‘ରାସ୍ତାରେ ଟଏଲେଟ୍ ନାହିଁ ମୁଁ କୁଆଡେ ଯିବି, ମୋ ଭଳି ମହିଳା ଡ୍ରାଇଭର ମାନେ କଣ…’

ଦର୍ଶକ ବନ୍ଧୁ ଗତ କାଲି ଠାରୁ ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ ପାଇଁ ରାସ୍ତାକୁ ଓଲହାଇ ଛନ୍ତି । ଆଉ ଏହି ଆନ୍ଦୋଳନ ଆଜି ବି ସେମିତି ଚାଲିଛି ଯେମିତି ଗତ କାଲି ଚାଲି ଥିବା ବେଳେ । ଯେତେବେଳ ଯାଏଁ ଓଡିଶା ସରକାର ଡ୍ରାଇଭର ମାନଙ୍କ ଦାବି ପୂରଣ ନକରିବେ ସେତେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଡ୍ରାଇଭର ମହାସଙ୍ଗ ସୂଚନା ଦେଇଛନ୍ତି । ଏହା ସହ ଡ୍ରାଇଭର ମହାସଙ୍ଗ ପୂର୍ବରୁ ସୂଚନା ଦେଇଥିଲେ ଯେ ଶାନ୍ତି ଶୃଙ୍ଖଳା ସହ ଏହି ଆନ୍ଦୋଳନ କରାଯିବ ।

ଏହି ଆନ୍ଦୋଳନକୁ ଓଡିଶା ବସ ମାଲିକ ସଂଘ ସମର୍ଥନ କରୁ ନାହାନ୍ତି । ତେଣୁ ସାରା ରାଜ୍ୟରୁ ଆପଣ ଚିତ୍ର ଦେଖିଥିବେ ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବସ ଷ୍ଟାଣ୍ଡରେ ଯାତ୍ରୀ ହନ୍ତ ସନ୍ତ ହେଉଛନ୍ତି । ଏହା ସହ ଅନେକ ବଜାରରେ ବିଭିନ୍ନ ସାମଗ୍ରୀ ପହଞ୍ଚି ପାରୁନି । ଡ୍ରାଇଭର ମହାସଙ୍ଗ ଅତ୍ୟାବସକୀୟ ଜିନିଷ ହେଉଥିବା ଟ୍ରକ ଗୁଡିକୁ ଅଟକାଉ ଛନ୍ତି ।

ଅନ୍ୟ ପଟେ କାର ମାଲିକ ମାନଙ୍କୁ ଡ୍ରାଇଭର ସଂଘ ଫୁଲ ମାଳ ପିନ୍ଧାଇ ସମ୍ମାନ ଦେଉଛନ୍ତି । ତେବେ ଦର୍ଶକ ବନ୍ଧୁ ଏହି ଆନ୍ଦୋଳନରେ ଅନେକ ପୁରୁଷ ଡ୍ରାଇଭର ଅଛନ୍ତି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଜଣେ ମହିଳା ଡ୍ରାଇଭର ବି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ମହିଳା ଡ୍ରାଇଭର ଜଣକ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।

ମହିଳା ଡ୍ରାଇଭର ଜଣକ କହିଛନ୍ତି-‘ଆଜି ଯେଉଁ ଡ୍ରାଇଭର ମାନଙ୍କର ମିଳିତ ସଂଘ ହୋଇଛି ସମସ୍ତେ ଏଥିରେ ଉପସ୍ଥିତ ଅଛନ୍ତି । ତେବେ ସରକାର ନିଶ୍ଚିତ ଏଥିପାଇଁ ପଦକ୍ଷେପ ନିଅନ୍ତୁ । ଆମ ମାନଙ୍କର ଗୁହାରି ଆମେ ଯେଉଁ ଦାବି କରିଛୁ ଆମେ ଆମ ଦାବି ନେଇ ବସିଛୁ । ଯେହେତୁ ଆଜିକୁ ଦୁଇ ଦିନ ହେଲା ଆମେ ଧାରଣା ଦେଇ ବସିଛୁ ।

ତେଣୁ ଆମେ ସରକାରଙ୍କୁ ଗୁହାରି କରି କହୁଛୁ ଆମ ପାଇଁ ପଦକ୍ଷେପ ନିଅନ୍ତୁ । ଯଦି ନବୀନ ସରକାର କହୁଛନ୍ତି ସେ ଓଡିଶାର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ତା ହେଲେ ଡ୍ରାଇଭର ମାନଙ୍କୁ ଏତେ ଅବହଳିତ କରୁଛନ୍ତି କାହିଁକି । ଡ୍ରାଇଭର ମାନେ ରାସ୍ତା ଘାଟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ୍ରାଇଭର ପାଇଁ ହିଁ ସମସ୍ତଙ୍କର ଜୀବନ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *