ବାଂଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘Sitrang’, ଦେଖନ୍ତୁ ଲ୍ୟାଣ୍ଡଫଲ ସମୟର ଭୟଙ୍କର ଦୃଶ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତରାଙ୍ଗ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁଛି । ତେବେ ଏହି ବାତ୍ୟା ଖୁବ ଭୟଙ୍କର ବାତ୍ୟା ଥିଲା । ଓଡିଶା ଉପରୁ ବିପଦ ଟଳିଥିଲା ସତ, କିନ୍ତୁ ଏହା ପଶ୍ଚିମବଙ୍ଗରେ ସ୍ଥଳ ଭାଗ ଛୁଇଁବ ବୋଲି ଚର୍ଚ୍ଚା କରାଯାଉଥିଲା । ଆଉ ବର୍ତ୍ତମାନ ସୃଷ୍ଟି ହୋଇଥିବା ବାତ୍ୟା ସିତରାଙ୍ଗ ବାଂଲାଦେଶ ରେ ସ୍ଥଳଭାଗ ଛୁଇଁଛି ।

ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷା ରେ ବାଂଲାଦେଶରେ ୫ ଜଣଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଲୋକ ଆହତ ହୋଇଥିବା ସମୟରେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଆଉ ଲ୍ୟାଣ୍ଡଫଲ କରିଲା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିଥିଲା । ଏହାକୁ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତି ଏବଂ ଆଜି ଭୋର ମଧ୍ୟରେ ବାଂଲାଦେଶ ରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବା ପରେ ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ସେଥିରୁ ଓହରି ଯାଇଛି IMD ଆଜି ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ରହିଅଛି । ଆଜି ସକାଳେ ସାମୁଦ୍ରିକ ଝଡରୁ ତୀବ୍ର ଅବପାତ ଏବଂ ସନ୍ଧ୍ୟାରେ ଏହା ଲଘୁଚାପ ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି ।

ଆଉ ଏହା ସହିତ ସବୁଠାରୁ ବଡ କଥା ହେଉଛି ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଉପରୁ ବିପଦ ଟଳି ଯାଇଅଛି । କିନ୍ତୁ ପଶ୍ଚିମବଙ୍ଗ, ଆସାମ, ଅରୁଣାଞ୍ଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଏବଂ ତ୍ରିପୁରା ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ସେଠାରେ ଉଧାରକାର୍ଯ୍ୟ ଜାରି ରହିଛି ।

ଆଜି ପବନର ବେଗ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା କୁ ନେଇ ଓଡିଶାବାସୀ ବହୁତ ଭୟଭୀତ ଥିଲେ । କାରଣ ପୂର୍ବରୁ ଆସିଥିବା ବାତ୍ୟା କାରଣରୁ ବହୁତ କିଛି ନଷ୍ଟ ହୋଇଥିଲା ଏବଂ ସାଧାରଣ ଜୀବନଜାପନ ରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଓଡିଶା ପ୍ରତି ବିପଦ ନଥିବା ଦେଖି ରାଜ୍ୟବାସୀ ଅଳ୍ପକେ ସାନ୍ତ୍ଵନା ମନେ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *