କରୋନା ଟେଷ୍ଟ ସାମ୍ପଲ ନେଇ ଦୌଡିଲା ମାଙ୍କଡ ଓ ପୁଣି ତାକୁ ଚୋବେଇବାକୁ ଲାଗିଲା, ଜାଣନ୍ତୁ କଣ ହେଲା ତା’ ଉପରେ ଏହାର ପ୍ରଭାବ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ସହ ଜଡ଼ିତ ସମସ୍ୟା ଦିନକୁ ଦିନ ବଢିବାକୁ ଲାଗିଛି , ସରକାର ଏହା ଚେଷ୍ଟା କରୁଛନ୍ତି କି କୋବିଡ -19 ର ସଂକ୍ରମଣ କମ ସେ କମ ଲୋକଙ୍କୁ ହେଉ ଯାହା ଦ୍ଵାରା ଏହାର ଚେନକୁ ଭାଙ୍ଗି ଦିଆ ଯାଇପାରିବ , ଏହି କାରଣରୁ ପୁରା ଦେଶରେ ଲକ ଡାଉନ ମଧ୍ୟ ଚାଲୁଛି , ଏହା ଭିତରେ ଉତ୍ତର ପ୍ରଦେଶର ମେରଠ ରେ ଗୋଟେ ଏମିତି ଘଟଣା ହୋଇ ଯାଇଛି ଯାହାଦ୍ଵାରା ଲୋକଙ୍କର ଓ ପ୍ରଶାସନର ଚିନ୍ତା ଆହୁରି ବଢ଼ି ଯାଇଛି, ଏଠି ମାଙ୍କଡର ଗୋଟେ ଦଳ ଲ୍ୟାବ ଟେକ୍ନିସୀଆନ ପାଖରୁ କୋବିଡ -19 ସନ୍ଦେହ ଜନିତ ରୋଗୀଙ୍କ ସାମ୍ଫଲ ନେଇ ପଳାଇଲା ,ଏହି ଘଟଣା ପରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା ।

ସନ୍ଦିଗ୍ଧଙ୍କ ଠାରୁ ନେଇଥିବା ଫ୍ରେସ ସାମ୍ଫଲ

ଏହି ଘଟଣା ମେରଠ ମେଡିକାଲ କଲେଜ ରେ ହିଁ ହୋଇଛି, ଷ୍ଟାଫ ମାନେ 3 ଟି କରୋନା ସନ୍ଦିଗ୍ଧ ରୋଗୀଙ୍କର ସାମ୍ଫଲ ସଂଗ୍ରହ କରିଥିଲେ । ଏହି ସାମ୍ଫଲ ପ୍ରଥମେ ଟେଷ୍ଟ ହେବା ପୂର୍ବରୁ କିଛି ମାଙ୍କଡ଼ ଲ୍ୟାବର ଟେକ୍ନିସୀଆନ ପାଖରୁ ତାକୁ ଛଡେଇ ନେଇ ପଳେଇଲେ ।

କରୋନା ସାମ୍ଫଲକୁ ଚୋବାଇବାକୁ ଲାଗିଲା ମାଙ୍କଡ଼

ଏହି ଘଟଣାର କିଛି ସମୟ ପରେ ଲ୍ୟାବ ଟେକ୍ନିସୀଆନ ଉପରେ ଆଟାକ କରିଥିବା ଜଣେ ମାଙ୍କଡ଼କୁ ଗଛ ଉପରେ ବସି କୋବିଡ-19 ର ସାମ୍ଫଲ କିଟକୁ ଚୋବାଉ ଥିବାର ଦେଖାଗଲା , ଏହି କିଟର କିଛି ପାର୍ଟ ତଳେ ପଡିଥିବାର ମଧ୍ୟ ମିଳିଥିଲା । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି , ଯେତେବେଳେ ମିଡ଼ିଆ ମେରଠ ଜିଲ୍ଲା ମାଜିଷ୍ଟ୍ରେତ ଅନିଲ ଧିଙ୍ଗରାଙ୍କ ସହିତ ଏହି ବିଷୟରେ ପଚରା ଉଚରା କଲେ ସେ କହିଲେ କି ଏ ପର୍ଯ୍ୟନ୍ତ ମୁଁ ସେହି ଭିଡିଓ ଦେଖିନି ,କିନ୍ତୁ ଏହି କଥା ଉପରେ ଇନକ୍ଵାରୀ କରାଯିବ ।

 

ଲୋକେ ଆତଙ୍କରେ

ସେମିତିରେ ଏହି ଏରିଆରେ ମାଙ୍କଡଙ୍କର ଆତଙ୍କ ଆଗରୁ ଥିଲା କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କୁ ଏହି ଡର ଲାଗୁଛି କି ଏହି ଘଟଣା ପରେ କରୋନା ସଂକ୍ରମଣ ବ୍ୟାପି ନ ଯାଉ କାରଣ ମାଙ୍କଡ଼ ଏହି କୋବିଡ-19 ସାମ୍ଫଲ ସହିତ ଗାଁରେ ବୁଲୁଅଛି ।

ମାଙ୍କଡକୁ ମଧ୍ୟ ହେଇପାରେ କରୋନା

ଏହି ଘଟଣା ପରେ ମାଙ୍କଡ ଠାରୁ ମଣିଷଙ୍କ ଠାରେ କରୋନା ବ୍ୟାପିବାର ଆଶଂକା ରହିଅଛି , କିନ୍ତୁ ଗୋଟେ ରିଷ୍କ୍ ଏହା ମଧ୍ୟ ରହିଛି ଏହି ଭାଇରସ ମଣିଷଙ୍କ ଠାରୁ ମାଙ୍କଡ ଦେହକୁ ମଧ୍ୟ ଯାଇପାରେ , ମାଙ୍କଡର ଏହି କୋବିଡ-19 ଭାଇରସ ବିରୁଦ୍ଧରେ ଇମ୍ୟୁନ ନାହିଁ , ଯେତେବେଳେକି କିଛି ଅଧ୍ୟୟନରେ ଏହା କୁହାଯାଉଛି କି ଥରେ ଭାଇରସ ଦ୍ଵାରା ସଂକ୍ରମଣ ହେବାପରେ ଯଦି ମାଙ୍କଡ ବଞ୍ଚିଯାଏ ତେବେ ସେ ଦ୍ଵିତୀୟ ଥର ସଂକ୍ରମିତ ହେବ ନାହିଁ । ତା ଶରୀରରେ ଏହି ଭାଇରସ ସହ ଲଢ଼ିବା ପାଇଁ ଇମ୍ୟୁନ ପାୱାର ବିକଶିତ ହୋଇଯାଇଥାଏ ।

ଏହି ଘଟଣାରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଓ ଦେଶରେ ଘଟୁଥିବା ସବୁ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *