ମହିଳା ପୋଲିସକର୍ମୀ ଡିୟୁଟି ପରେ କରୁଛନ୍ତି ଏମିତି କାମ, ଆପଣ ବି କରିବେ ସଲାମ

ବର୍ତ୍ତମାନ ପୁରା ଦେଶକୁ ୨୧ ଦିନିଆ ଲକଡାଉନ କରି ଦିଆ ଯାଇଛି ଓ ଘରୁ ନ ବାହାରିବା ପାଇଁ ମଧ୍ୟ ଆଦେଶ ଦିଆ ଯାଇଛି । କେବଳ ଡାକ୍ତର, ମେଡିକାଲ ସ୍ଟାଫ, ପୋଲିସ ଓ ମିଡିଆ କର୍ମୀ, ସଫେଇକର୍ମୀମାନଙ୍କୁ ହିଁ ବାହାରକୁ ବାହରିବା ପାଇଁ ଅନୁମତି ଦିଆ ଯାଇଛି । କିନ୍ତୁ ଏହି ମହାମାରୀ ଯୁଦ୍ଧରେ ଡାକ୍ତର ଓ ପୋଲିସକର୍ମୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଯେଉଁମାନେ ନିଜର ସୁରକ୍ଷାର ଚିନ୍ତା ନ କରି ଅନ୍ୟମାନଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି । ଲକଡାଉନ ସମୟରେ ପୋଲିସକର୍ମୀମାନଙ୍କୁ ସବୁଠୁ ଅଧିକ ପରିଶ୍ରମ କରିବାକୁ ପଡୁଛି । ପୋଲିସକର୍ମୀ ଲକଡାଉନର ପାଳନ କରିବା ଠାରୁ ନେଇ ଜନତାର ସମସ୍ତ ଦରକାରୀ ଜିନିଷ ତାଙ୍କ ପାଖକୁ ଯାଇ ଦେଉଛନ୍ତି । ତାଙ୍କୁ ସମସ୍ତ ସ୍ତରରେ ସାହାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।

ଏମିତିରେ କେତେକ ପୋଲିସକର୍ମୀ ନିଷ୍ଠାର ସହିତ ଏହି ମହାମାରୀ ମଧ୍ୟରେ ନିଜର କର୍ତବ୍ୟର ପାଳନ କରି ଦେଶର ସେବା କରୁଛନ୍ତି । ଯେଉଁଠି ପୋଲିସ ତତ୍ପର ଅଛନ୍ତି ଆପଣଙ୍କୁ ସମସ୍ତ ପ୍ରକାରର ସୁବିଧା ପହଞ୍ଚାଇବା ପାଇଁ ଓ ଅନ୍ୟ ପଟେ ଡାକ୍ତରମାନ ବି ତତ୍ପର ଅଛନ୍ତି ଆପଣଙ୍କର ଯଥା ସମ୍ଭବ ଚିକିତ୍ସା କରିବା ପାଇଁ । ଏହା ମଧ୍ୟରେ କରୋନା ଭାଇରସର ଏହି ମହାମାରୀରେ ବହୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଆଧାରରେ ଜଣେ ମହିଳା ପୋଲିସକର୍ମୀଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ମହିଳା ପୋଲିସକର୍ମୀ ଭିଡିଓରେ ମାସ୍କ ତିଆରି କରୁଥିବାର ନଜର ଆସୁଛନ୍ତି । ଏହି ମହିଳା ପୋଲିସକର୍ମୀ ସିଲେଇ ମେସିନ ଦ୍ଵାରା ନିଜେ ହିଁ ମାସ୍କ ସିଲେଇ କରୁଛନ୍ତି । ଯାହା ଦ୍ଵାରା ଲୋକମାନଙ୍କୁ ମାସ୍କ ସଠିକ ସମୟରେ ଓ ସହଜରେ ବିତରଣ କରାଯାଇ ପାରିବ ।

ଏହି ମହିଳା ପୋଲିସକର୍ମୀଙ୍କ ସେବା ଭାବର କୌଣସି ଜବାବ ନାହିଁ । ଏହି ମହିଳା ପୋଲିସ କର୍ମୀ ମଧ୍ୟପ୍ରଦେଶର ସାଗର ଜନପଦରେ ଡିୟୁଟି କରୁଛନ୍ତି । ଏହି ମହିଳା ପୁଲିସକର୍ମୀଙ୍କ ନାମ ସୁଶ୍ରୀ ସୃଷ୍ଟି ଶ୍ରୋତିୟା ଅଟେ । ଏହି ମହିଳାଙ୍କୁ ଆମ ସମସ୍ତଙ୍କର ସଲାମ । ଏହି ମହିଳା ପୋଲିସକର୍ମୀ ନିଜର ଡିୟୁଟି ପରେ ଘରକୁ ଯାଇ ଲୋକମାନଙ୍କ ପାଇଁ ମାସ୍କ ସିଲେଇ କରିଥାନ୍ତି ।

ସବୁଠୁ ଖାସ କଥା ଏହା ଅଟେ କି ମାସ୍କ ଗୁଡିକୁ ସେ ବିକ୍ରି କରନ୍ତି ନାହିଁ, ବରଂ ସ୍ଟାଫ ଓ ଜନତାଙ୍କୁ ବାଣ୍ଟି ଦିଅନ୍ତି । ଥାନାର ଅଧିକାଂଶ ଲୋକମାନେ ଏହି ମାସ୍କ ବ୍ୟବହାର କରୁଛନ୍ତି । କହିଦେଉଛୁ କି କରୋନା ଭାଇରସକୁ ପରାଜୟ କରିବା ପାଇଁ ପୁରା ଦେଶ ଏକଜୁଟ ହୋଇଛନ୍ତି ଓ ସମସ୍ତେ ଏହି ଯୁଧ୍ୟରେ ନିଜର ଦାୟିତ୍ଵକୁ ପୂରାପୂରି ପାଳନ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ମହିଳା ପୋଲିସକର୍ମୀଙ୍କର ବହୁତ ପ୍ରଶଂସା ମଧ୍ୟ କରାଯାଉଛି । ଆଶା କରୁଛୁ ଆପଣଙ୍କୁ ଏଥିରୁ ନିଶ୍ଚୟ କିଛି ପ୍ରେରଣା ମିଳିଥିବା । ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *