ମଙ୍ଗଳବାରର ରାଶିଫଳ 2 ଜୁନ 2020, ବଜରଙ୍ଗବଲିଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଆଜି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 2 ଜୁନ 2020 ମଙ୍ଗଳବାରର ରାଶିଫଳ ।

ମେଷ

ଆଜିର ଦିନଟି ଏହି ରାଶି ପାଇଁ ସୁଖ ଶାନ୍ତି ପୂର୍ବକ ରହିବ । ଶୁଭ ପ୍ରସଙ୍ଗର ଆୟୋଜନ ହେବ । ଲେଖନ ଏବଂ ଅଭ୍ୟାସରେ ଏକାଗ୍ରତା ବଢିବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଆପଣଙ୍କର ମାନସିକ ଚାପର କାରଣ ହୋଇ ପାରେ । କୌଣସି ବି ବସ୍ତୁ କିଣିବା ପାଇଁ ଆଜିର ଦିନଟି ବହୁତ ଶୁଭ ଅଟେ । ବିରୋଧୀ ମାନଙ୍କ ଉପରେ ବିଜୟ ପାଇବେ । ପରିବାରର ସହଯୋଗ ମିଳିବ ।

ବୃଷ

ଆଜି ଆପଣଙ୍କର ଆତ୍ମବିଶ୍ଵାସ ଅଧିକ ରହିବ ଏବଂ ଆପଣ କୌଣସି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବେ । ଆପଣଙ୍କ କ୍ଷମତା ପାଇଁ ଆପାନନ୍କୁ ଭଲ ଚାକିରି ମିଳିପାରେ । ଏହି ସୁଯୋଗର ଲାଭ ଉଠାଇ ଆପଣଙ୍କୁ ନିଜ କ୍ଷେତ୍ରର ଅଧିକ ସୂଚନା ପାଇବା ପାଇଁ ଚେଷ୍ଟା କରିବା ଉଚିତ । କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଅଧିକ କାମ ଚାପ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଆଜି କୌଣସି କଷ୍ଟ କାମ କରନ୍ତୁ ନାହିଁ ।

ମିଥୁନ

ଆଜି ଆପଣଙ୍କୁ ଆପଣଙ୍କର ବିରୋଧୀ ମାନଙ୍କର ସାମନା କରିବାକୁ ପଡିପାରେ । କଠିନ ପରିଶ୍ରମ ଏବଂ ରଚନାତ୍ମକତା ସହିତ କାମକୁ ଶେଷ କରି ବିରୋଧୀ ମାନଙ୍କୁ କଡା ଜବାବ ଦିଅନ୍ତୁ । ମାନସିକ ଚିନ୍ତାରୁ ମୁକ୍ତି ମିଳିବା ସହିତ ପରିବାରର ସମସ୍ୟାର ସମାଧାନ ମଧ୍ୟ ହେବ । ବିରୋଧୀ ବା ବେପାରର ପ୍ରତିସ୍ପଦି ଆପଣଙ୍କ ଠାରୁ ପରାସ୍ତ ହେବେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ଚିନ୍ତା ଆସିପାରେ । ଅନ୍ୟର ହସ୍ତକ୍ଷେପ ଦ୍ଵାରା ଆପଣଙ୍କ ଜୀବନସାଥୀ ଏବଂ ଆପଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇ ପାରେ ।

କର୍କଟ

ଆପଣଙ୍କ ଆୟରେ ବୃଦ୍ଧି ହେବ । କିନ୍ତୁ ଯେତେ ଶୀଘ୍ର ଟଙ୍କା ଆସିବ ସେତେ ଶୀଘ୍ର ଖର୍ଚ ମଧ୍ୟ ହୋଇଯିବ । ବେପାରୀ ମାନଙ୍କ ପାଇଁ ଭାଗୀଦାରୀତା ଏବଂ ବ୍ୟବସାୟରେ ଲାଭ ହେବ । ଚାକିରିରେ ଯୋଗ୍ୟତାର ଲାଭ ମିଳିବ । ଆଜି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ବେପାରରେ ଲାଭର ଅବସର ମିଳିବ । ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।

ସିଂହ

ଆଜି ଏହି ରାଶିର ଲୋକଙ୍କୁ ଭାବନାତ୍ମକ ଭାବରେ ଏକ ନୂତନ ଶକ୍ତି ଅନୁଭବ ହେବ । କେହି ପୁରୁଣା ବନ୍ଧୁ କୌଣସି ନା କୌଣସି ପ୍ରକାରେ ଆପଣଙ୍କ ପାଖରେ ପହଞ୍ଚି ଯିବେ ଏବଂ ଆପଣଙ୍କୁ ଅତୀତର ଭାବନାକୁ ନେଇ ଯିବେ । ବିରୋଧୀ ସକ୍ରିୟ ହୋଇ ପାରନ୍ତି ଯାହାଦ୍ୱାରା ବିବାଦର ସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ କାରଣରୁ ଚିନ୍ତିତ ରହିବେ । ଯଦି କୌଣସି ନୂଆ ଯୋଜନା ଉପରେ କାମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

କନ୍ୟା

ଏହି ରାଶିର କିଛି ଲୋକ କୌଣସି କଥାକୁ ନେଇ ଅସୁବିଧାରେ ପଡି ପାରନ୍ତି । ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ । ଘରୋଇ ମାମଲାରେ ସମସ୍ୟାର ସ୍ଥିତି ରହିବ । ଆପଣଙ୍କୁ ବିବାଦରୁ ଦୂରେଇ ରହିବାକୁ ପଡିବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ପଇସା ମାମଲାରେ ଠିକ ସମୟରେ ସାହାଯ୍ୟ ମିଳିପାରେ । ଆପଣଙ୍କ ପାଇଁ ଚାକିରିର ଯୋଗ ରହିଛି । ଆପଣଙ୍କ ଏବଂ ଆପଣଙ୍କ ପରିବାରର ସଦସ୍ୟଙ୍କ ମଧ୍ୟରେ କିଛି ମତଭେଦ ହୋଇ ପାରେ । ଅବିବାହିତଙ୍କୁ ବିବାହର ମନପସନ୍ଦ ପ୍ରସ୍ତାବ ଆସିପାରେ ।

ତୁଳା

ଆଜି ଆପଣ ସମାଜିକ ସରକାରୀ କାମରେ ଭାଗ ନେବେ । ଯାହାଦ୍ୱାରା ସାମାଜିକ ପରିଚୟ ବଢିବ । ଗୋଟିଏ ସମୟରେ ଅଧିକ କାମ କରିବା ଅପେକ୍ଷା ଗୋଟିଏ କାମ କରିବା ହିଁ ଭଲ ହେବ । ବେପାରରେ ଲାଭଏ ନୂଆ ଅବସର ମିଳିବ । ପରିବାରର ସହଯୋଗ ମିଳିବ । ନିଜର ଆର୍ଥିକ ଲକ୍ଷ ପାଇବା ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଅଛି, ଖାଲି ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କ ସାମନାରେ ଥିବା କାମକୁ ଆପଣଙ୍କୁ ଠିକ ସମୟରେ ପୁରା କରିବାକୁ ହେବ ।

ବିଛା

ଆଜି ଭାଇ ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ । ଯଦି ଆପଣ କୌଣସି ଭଲ କାମ ପାଇଁ ଆପଣ ଟିକେ ସମୟ ଲଗାଇବେ ତାହେଲେ ବହୁତ ସକାରାତ୍ମକ ପରିବର୍ତ୍ତନ ଆଣି ପାରିବେ । ଆସୁଥିବା ଦିନରେ ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣଙ୍କ ଚାକିରିର କୌଣସି ନୂଆ ସୁଯୋଗ ଆଗାମୀ ଦିନରେ ମିଳିପାରେ । ହଠାତ ଅଯୋଥା ଖର୍ଚ ହୋଇ ପାରେ । ଯଦି ଏହାକୁ କଣ୍ଟ୍ରୋଲ କରାଯିବ ନାହିଁ ତାହେଲେ ଏହା ଆପାନନ୍କୁ ଆର୍ଥିକ ସଙ୍କଟ ଆଡକୁ ନେଇଯାଇ ପାରେ ।

ଧନୁ

ଛୋର ବେପାରୀ ଆଜି ବହୁ ଲାଭ ପାଇବେ ଏବଂ ନିଜ ଆୟରେ ମଧ୍ୟ ବୃଦ୍ଧି କରି ପାରିବେ । ଯଦି ଆପଣ କୌଣସି କମ୍ପାନୀ ବା ଫ୍ୟାକ୍ଟ୍ରିର ମାଲିକ ଅଟନ୍ତି ତାହେଲେ ଏହି ଦିନରେ ଅଧିକ ଆୟ ହୋଇପାରେ । ବହୁତ ଶୀଘ୍ର ବିଚାରରେ ପରିବର୍ତ୍ତନ କାରଣରୁ ନିଷ୍ପତ୍ତି ନେବାରେ ସମସ୍ୟାର ସାମନା କରିବାକୁ ପଡିପାରେ । ନିଜର କ୍ୟାରିୟରକୁ ନେଇ ଅଧିକ ଗମ୍ଭୀର ଦେଖାଯିବେ ଏବଂ କ୍ୟାରିୟରରେ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିବେ । ଆର୍ଥିକ ଜୀବନ ଅନୁକୂଳ ରହିବ ।

ମକର

କାର୍ଯ୍ୟରେ ସଫଳ ଏବଂ ଯଶ କୀର୍ତି ପାଇବା ପାଇଁ ଆଜିର ଦିନଟି ଶୁଭ ଅଟେ । ଯେଉଁ ଲୋକଙ୍କ ସହିତ ଝଗଡା ହୋଇଛି ସେମାନଙ୍କ ସହିତ ଏହାର ସମାଧାନ କରନ୍ତୁ ଲାଭ ଆପଣଙ୍କର ହିଁ ହେବ । ଘରେ ସୁଖ ଶାନ୍ତିର ବାତାବରଣ ରହିବ । ଗ୍ରହର ସ୍ଥିତି ଆପଣଙ୍କ ଦାଂପତ୍ଯ ଜୀବନରେ ସମସ୍ୟା ରଖିବ କିନ୍ତୁ ଯଦି ଆପଣ ବୁଝି ବିଚାରୀ ଚାଳିବେ ତାହେଲେ ଆପଣ ସବୁ ସମସ୍ୟାର ସମାଧାନ କରି ପାରିବେ । ଆଜି ଦିନରେ ବହୁତ ବ୍ୟସ୍ତ ରହିବେ । କଥାରେ ନିୟତ୍ରଣ ରଖନ୍ତୁ । ପୁରୁଣା ରୋଗ ବାହାରି ପାରେ । ବେପାରରେ ଅଧିକ ଧ୍ୟାନ ଦେବାକୁ ପଡିବ ।

କୁମ୍ଭ

ଆଜି ଆପଣଙ୍କୁ ପରିବାରର ସହଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ଅନୁକୂଳତା ଦ୍ଵାରା ଖୁସି ଅବୁଭବ କରିବେ । ବ୍ୟବସାୟ ଏବଂ ବେପାର କରୁଥିବା ଲୋକଙ୍କୁ ବହତ ଧନ ଲାଭ ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ଆଜି ବଡ ସଫଳତା ମିଳିବ । ବଢୁଥିବା ଆର୍ଥିକ ସ୍ଥିତି ଆତ୍ମବିଶ୍ଵାସରେ ଅଭିବୃଦ୍ଧି କରିବ । ପ୍ରତିଷ୍ଠା ବଢିବ । ଆପଣଙ୍କ ଶକ୍ତିରେ ଲୋକ ପ୍ରଭାବିତ ହେବେ ।

ମୀନ

ଆଜି ମନରେ ଅଶାନ୍ତି ରହିପାରେ । ଆଜି ଆପଣ ଖରାପ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କୁ ନିଜର କଥା ଉପରେ ନିୟତ୍ରଣ ରଖିବାକୁ ହେବ ନହେଲେ ଅଯୋଥା ସମ୍ପର୍କରେ ଏବଂ କାର୍ଯ୍ୟରେ ବାଧା ସୃଷ୍ଟି ହେବ ଏବଂ ଆପଣଙ୍କ ବ୍ୟବସାୟରେ କ୍ଷତି ହୋଇ ପାରେ । ନୂଆ କାର୍ଯ୍ୟରେ ପୁରା ଶକ୍ତି ସହିତ କାମ ହେବ । ପ୍ରେମ ଏବଂ ସମ୍ପର୍କ ପାଇଁ ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏହି ସମୟରେ ଆପଣ ହରାଇ ଥିବା ଆପଣଙ୍କର ପ୍ରକୃତ ପ୍ରେମ ମଧ୍ୟ ଆପଣଙ୍କୁ ମିଳିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *