ଏହା ହେଉଛି ଦିବ୍ୟା ଭାରତୀ ଙ୍କ ଜୀବନର ରାଜ, ଷ୍ଟାରମଡ ମିଳିବା ପରେହିଁ ଏମିତି ହୋଇଥିଲା ମୃତ୍ୟୁ

୧୯ ବର୍ଷ ବୟସରେ ବଲିଉଡ ରେ ରାଜ କରୁଥିବା ଦିବ୍ୟା ଭାରତୀ ଙ୍କ ମୃତ୍ୟୁ ୨୫ ବର୍ଷ ପୂର୍ବରୁ ହୋଇଗଲାଣି । ୫ଏପ୍ରିଲ ୧୯୯୩ ରେ ତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଆଜି ବି ସେ ଲୋକଙ୍କ ହୃଦୟରେ ବଞ୍ଚିଛନ୍ତି । ସେ ଯେତେ ଦ୍ରୁତ ଗତିରେ ବଲିଉଡରେ ଉପରକୁ ଉଠିଲେ ହଠାତ ତାଙ୍କର ମୃତ୍ୟୁ ସାରା ଦେଶକୁ ସ୍ତବ୍ଦ କରିଦେଲା । ଜାଣନ୍ତୁ ତାଙ୍କ ଜୀବନ ସହିତ ଜଡିତ ଥିବା କେତେକ ରାଜ ।

Image Courtesy: Google

ଫିଲ୍ମ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଜନ୍ମ ୨୫ଫେବୃୟାରୀ ୧୯୭୪ରେ ହୋଇଥିଲା । ଦିବ୍ୟା ଟପ ଅଭିନେତ୍ରୀ ଥିଲେ, କିନ୍ତୁ ସେ ନିଜେ କେବେ ହିରୋଇନ ହେବାକୁ ଚାହୁଁ ନଥିଲେ, ଦିବ୍ୟା ଫିଲ୍ମ ଇଂଡ୍ରଷ୍ଟିରେ କେବଳ ପାଠ ପଢାରୁ ବଞ୍ଚିବା ପାଇଁ ଆସିଥିଲେ । ତାଙ୍କୁ ସେହି ସମୟରେ ନିର୍ଦେଶକଙ୍କ ନାମ ବି ଜଣା ନଥିଲା । ଆରମ୍ଭରୁ ଦିବ୍ୟାଙ୍କୁ କେତେକ ଫିଲ୍ମରେ ସାଇନ କରାଗଲା ଓ ଠିକ ସମୟରେ ବାହାର ବି କରି ଦିଆଗଲା ।

ମୁମ୍ବାଇ ଆସିବା ପରେ ତାଙ୍କର ଦେଖା ସାଉଦ ର ଜଣେ ପ୍ରଡ୍ୟୁସରଙ୍କ ସହିତ ହେଲା । କିନ୍ତୁ ଦିବ୍ୟାଙ୍କୁ ଭରସା ନଥିଲା କି ସେହି ଫିଲ୍ମରେ ତାଙ୍କୁ ରୋଲ ମିଳିବ ବୋଲି । କିନ୍ତୁ ପ୍ରଡ୍ୟୁସର ଯେତେବେଳେ ତାଙ୍କୁ ହାଇଦ୍ରାବାଦ ସୁଟିଙ୍ଗ ପାଇଁ ଯିବାକୁ କହିଲେ, ଦିବ୍ୟା କେବଳ ହାଇଦ୍ରାବାଦ ବୁଲିବା ପାଇଁ ଗଲେ କିନ୍ତୁ ସେଠାରେ ଯେତେବେଳେ ସତରେ ଫିଲ୍ମ ପାଇଁ ସୁଟିଙ୍ଗ ଆରମ୍ଭ ହେଲା ସେ ଦ୍ଵନ୍ଦରେ ପଡିଗଲେ ।

Image Courtesy: Google

ପ୍ରଥମେ ତାମିଲ ଫିଲ୍ମ ବୋବ୍ବିଲି ରାଜା ପାଇଁ ଯେତେବେଳେ ଦିବ୍ୟାଙ୍କୁ ସାଇନିଙ୍ଗ ଆମାଉଣ୍ଟ ବିଷୟରେ ପଚରା ଗଲା ସେତେବେଳେ ସେ ସାଇନିଙ୍ଗ ଆମାଉଣ୍ଟ କଣ ହୋଇଥାଏ ବୋଲି ତାଙ୍କୁ ଜଣା ନଥିଲା । ଫିଲ୍ମର ପ୍ରଡ୍ୟୁସର ବି ତାଙ୍କ ଭୋଲାବାଲା ପଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଏହି ଫିଲ୍ମର ସଫଳତା ପରେ ଦିବ୍ୟାଙ୍କୁ ବଲିଉଡରେ ଫିଲ୍ମ ପାଇଁ ଅଫର ମିଳିବାକୁ ଲାଗିଲା ।

୧୯ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ଦିବ୍ୟା ଭାରତୀ ବହୁତ କମ ସମୟରେ ଯୁବ ପିଢୀ ମାନଙ୍କ ହୃଦୟର ଧଡକନ ହୋଇଯାଇ ଥିଲେ । ତାଙ୍କର ସୁନ୍ଦରତା ଓ ଅଭିନୟର ଲୋକ ଦିବାନା ହୋଇ ଯାଇଥିଲେ ।

Image Courtesy: Google

ଦିବ୍ୟାଙ୍କ କ୍ୟାରିୟର ଭଲ ଚାଲୁଥିଲା । ୧୯୯୨ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦିବାନା’ ପାଇଁ ଦିବ୍ୟାଙ୍କୁ ସର୍ବଶ୍ରେଷ୍ଠ ଫିଲ୍ମ ଅଭିନେତ୍ରୀର ଫିଲ୍ମଫେୟର ଆୱାର୍ଡ ବି ମିଳିଲା । ଏହା ଭିତରେ ଏମିତି ଏକ ଖବର ଆସିଲା ଯାହା ସମସ୍ତଙ୍କୁ ହଲାଇ ରଖିଦେଲା । ଖବର ଥିଲା କି ନିଜ ଘରୁ ପଡି ଦିବ୍ୟା ଭାରତୀଙ୍କର ରହସ୍ୟମୟ ମୃତ୍ୟୁ । ପୋଲିସ ରିପୋର୍ଟରେ ମୃତ୍ୟୁର କାରଣ ମଦ ନିଶାରେ ବାଲକୋନୀରୁ ପଡି ଯିବାରୁ ହୋଇଛି ।

Image Courtesy: Google

ଦିବ୍ୟାଙ୍କ ମୃତ୍ୟୁ ପରେ କିଛି ଲୋକ ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଥିଲେ ଯାହାର ସନ୍ଦେହ ତାଙ୍କ ସ୍ଵାମୀ ସାଜିଦଙ୍କ ଉପରେ ଥିଲା । କିନ୍ତୁ ଦିବ୍ୟାଙ୍କ ମୃତ୍ୟୁ, ହତ୍ୟା ଓ ଆତ୍ମହତ୍ୟା ଭିତରେ ଅଟକି ରହିଗଲା ଯାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *