‘ମାଲବାହୀ ଗାଡ଼ିକୁ ତ ଆମେ ବିଲକୁଲ ବି ଛାଡିବୁନି, ଯେ ପର୍ଯ୍ୟନ୍ତ ଆମର ଦାବି…’

ନମସ୍କାର ବନ୍ଧୁଗଣ, ଡ୍ରାଇଭର ମାନେ କରିଥିବା ଆନ୍ଦୋଳନ ଦୁଇ ଦିନ ଧରି ଚାଲୁଥିବା ବେଳେ ବର୍ତ୍ତମାନ ଆସିଯାଇଛି ଏକ ବଡ ଖବର ଯାହା ଓଡିଶାର ସ୍ଥିତିକୁ ଗମ୍ଭୀର କରିପାରେ । ଡ୍ରାଇଭର ମାନଙ୍କ କହିବା ଅନୁଯାୟୀ ତାଙ୍କ ଦାବି ପୁରଣ ନେ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରେ ଆଉ ରାସ୍ତାରେ ଗଡିବାକୁ ଦେବେ ନାହିଁ କୌଣସି ମାଲବାହୀ ଗାଡି । ଏଭଳି ଏକ ବଡ କଥା କହିଛନ୍ତି ଆନ୍ଦୋଳନକାରୀ ମାନେ । ତେବେ ତାଙ୍କ ଦାବି କଣ ରହିଛି କେତେଦିନ ଚାଲିବ ଏହି ଆନ୍ଦୋଳନ ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ଡ୍ରାଇଭର ମାନେ ଅଇଁଠା ପାଲି ଛକ ନିକଟରେ ଧାରଣାରେ ବସି ରହିଛନ୍ତି । କାଲି ରାତି ଠାରୁ ସେମାନେ ସେହି ସ୍ଥାନରେ ବସିଛନ୍ତି କାରଣ ଅଇଁଠା ପାଲି ଛକରୁ ଆମ ଓଡିଶାର ଅନେକ ସହରର ରାସ୍ତା ଯୋଡି ହୋଇ ରହିଛି । ଝାରସୁଗୁଡା, ଦେବଗଡ, କଟକ, କୁଚିଣ୍ଡା ଇତ୍ୟାଦି ସ୍ଥାନକୁ ଯିବା ପାଇଁ ସମସ୍ତ ରାସ୍ତା ସେହି ଗୋଟିଏ ଜାଗାରେ କନେକ୍ଟ ରହିଛି ।

ତେଣୁ ଧର୍ମଘଟକାରୀ ମାନେ ସେହିଠାରେ ପ୍ରମୁଖ ଧାରଣା ଦେଇଛନ୍ତି । କାରଣ ତାହା ସହରର ଏକ ମୁଖ୍ୟ ପ୍ରବେଶ ଦ୍ଵାର ଅଟେ । କୌଣସି ମାଲବାହୀ ଗାଡିକୁ କୌଣସି ସହରକୁ ଯିବା ପାଇଁ ଦେଉନାହାନ୍ତି । ଯେଉଁ ସବୁ ଟ୍ରକ ମାଲ ଭର୍ତ୍ତି କରୁ ଆସୁଛନ୍ତି ତାଙ୍କୁ ଫେରାଇ ଦିଆଯାଉଛୁ । ଯେଉଁ ରାସ୍ତାରେ ଆସୁଛନ୍ତି ସେହି ରାସ୍ତା ଦେଇ ପୁଣି ଫେରିକି ଯାଉଛନ୍ତି ।

ଆଗକୁ ବଢିବା ପାଇଁ ବିଲକୁଲ ମଧ୍ୟ ଦିଆଯାଉ ନାହିଁ । କିନ୍ତୁ ଅନୁଷ୍ଠାନ ବସ ଇତ୍ୟାଦିକୁ ଛଡା ଯାଉଛି । ସେହିସବୁ ବସ ସ୍ଵାଭାବିକ ଭାବରେ ଯାତାୟାତ କରୁଛନ୍ତି । ଶିକ୍ଷାନୁଷ୍ଠାନକୁ ଯାଉଥିବା ବସକୁ ରୋକା ଯାଉନାହିଁ । କିମ୍ବା ବାଇକ କ୍କର ଇତ୍ୟାଦିକୁ ବାଧା ଦିଆ ଯାଉନାହିଁ । କିନ୍ତୁ ଅନ୍ୟ ତଥା ମାଲ ବୋଝାଇ ଗାଡିକୁ ସମ୍ପୂର୍ଣ ବାରଣ କାରାଯାଉଛି । ପରବାହନ ସଂସ୍ଥାକୁ ପୁରା ବନ୍ଦ କରାଯାଇଛି ।

ଟେଣ୍ଟ ତଳେ ବସି ନାରା ଦେଉଛନ୍ତି ଧାରଣାରେ ବସିଥିବା ଲୋକ । ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ ଚାଲିଥିବାର କଥା କହିଛନ୍ତି ଆନ୍ଦୋଳନକାରୀ । କାହାକୁ ହଇରାଣ ନକରି ସରକାର ଯେବେ ଯାଏ ତାଙ୍କ ଦାବି ପୁରଣ କରିବେ ନାହିଁ ସେବେ ଯାଏ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସି ରହିଛନ୍ତି ଏବଂ ବସି ରହିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ମାନେ । ଏହା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ  ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *