ମାଡି ଆସିଲା ମହାବିପଦ, ପୁରୀ ଶ୍ରୀ ମନ୍ଦିରରୁ ଖସିଲା 20 କିଲୋଗ୍ରାମର ପଥର, ମହାପ୍ରଭୁଙ୍କର ଏ କି ସଙ୍କେତ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ମାଡି ଆସିଲା ମହା ବିପଦ, ହେଲା ଘୋର ଅନର୍ଥ, ୨୦ କିଲୋଗ୍ରାମ ର ଖସିଲା ପଥର, ବଡ ଦେଉଳରୁ ପଥର ଖସିଥିବାର ଜଣା ପଡିଛି । ଆସନ୍ତୁ ଏ ନେଇ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ମହାପ୍ରଭୁ ଙ୍କର ଏହି କି ସଙ୍କେତ ? ପ୍ରଥମେ ଚିଲ ଉଡିଲା, ବାଇଶି ପାହାଚରେ ପାଣି ପସିଲା, ବର୍ତ୍ତମାନ ବଡ ଦେଉଳରୁ ଖସିଲା ପଥର । ମହାପ୍ରଭୁ ଙ୍କ ର ଏହା କି ସଙ୍କେତ ? ପୁରୀ ଜଗନ୍ନାଥ ମନ୍ଦିରରୁ ଖସିଥିବା ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ ।

ତେବେ ଏଥିରେ କାହାର କିଛି ବିଶେଷ କ୍ଷତି ହୋଇନାହିଁ । ସେବକ ତଥା ଶ୍ରଦ୍ଧାଳୁ ଙ୍କ ର ଚଳପ୍ରଚଳ ନଥିବା ସ୍ଥାନରେ ଏହି ପଥରଟି ଖସିଥିଲା । ରବିବାର ଅପରାହ୍ନରେ ଘଟିଥିଲା ଏହି ଅଘଟଣ । ରବିବାର ଅପରାହ୍ନରେ ମାଜଣା ମଣ୍ଡପ ନିକଟସ୍ଥ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ଵାର ପାର୍ଶ୍ଵରୁ ଏହି ପଥରଟି ଖସିଥିଲା ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ ଦେଉଳ ଉପରୁ ଏହି ପଥରଟି ଖସିଛି ।

ଭିତର ବେଢା କନ୍ଦିରେ ପଥର ଖସିବାରୁ କାହାର କିଛି କ୍ଷତି ହୋଇନାହିଁ । ତେବେ ମନ୍ଦିରରୁ ପଥର ଖସିବା ନେଇ ASI କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି । ଶ୍ରୀ ମନ୍ଦିରରେ କିଛି ନା କିଛି ଏହିଭଳି ଅଘଟଣ ଘଟିବାରେ ଲାଗିଛି । ଏହାକୁ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ଆଶଙ୍କା ହେବାକୁ ଲାଗିଛି ।

କାରଣ ଶ୍ରୀ ମନ୍ଦିରରେ ଏହିଭଳି ଅଘଟଣ ହେଲେ କିଛି ନା କିଛି ବିପଦ ଆସିଥାଏ । ଏଣୁ ଜଗନ୍ନାଥ ପ୍ରେମୀ ଏହାକୁ ନେଇ ବହୁତ ଭୟ କରିଛନ୍ତି ଏବଂ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ସବୁକିଛି ଯେମିତି ସଠିକ ରହୁ ତଥା କାହାର କିଛି ଅନିଷ୍ଠ ନ ହେଉ । ଗତଥର କରୋନା ମହାମାରୀରେ ଅନେକ କିଛି କ୍ଷୟକ୍ଷତି ହୋଇଛି । ଏବଂ ବର୍ତ୍ତମାନ ଏହିସବୁ କୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି ଯେ କେଉଁ ବିପଦ ଆସିବାକୁ ଯାଉଛି ।

ବଡ ବଡ ପାଣ୍ଡିତ ମାନେ ମଧ୍ୟ ଭୟ କରିଯାଇଛନ୍ତି ଏବଂ ସେମାନେ କହିଛନ୍ତି ଯେ କେବଳ ମହାପ୍ରଭୁ ହିଁ ଆସୁଥିବା ବିପଦ ରୁ ଉଦ୍ଧାର କରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *