ଚାହୁଁ ଚାହୁଁ ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର, ମହିଳା ଜଣଙ୍କ କଣ କହୁଛନ୍ତି ଥରେ ଶୁଣନ୍ତୁ, ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟରେ ଜାଣିଥିବେ କି ଜଣେ ୧୫ ବର୍ଷ ର ପିଲା ଟି ଏକ ଡ୍ରେନ ଭିତରେ ପ-ଡି ଭା-ସି ଯାଇଛି । ତେବେ ଏହି ବର୍ଷା ଏବଂ ବନ୍ୟା ପାଣି ଯୋଗୁଁ ସବୁ ରାସ୍ତା ଘାଟ ରେ ପାଣି ଭର୍ତ୍ତି ଏପରି କି ରାସ୍ତା କେଉଁଟା ଏବଂ ନାଳ କେଉଁଟା ତାହା ମଧ୍ୟ ଜଣା ପଡୁ ନାହିଁ । ତେବେ ଭୁବନେଶ୍ୱର ର ଶତାବ୍ଦୀ ନଗରର ଜଣେ ୧୫ ବର୍ଷୀୟ ପିଲା ଜ୍ୟୋତି ପ୍ରକାଶ ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଛନ୍ତି ।

ସିଏ ନିଜ ଟିୟୁସନ ସାରଙ୍କ ପାଖକୁ ନିଜ ପାଠ ପଢ଼ାପାଇଁ କିଛି ବୁଝିବାକୁ ଯାଇଥିଲା ଏବଂ ସେହି ସମୟରେ ରାସ୍ତା ଏବଂ ଡ୍ରେନ ନ ଜାଣି ପାରି ସେ ନିଜ ସାଇକେଲ ସହ ସେହି ଖୋଲା ଥିବା ଡ୍ରେନ ଭିତରେ ପ-ଡି ଯାଇଥିଲେ ଏବଂ କେଉଁ ଆଡେ ଭା-ସି ଯାଇଥିଲେ ଜଣାନାହିଁ । ତେବେ ସେ ଲେନ ୭ ରେ ପାଖାପାଖି ୨:୩୦ରେ ସେହି ଡ୍ରେନ ରୁ ପ-ଡି ଏବଂ ସେହି ପାଣି ର ସୁଅ ରେ ଭା-ସି ଆସି ଲେନ ୧୦ ବି ପର୍ଯ୍ୟନ୍ତ ମଧ୍ୟ ଆସିଯାଇଥିଲା । ତେବେ ଏହାକୁ ସେହି ପାଖରେ ରହୁଥିବା ଜଣେ ମହିଳା କହିଛନ୍ତି ।

ତେବେ ସେ କହିଛନ୍ତି କି ସେ ତାଙ୍କ ଛାତ ଉପରୁ ଦେଖିଥିଲେ ତାଙ୍କ ଘର ପାଖରେ ଥିବା ପାଣି ରେ ଜଣେ ପୁଅ ଟି ଆସି ଲାଗିଛି ଏବଂ ସେହି ପାଣି ଭିତରେ ଘୁରି ବୁଲୁଛି କିନ୍ତୁ ବାହାରି ପାରୁନି ତେବେ ସେ ଚି-ତ୍କା-ର କରିଥିଲେ କିନ୍ତୁ କେହି ଶୁଣି ନଥିଲେ । ତେବେ ସେ ଛାତ ରୁ ତଳକୁ ଆସିବା ଭିତରେ ସେ ପୁଅ ଟି ଭାସି ଆଗକୁ ପଳେଇ ଥିଲା । ତେବେ ସେ କହିଛନ୍ତି କି ସେ ତାର ପଛ ମୁଣ୍ଡ ଏବଂ ପିଠି ଦେଖିଛନ୍ତି ଏବଂ ମୁହଁ ହାତ ଗୋଡ଼ ସବୁ ପୋତି ହୋଇ ରହିଛି ତେବେ ଲେନ ୭ ରୁ ଲେନ ୧୦ ପର୍ଯ୍ୟନ୍ତ ୩୦୦ ମିଟର ର ବାଟ ।

ଏହା ସହ ସେ କହିଛନ୍ତି କି ପାଣି ର ସୁ ବହୁତ ଜୋରରେ ଥିଲା ଏବଂ ଯିଏ ଦେଖିବ ସେ ନିଶ୍ଚୟ ଭୟ କରିବ । ତେବେ ଏ ପର୍ଯ୍ୟନ୍ତ ଜ୍ୟୋତି ପ୍ରକାଶ ଙ୍କ କୌଣସି ଖୋଜ ଖବର ମିଳି ନାହିଁ । ତେବେ ଏହା ପ୍ରଶାସନ ପାଇଁ ଏକ ବଡ଼ ପ୍ରଶ୍ନ ହେଉଛି କି ଏପରି ଖୋଲା ଡ୍ରେନ କୁ ବର୍ଷା ସମୟରେ ଅସୁରକ୍ଷିତ ଭାବରେ ଖୋଲା କାହିଁ ରଖା ଯାଉଛି ଏବଂ ରାସ୍ତାର ମରାମତି ମଧ୍ୟ ଠିକ ଭାବରେ ହେଉ ନାହିଁ କଣ ପାଇଁ ?

Leave a Reply

Your email address will not be published. Required fields are marked *