟେଷ୍ଟ୍ ସକାଳ ସମୟରେ କରନ୍ତୁ ।

ଟେଷ୍ଟ କରିବା ପାଇଁ ଏକ କଣ୍ଟେନର ନେଇ ତାହା ମଧ୍ୟରେ ୟୁରିନ ବାହାର କରନ୍ତୁ ।

ପୁଣି ଟେଷ୍ଟ କିଟ୍ ଭିତରେ ଥିବା ଡ୍ରପ ଦ୍ଵାରା ୟୁରିନର 2-3 ବୁନ୍ଦା କୁ ଟେଷ୍ଟ ସ୍ଟ୍ରିପ୍ ର ସାଇଡ୍ ରେ ଥିବା ସ୍ଥାନରେ ପକାନ୍ତୁ । 3-5 ମିନିଟ୍ ଅପେକ୍ଷା କରନ୍ତୁ ।

3-5 ମିନିଟ୍ ପରେ ସ୍ଟ୍ରିପ୍ କୁ ଦେଖନ୍ତୁ । ଯଦି ସ୍ଟ୍ରିପ୍ ଉପରେ ଏକ ପିଙ୍କ୍ ଲାଇନ୍ ଆସେ ତେବେ ବୁଝିଯିବେ କି ଆପଣଙ୍କ ଟେଷ୍ଟ ନେଗେଟିଭ ଅଟେ ଓ ଆପଣ ପ୍ରେଗେଣ୍ଟ ନାହାନ୍ତି । ସ୍ଟ୍ରିପ୍ ଉପରେ ୨ ଟି ପିଙ୍କ୍ ଲାଇନ୍ ଆସିବାର ଅର୍ଥ ଅଟେ କି ଆପଣଙ୍କ ଟେଷ୍ଟ ପଜିଟିଭ୍ ଅଟେ ଓ ଆପଣ ପ୍ରେଗ୍ନେଣ୍ଟ୍ ଅଟନ୍ତି । ଯଦି ଦ୍ଵିତୀୟ ପିଙ୍କ୍ ଲାଇନ୍ ର ରଙ୍ଗ ଫିକା ପିଙ୍କ୍ ଅଟେ ତେବେ ବି ଆପଣ ପ୍ରିଗ୍ନେଣ୍ଟ ଅଛନ୍ତି ବୋଲି ମାନିନେବେ । ଯଦି କିଛି ବି ଲାଇନ ନାହିଁ ତେବେ ଏହାର ଅର୍ଥ ଆପଣଙ୍କ ଟେଷ୍ଟ ଠିକ୍ ଭାବରେ ହୋଇନାହିଁ ଏବଂ ଆଉ ଥରେ ଟେଷ୍ଟ କରିବା ଉଚିତ୍ । ଦ୍ଵିତୀୟ ଥର ଟେଷ୍ଟ ଆପଣ ଆଉ ଗୋଟେ ଦିନ କରନ୍ତୁ ।

ଡାକ୍ତରଙ୍କ ଦ୍ଵାରା ଯାଞ୍ଚ୍ କରନ୍ତୁ

ଷ୍ଟ୍ରିପ ଉପରେ ଦୁଇଟି ପିଙ୍କ୍ ଲାଇନ୍ ଆସିବା ପରେ ଡାକ୍ତରଙ୍କ ଦ୍ଵାରା ଯାଞ୍ଚ୍ କରନ୍ତୁ। ଡାକ୍ତରଙ୍କ ଦ୍ଵାରା ଆପଣଙ୍କ ବ୍ଲଡ ଟେଷ୍ଟ କରାଯିବ ଯାହା ଫଳରେ ଆପଣଙ୍କ ଟେଷ୍ଟକୁ ସମ୍ପୂର୍ଣ୍ଣ ରୂପେ କନ୍ଫର୍ମ କରିହେବ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *