ଡ୍ରେନରେ ପୁଅ ଭାସିଯିବା ପରେ ବାହୁନି କାନ୍ଦୁଛି ମା’, ଲୁହ ପୋଛି ଦେଉଛି କୁନି ପୁଅ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ଦିନ ହେବ ଲଘୁଚାପ ଯୋଗୁଁ କିମ୍ବା ଘୁର୍ଣ୍ଣି ବଳୟ ଯୋଗୁଁ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏହାଯୋଗୁଁ ରାସ୍ତାଘାଟ ରେ ପ୍ରବଳ ପାଣି ହୋଇ ଯାଇଛି ଏବଂ ରାସ୍ତା ନାଳ କିମ୍ବା ଖାଲ ସବୁ ସମାନ ହୋଇ ଯାଇଛି କିଛି ବି ଜଣା ପଡୁ ନାହିଁ । ତେବେ ଭୁବନେଶ୍ୱର ଶତାବ୍ଦୀ ନଗର ର ତେବେ ଜ୍ୟୋତି ପ୍ରକାଶ ନାମକ ଜଣେ ଦଶମ ଛାତ୍ର । ସେ ନିଜର ସଂସ୍କୃତ ସାର ଙ୍କ ପାଖକୁ କିଛି ପ୍ରୋଜେକ୍ଟ ନେବା ପାଇଁ ଆସୁଥିଲେ ।

ତେବେ ସାର ଙ୍କ ପାଖକୁ ୨:୩୦ ରେ ବାହାରି ଥିଲେ କିନ୍ତୁ ତାଙ୍କ ବାପା ମାଆ ମନାକରିଥିଲେ ଏବଂ ବର୍ଷା କମିଲେ ଏବଂ ପାଣି କମିଳେ ଯିବା ପାଇଁ କହିଥିଲେ ତେବେ ସେ ନ ମାନି ଘରୁ ପଳାଇ ଥିଲେ । ତେବେ ରାସ୍ତା ରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ରେ ପାଣି ଭର୍ତ୍ତି ହୋଇ ରହିଥିଲା ଏବଂ ରାସ୍ତା କିଛି ଦେଖାଯାଉ ନଥିଲାଏବଂ ସେହି ରାସ୍ତା ରେ ଏକ ଡ୍ରେନ ଥିଲା ।

ତେବେ ସେ ଭାରସାମ୍ୟ ହରାଇ ବସି ଥିଲେ ଏବଂ ସାଇକେଲ ସହ ଏହି ଡ୍ରେନ ଭିତରେ ପ-ଡି ଯାଇଥିଲେ ତେବେ ଉଦ୍ଧାର ପାଇଁ ଯେତେ ଚି-ତ୍କା-ର କଲେ ବି କେହି ଜାଣି ପାରିନଥିଲେ ।ତେବେ ଏତେ ଘଣ୍ଟା ବିତି ଗଲାଣି କିନ୍ତୁ ଜ୍ୟୋତି ପ୍ରକାଶ ଙ୍କ କୌଣସି ଖବର ମିଳି ପାରୁ ନାହଁ ଏବଂ ଏକ ଦମକଳ ବାହିନୀ ର ଟିମ ଖୋଜା ଖୋଜି ରେ ବ୍ୟସ୍ତ ମଧ୍ୟ ଅଛି ଏହା ସହ ପୋଲିସ ମଧ୍ୟ ନିଜ କାର୍ଯ୍ୟ କରୁଛି ।

ତେବେ ସେପଟେ ଜ୍ୟୋତି ପ୍ରକାଶ ଙ୍କ ପରିବାର ଲୋକଙ୍କ ଅବସ୍ଥା ମଧ୍ୟ ବହୁତ ଖରାପ ଅଛି ସେମାନେ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି ତେବେ ଗୋଟିଏ ଭିଡିଓ ରେ ଜ୍ୟୋତି ଙ୍କ ମାଆ କାନ୍ଦୁଥିବା ବେଳେ ତାଙ୍କ ସାନ କୁନି ପୁଅ ଆସି ତାଙ୍କ ଆଖିରୁ ଲୁହ ପୋଛି ଦେଉଛି । ତେବେ ତାଙ୍କ ମାଆ ଙ୍କ କହିବା କଥା କି ରାସ୍ତା କାମ ଠିକ ରେ କରୁ ନାହାନ୍ତି ନାଳ କି ଏମିତି ଖୋଲା ରଖି ଦେଇଛନ୍ତି ଏହା ଛଡା ଆମେ ଅନେକ ଥର ଅଭିଯୋଗ କରି ସାରିଲୁଣି କିନ୍ତୁ କୌଣସି ପଦକ୍ଷେପ ନେଉ ନାହାନ୍ତି କେହି ।

ତେବେ ଯଦି ରାସ୍ତା ଖରାପ ହୋଇ ନଥାନ୍ତା ତେବେ ମୋ ପୁଅ ଆଜି ଭାସି ଯାଇ ନଥାନ୍ତା । ତେବେ ସେ କହିଛନ୍ତି କି ତାଙ୍କ ପୁଅ ବହୁତ ଭଲ ପାଠ ପଢେ ଏବଂ ମାଟ୍ରିକ ରେ ୯୦ ପ୍ରତିଶତ ରଖିବ ବୋଲ ମଧ୍ୟ ଆଶା ଏବଂ ଚେଷ୍ଟା ଜାରି ରଖିଥିଲା । ତେବେ ଆମେ ମାନେ ପାର୍ଥନା କରୁଛୁ କି ଜ୍ୟୋତି ପ୍ରକାଶ ଶୀଘ୍ର ଘରକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *