ମହିଳାଙ୍କ ବ୍ରା, ପ୍ୟାଣ୍ଟି ଓ ବ୍ୟବହୃତ ପ୍ୟାଡ ଚୋରୀ କରୁଥିଲା ସଞ୍ଜୟ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ କଳାକାରନାମା ପଦାକୁ ଆସିଛି ଯାହାକୁ ଆପଣ ଶୁଣିଲେ କହିବେ ଯେ ଏହା ଅଜବ ଚୋରର ଗଜବ ନିଶା । ତାଙ୍କ ନାମ ହେଉଛି ସଞ୍ଜୟ ନିଶାନ୍ତ । ନିଶା ହେଉଛି ଚୋରୀ କରିବା ମାତ୍ର ସେ କ’ଣ କ’ଣ ଚୋରୀ କରୁଥିଲା ତାହା ଜାଣିଲେ ଆପଣ ଚକିତ ହୋଇଯିବେ । ସେ ସୂନା, ରୂପା, ଗହଣା ଚୋରୀ କରିବା ସାଙ୍ଗକୁ ମହିଳା ଙ୍କ ଅନ୍ତବସ୍ତ୍ର ଆଉ ନାପକିନ ପ୍ୟାଡ ମଧ୍ୟ ଚୋରୀ କରୁଥିଲା ଏହି ଗଜବ ଚୋର ସଞ୍ଜୟ ନିଶାନ୍ତ ।

ତେବେ କମିସନରେଟ ପୋଲିସ ର ସ୍ପେଶାଲ ସ୍କ୍ବାଟ ହାତରେ ପଡିଥିବା ଏହି ଚୋର ର କଳାକାରନାମା ବର୍ତ୍ତମାନ ପଦାକୁ ଆସିଛି । ଆଉ ସବୁଠାରୁ ବଡ କଥା ହେଉଛି 450 ଗ୍ରାମ ସୂନା, 650 ଗ୍ରାମ ରୂପା ପୋଲିସ ଜବତ କରିଥିବା ବେଳେ 250 ରୁ ଅଧିକ ମହିଳା ଙ୍କ ଅନ୍ତବସ୍ତ୍ର ଜବତ କରିଛି କମିଶନରେଟ ପୋଲିସ । ଏ ନେଇ ପୋଲିସ କହିଛନ୍ତି ଯେ ବିଭିନ୍ନ ଘରେ ଯେତେବେଳେ ଚୋରୀ ହୋଇଥିଲା କିଛି ଘରେ ମହିଳା ମାନଙ୍କର ଅନ୍ତବସ୍ତ୍ର ମଧ୍ୟ ସୂନା ଗହଣା ସମେତ ଚୋରୀ କରିନେଇଥିଲେ ।

ଏହାକୁ ଏକଜାମିନ କରିବା ପରେ ଜଣା ପଡିଥିଲା ଯେ ସଞ୍ଜୟ ନିଶାନ୍ତ ଯିଏ ଥିଲା ଜଣେ ପେଶାଦାର ଅପରାଧୀ ସେ 2018 ମସିହାରେ, 18 ଟି କେସରେ ଏହି ସମାନ ପ୍ରସଙ୍ଗ ରେ ଧରାପଡି ଜେଲ ଯାଇଥିଲେ । ମାତ୍ର ଗତକାଲି ରାତିରେ ଗିରଫ କରିବା ପରେ ତାଙ୍କ ପାଖରୁ 450 ଗ୍ରାମ ସୂନା ସମେତ ରୂପା ମଧ୍ୟ ମିଳିଥିଲା ।

ଏହା ସହିତ ଲ୍ୟାପଟପ ମଧ୍ୟ ଚୋରୀ ହୋଇଥିଲା । ଏତତ ବାଦ ତାଙ୍କ ଘରୁ 250 ଟି ଜିନ ପ୍ୟାଣ୍ଟ, ଯାହାକି କଷ୍ଟଲି ଜିନ ଏବଂ ସାର୍ଟ ମଧ୍ୟ ଜବତ ହୋଇଛି । ସାଇକଟିଷ୍ଟ ପାଖରେ ମଧ୍ୟ କଂସଲ୍ଟ କରାଯାଇଥିଲା କାରଣ ସେ ଏଭଳି କାଇଁ କରୁଥିଲେ ? ସୂଚନା ଅନୁଯାୟୀ ଯେ ବର୍ତ୍ତମାନ ହାତକୁ ଦୁଇହାତ ହୋଇଥାନ୍ତା ଅର୍ଥାତ ବିବାହ କରିବାକୁ ଯାଉଥିଲେ ଅଜବ ଚୋର ସଞ୍ଜୟ ନିଶାନ୍ତ ।

ସଞ୍ଜୟ ନିଜ ବିବାହ ନିମନ୍ତେ 450 ଗ୍ରାମ ସୂନା ଏବଂ 650 ଗ୍ରାମ ରୂପା ରଖି ଆଉ ବଳକା ସୂନାଗହଣା କୁ ବିକି ନିଜ ବାପା ମା’ ଙ୍କ ଚିକିତ୍ସ୍ୟରେ ଲଗାଇଥିଲା । ସବୁଠାରୁ ବଡ କଥା ହେଉଛି ଯେ 5 ମାସ ଭିତରେ ସଞ୍ଜୟ ଙ୍କ ନାମରେ ରହିଛି ସମୁଦାୟ ପାଞ୍ଚ ପାଞ୍ଚଟି ମାମଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *