ସମସ୍ତ ଜିଲ୍ଲାର ଝିଅଙ୍କ ନାଁରେ ଗୀତ କରିବା ପଡିଲା ମହଙ୍ଗା ! ଥାନାରେ ଅଭିଯୋଗ ପରେ ସଫେଇ ଦେଇ କହିଲେ ‘ନବମ ଶ୍ରେଣୀ ଝିଅ ଯେତେବେଳେ ଚଟିକୁ ହଟ କରୁଥିଲା…’ ଦେଖନ୍ତୁ Video

ଦର୍ଶକ ବନ୍ଧୁ ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି । ଯେଉଁ ଭିଡିଓଟି ହେଉଛି ଜଣେ ବ୍ୟକ୍ତି ରାଜ୍ୟର ବିଭିନ୍ନ ଝିଅଙ୍କୁ ନେଇ ଏକ ଭିଡିଓଟି କରିଛନ୍ତି । ଏମିତି କି ଗୋରା ଏବଂ ମୋଟାକୁ ନେଇ ମଧ୍ୟ ସେହି ଭିଡିଓରେ ସେ କହିଛନ୍ତି । ଅନ୍ୟ ପଟେ ଯଦି କହିବା କୁନ୍ଦୁଲି କଥାକୁ ନେଇ ମଧ୍ୟ ସେ ଭିଡିଓଟି କରା ଯାଇଛି । ସେହି ଭିଡିଓ କରିଛନ୍ତି ଶଙ୍କର ଓମ ଶରନ । ତେବେ ଏବେ ଶଙ୍କରଙ୍କୁ ଏହି ଭିଡିଓ ପାଇଁ ବହୁତ ଟ୍ରୋଲ ହେବାକୁ ପଡୁଛି ।

ତେବେ ଏନେଇ ଏବେ ଶଙ୍କର ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ଶଙ୍କରଙ୍କ କହିବା ମୁତାବକ-‘ମୁଁ ଦୀର୍ଘ 5-6 ବର୍ଷ ହେବ କମେଡି କରି ଆସୁଛି । ଏହି ଯେଉଁ ଗୀତଟି ଏବେ ସୋସିଆଲ ମିଡିଆ ଆଉ ଚାରି ଆଡେ ଭାଇରାଲ ହେଉଛି ସେହି ଗୀତଟି ଯେତେବେଳେ ଟିକଟକ ଚାଲିଥିଲା ସେତେବେଳେ ମୁଁ ଏକ ସର୍ଟ ଭିଡିଓ ଆକାରରେ କରିଥିଲି । ଏହି ଗୀତରେ କୌଣସି ପ୍ରକାରର ଅଶ୍ଳୀଳତା ନଥିଲା ଏବଂ ଏହି ଗୀତଟି ସେତେବେଳେ ବହୁତ ଭାବରେ ଡୁୟେଟ ହୋଇଥିଲା ।

ଆଉ ଏହି ଡୁୟେଟଟି ଅଧିକାଂଶ ଝିଅ ମାନେ କରିଥିଲେ ପୁଅ ମାନଙ୍କ ଅପେକ୍ଷା ଆଉ ସେ ଗୀତଟି ସବୁଠାରୁ ଅଧିକ ଭାଇରାଲ ହୋଇଥିଲା ଟିକଟକରେ । ତ ସେହି ଭିଡିଓଟିକୁ ଯେଉଁ ମାନେ ଭାଇରାଲ କରିଥିଲେ ସେହି ମାନେ କହିଥିଲେ ଏହାର ଏକ ଆଲବମ ଗୀତ କରିବା ପାଇଁ । ମୁଁ କହିଲି ଯଦି କିଛି ବିବାଦ ସୃଷ୍ଟି ହେବ ତା ହେଲେ ସେମାନେ କହିଲେ କିଛି ହେବନି ଆପଣ ଗୀତ କରନ୍ତୁ । ସେ ଗୀତକୁ ଆଲବମ କରାଗଲା ।

ମୁଁ ଶେଷରେ କହିଥିଲି ଏଇଟା ଗୋଟେ କମେଡି ଗୀତ ଆଉ ଦେଖିକି ମଜା ନେବେ ଆଉ ଭୁଲିଯିବେ । ହେଲେ ଯଦି ଆପଣ ଏହି ଗୀତ ଦେଖି ଦେହକୁ ନେବେ ଆମେ କିଛି କରିପାରିବୁ ନାହିଁ । ଯେଉଁ ଯେଉଁ ଜିଲ୍ଲାରେ ମୋ ନାଁରେ ଅଭିଯୋଗ ହେଇଛି ଯେ, ଆମ ଝିଅଙ୍କର ନାଁ ନେଇ ଏ ଗୀତ ହେଇଛି । ତେବେ ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି ଯେତେବେଳେ ନବମ ଶ୍ରେଣୀ ଝିଅଟା ଛାତିକୁ ହଟ କରୁଥିଲା ସେତେବେଳେ କଣ ଆପଣଙ୍କ ଜିଲ୍ଲାରେ କେହି ନବମ ଶ୍ରେଣୀର ଝିଅ ପଢୁ ନଥିଲା ।

ଆଉ ଯେତେବେଳେ ଆମ ପ୍ରାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀକୁ କଦର୍ଥ କରାଗଲା ସେତେବେଳେ ସମୟରେ ଆପଣଙ୍କ ସଂଗଠନ କଣ ଜନ୍ମ ନେଇ ନଥିଲା । ତେଣୁ ଯଦି ଆପଣ ମାନଙ୍କୁ ମୋ ଗୀତ ପସନ୍ଦ ହେଲାନି ଆମେ ଗୀତଟିକୁ ଉଡେଇ ଦେଲୁ । ତା ପରେ ବି ଆପଣ ବି ନିଜ କଥା ରଖିବେ ତା ହେଲେ ମୁଁ ବି ରଖିବି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *