ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ଉଚିତ ନୁହେଁ, କ’ଣ ରହିଛି ଏହା ପଛର କାରଣ ?

ବନ୍ଧୁଗଣ ନଡିଆକୁ ଶ୍ରୀଫଳ ମଧ୍ୟ କୁହାଯାଇଥାଏ । ପ୍ରତ୍ଯେକଟି ପୂଜା କାର୍ଯ୍ୟରେ ନଡିଆର ବ୍ୟବହାର କରାଯାଇଥାଏ । ନଡିଆ ବିନା ତ ପୂଜା କାର୍ଯ୍ୟ ଅଧୁରା ରହିଲା ପରି ମନେ ହୋଇଥାଏ । ତେବେ ହିନ୍ଦୁ ସଭ୍ୟତାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ପାଇଁ କାହିଁକି ବାରଣ କରାଯାଇଛି । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ମହିଳା ମନେ କାହିଁକି ନଡିଆ ଭାଙ୍ଗନ୍ତି ନାହିଁ ସେହି ବିଷୟରେ ଆଲୋଚନା କରିବା ।

ତେବେ ବନ୍ଧୁଗଣ ଦେବୀଦେବତାଙ୍କ ପୂଜା କାର୍ଯ୍ୟରେ ନଡିଆ ବ୍ଯବହ୍ରୁତ ହୋଇସାରିବା ପରେ ପୁରୁଷ ମାନେ ହିଁ ଅଧିକାଂଶ ସମୟରେ ନଡିଆ ଭାଙ୍ଗିବାର ଦେଖିବାକୁ ପାଇଥାଉ । ଭଗବାନ ନାରାୟଣ ଯେତେବେଳେ ପୃଥିବୀ ପୃଷ୍ଠକୁ ଅବତରଣ କରିଥିଲେ । ସେତେବେଳେ ସେ ନିଜ ସାଥିରେ 3 ଟି ଜିନିଷକୁ ନେଇ କରି ଆସିଥିଲେ । ଲକ୍ଷ୍ମୀ, ନଡିଆ ଗଛ ଓ କାମଧେନୁକୁ ସାଥିରେ ଆଣିଥିଲେ । ନଡିଆରେ ବ୍ରହ୍ମା, ବିଶନୁ ଓ ମହେଶ୍ବରେହି 3 ଦେବତାଙ୍କର ବାସ ହୋଇଥାଏ ବୋଲି ମାନାଯାଇଥାଏ ।

ତେଣୁ ନଡିଆ ବିନା ପୂଜା କାର୍ଯ୍ୟ ଅଧୁରା ହୋଇଥାଏ । ତେଣୁ ପ୍ରତ୍ଯେକଟି ପୂଜା କାର୍ଯ୍ୟରେ ନଡିଆ ବା ଶ୍ରୀଫଳର ବିଶେଷ ମହତ୍ଵ ରହିଥାଏ । ହେଲେ ନଡିଆକୁ ମହିଳା ମାନେ ଭାଙ୍ଗି ପାରିନଥାନ୍ତି । ତେବେ ନଡିଆକୁ ମହିଳା ମାନେ ନଭାଙ୍ଗିବା ପଛରେ ମଧ୍ୟ ଏକ କାରଣ ରହିଅଛି ।

ନଡିଆରୁ ଯେମିତି ବୀଜ ବାହାରି ଗଛ ହୋଇଥାଏ । ସେହିପରି ଭାବରେ ମହିଳା ମାନେ ନିଜ ଗର୍ଭରୁ ସନ୍ତାନ ମାନଙ୍କୁ ଜନ୍ମ ଦେଇଥାନ୍ତି । ଯେଉଁ କାରଣରୁ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ପାଇଁ ବାରଣ କରାଯାଇଥାଏ । କାରଣ ମହିଳା ମାନେ  ନଡିଆ ଭାଙ୍ଗିବାକୁ ଅଶୁଭ ବୋଲି ମାନା ଯାଇଥାଏ । ବନ୍ଧୁଗଣ ଭଗବାନ ଶିବଙ୍କର ନଡିଆ ପ୍ରିୟ ଫଳ ଅଟେ । ଯେଉଁ ବ୍ୟକ୍ତି ପ୍ରଭୁ ଶନିଦେବଙ୍କୁ ଶାନ୍ତ କରିବାକୁ ଚାହୁଁଥାନ୍ତି ।

ତେବେ ସେମାନେ ନଡିଆ ପାଣିରେ ଭଗବାନ ମହାଦେବଙ୍କର ରୁଦ୍ରାଭିଷେକ କରିବାର ବିଧାନ ରହିଛି । ନଡିଆର ଜଳ ଦ୍ଵାରା ଦେବୀ ଦେବତାଙ୍କର ପ୍ରତିମୂର୍ତ୍ତିକୁ ଅଭିଷେକ କରାଯାଇଥାଏ । ତେଣୁ ବହୁତ ଭଲ ଫଳ ଅଟେ । ଇଷ୍ଟଦେବତାଙ୍କୁ ନଡିଆ ଅର୍ପଣ କରିବା ଦ୍ଵାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ନଡିଆର ସେବନ ଦ୍ଵାରା ବ୍ୟକ୍ତିର ଶାରୀରିକ ଦୁର୍ବଳତା କମ ହୋଇଯିବା ସହ କାମ କରିବାକୁ ଭଲ ଏନର୍ଜି ମଧ୍ୟ ମିଳିଥାଏ । ତେଣୁ ନଡିଆ ଅତ୍ୟନ୍ତ ଲାଭକାରୀ ଫଳ ମାନଙ୍କ ମଧ୍ୟରୁ ଏକ ଫଳ ଅଟେ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା

? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *