ଗୋରା ଓ ସୁନ୍ଦର ପିଲା କେମିତି ହୋଇଥାଏ ? Dr Supriya Puranik

ବନ୍ଧୁଗଣ ସବୁ ବାପା, ମାଆ ତାଙ୍କର ଏକ ସୁନ୍ଦର ଓ ଗୋରା ସନ୍ତାନ ଜନ୍ମ ହେଉ ବୋଲି ଇଛାକରିଥାନ୍ତି । ତେଣୁ ମହିଳା ଯେତେବେଳେ ପ୍ରେଗନେଣ୍ଟ ଥାଏ । ସେତେବେଳେ ସେ ଅନେକ କିଛି କଥା ଉପରେ ଧ୍ୟାନ ଦେଇଥାଏ । ଯେପରି ତା’ ର ଗର୍ଭସ୍ଥ ପିଲାଟି ସୁସ୍ଥ, ସୁନ୍ଦର ଓ ଗୋରା ହୋଇକି ଜନ୍ମ ହେଉ । ତେବେ ପିଲାର ରଙ୍ଗ ଗୋରା କିଭଳି ହେବ ? ଏହି ଉପରେ ଆଜି ଡାକ୍ତର ସୁପ୍ରିୟା ପୁରାନିକଙ୍କ ଠାରୁ ଜାଣିବା ।

ତେବେ ଡାକ୍ତରଙ୍କ କହିବା ଅନୁଯାଇ ପିଲା ଜନ୍ମ ହେବା ବେଳେ ଗୋରା, ସୁନ୍ଦର ହୋଇକି ଜନ୍ମ ହୋଇବା ଯେମିତି ବାପା, ମାଆଙ୍କର ଇଛା ରହିଥାଏ । ଠିକ ସେହିପରି ପିଲା ସୁସ୍ଥ ଓ ନୀରୋଗ ହୋଇ ଜନ୍ମ ହେଉ ତାହା ମଧ୍ୟ ବହୁତ ଜରୁରୀ ଅଟେ । ଶାରୀରିକ ଓ ମାନସିକ ରୂପେ ସୁସ୍ଥ ହୋଇ ପିଲା ଜନ୍ମ କିପରି ହେବ ସେଥିପ୍ରତି ଧ୍ୟାନ ରଖିବାକୁ ପଡିଥାଏ । ତେଣୁ ପିଲାର ରଙ୍ଗ ଅପେକ୍ଷା ପିଲା ଶାରୀରିକ ଓ ମାନସିକ ରୂପେ ସୁସ୍ଥ ହୋଇ ଜନ୍ମ ହେବା ଅଧିକ ମହତ୍ଵପୂର୍ଣ୍ଣ କଥା ହୋଇଥାଏ ।

ତେବେ ଗର୍ଭସ୍ଥ ପିଲା ଜନ୍ମ ସମୟରେ କିପରି ହୋଇ ଜନ୍ମ ହୋଇବ । ଅର୍ଥାତ ପିଲାର ରଙ୍ଗ, ଉଚ୍ଚତା ଏସବୁ ତା’ ର ଗୁଣସୁତ୍ର ଉପରେ ନିର୍ଭର କରିଥାଏ । ଯଦି ପିଲା ଠାରେ ତା’ ର ବାପାର ଜିନ୍ସ  ଅଧିକ ରହିଥାଏ । ସେତେବେଳେ ପିଲାଟି ତା’ ର ବାପାଙ୍କ ପରି ଦେଖାଯାଇଥାଏ । ଯଦି ପିଲା ଠାରେ ଠାଆ’ ର ମା’ ଙ୍କ ଜିନ୍ସ ଅଧିକ ରହିଥାଏ । ତେବେ ପିଲାଟି ମା’ ପରି ହୋଇଥାଏ ।

ପିଲାର ରଙ୍ଗ ଗୋରା କି କଳା ରହିବ ସେଇଟା ତାହାର ବାପା, ମା’ କି ପରିବାରର ସଦସ୍ୟଙ୍କ ଜିନ୍ସ ଉପରେ ନିର୍ଭର କରିଥାଏ । ଅନେକ ଲୋକଙ୍କ କହିବା ଅନୁସାରେ କେଶର, ପଇଡ ପାଣି, ଡ୍ରାଏ ଫୃଟ୍ସ, କ୍ଷୀର, ବିଭିନ୍ନ ପ୍ରକାର ଫଳ ସେବନ କରିବା ଦ୍ଵାରା ପିଲାର ରଙ୍ଗ ଗୋରା ହୋଇଯାଇଥାଏ ।

ତେବେ ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଗର୍ଭବତୀ ମହିଳା ଓ ତା’ ର ଗର୍ଭସ୍ତ ସନ୍ତାନ ଉପରେ ଭଲ ପ୍ରଭାବ ପଡିଥାଏ । ହେଲେ ଏହି ସବୁ ଖାଇବା ଦ୍ଵାରା ପିଲା ଗୋରା ରଙ୍ଗର ହୋଇଯାଇନଥାଏ । ତେଣୁ ଏହି ସବୁ ଖାଦ୍ୟ ପଦାର୍ଥ ସେବନ କରିବା ତ ଭଲ କଥା ହୋଇଥାଏ । ହେଲେ ଏହି ସମସ୍ତ ଖାଦ୍ୟ ପଦାର୍ଥକୁ ସଠିକ ପରିମାଣ ଅନୁଯାଇ ଖାଇବା ଉଚିତ ।

ପିଲାର ଗୁଣସୁତ୍ର ଅନୁଯାଇ ଅର୍ଥାତ ବାପା, ମା’ ଙ୍କର ରଙ୍ଗ ଯାହା ପିଲାଙ୍କ ରଙ୍ଗ ସେହିଭଳି ହିଁ ହେବାର ସମ୍ଭାବନା ଅଧିକ ରହିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *