‘କିଛି ଲୋକ Kishore Bhaina ଙ୍କ ସଫଳତାକୁ ସହି ପାରିଲେନି, ସେଥିପାଇଁ ସେମାନେ ଷଡଯନ୍ତ୍ର କରି…’ ଦେଖନ୍ତୁ କଣ କହିଲେ Kishore Bhaina ଙ୍କ ଗ୍ରାହକ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରର ପ୍ରସିଦ୍ଧ କିଶୋର ଭାଇନା ଙ୍କ ମଟନ ହୋଟେଲକୁ BMC ଆସି ଭାଙ୍ଗି ଦେଇଛି । ଏହାକୁ ନେଇ ବର୍ତ୍ତମାନ ଲୋକେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ପ୍ରଥମେ ରେଡ କରିଲା ପରେ କିଶୋର ଭାଇନା ଙ୍କର ହୋଟେଲ ଖୋଲିବାର ନଥିଲା ବୋଲି କହିଛନ୍ତି ଜଣେ ଗ୍ରାହକ ସେ ଏହା ମଧ୍ୟ କହିଛନ୍ତି ଯେ କିଛି ପୃଭ ଆଣିବା ପରେ ଯଦି ସେ ହୋଟେଲ ଖୋଲିଥାନ୍ତେ ତେବେ ତାହା ଉଚିତ ହୋଇଥାନ୍ତା ।

ମାତ୍ର ଖାଲି ଯେ ଏହି ଭାଇନା ଙ୍କ ଦୋକାନ ଭଙ୍ଗା ହୋଇଛି ତାହା ବଡ କଥା ନୁହେଁ । ସମଗ୍ର ରାଜ୍ୟରେ ଏହିଭଳି ବହୁତ ଗୁଡିଏ ଓପନ ଦୋକାନ ଅଛି ତଥା ରେଷ୍ଟୁରାଣ୍ଟ ଅଛି । ସେ ସବୁ ରେ ବାସୀ ଖାଦ୍ୟ ମଧ୍ୟ ଦେଉଛନ୍ତି । କିନ୍ତୁ ଏହିଭଳି ଏହି ଦୋକାନକୁ ଭାଙ୍ଗିବା କେତେ ଦୂରେ ସଠିକ ଥିଲା ? ମାତ୍ର ଠିକ ଅଛି ଏହାକୁ ଭାଙ୍ଗିଲେ ଏକ ସ୍ଵାଗତ ଯୋଗ୍ୟ ହେଲା କିନ୍ତୁ ଏହାକୁ ଭାଙ୍ଗିବା ପୂର୍ବରୁ ଗୋଟିଏ ଥଇଥାନ ମଧ୍ୟ କରିବା ଆବଶ୍ୟକ ।

କାରଣ ସେ ଦେଢ ବର୍ଷ ପୂର୍ବ ରୁ ଏଠାରେ ଖାଇଥିଲେ । ଏବଂ ଏହା ପ୍ରାୟ 20 ବର୍ଷ ପୁରୁଣା ହୋଟେଲ ଏଠାରେ ୩୦ ରୁ ୪୦ ଜଣ କାମ କରୁଥିଲେ ବର୍ତ୍ତମାନ ଭାଙ୍ଗିଦେଲେ ତାଙ୍କର ପେଟପାଟଣା ବର୍ତ୍ତମାନ କିଏ ବୁଝିବ ? ସରକାର ତ ଏହିଭଳି ଚାକିରି ଖଣ୍ଡେ ଦେଇ ପାରୁ ନାହିଁ ତେବେ ପରୋକ୍ଷରେ ଯେଉଁ ମାନେ ଅଛନ୍ତି ପ୍ରଥମେ ତାଙ୍କର ପେଟ ପାଟଣା ବୁଝିବା କଥା ସେମାନେ ଯେଉଁ କାମ କରିଛନ୍ତି ଠିକ କାମ କରିଛନ୍ତି ଯେହେତୁ ଜଣେ ଆମ୍ଭର ଶରୀର ସହିତ ଖେଳୁଛି ମାନେ ତାହା ସବୁଠାରୁ ବଡ ଅପରାଧ ।

କିନ୍ତୁ ଯେ ହେତୁ ଏହିଭଳି ହଠାତ ଆସି ତାଙ୍କ ଦୋକାନ ଭାଙ୍ଗି ଦେଇଛନ୍ତି ତେବେ ଏହା ନିଶ୍ଚିତ ଭାବରେ ଦୁଃଖ ଦାୟକ ଅଟେ । ସେହିଭଳି ଆଉ ଏକ ଗ୍ରାହକ କହିଛନ୍ତି ଯେ ଯାହା ଆଲିଗେସନ ଲଗାଯାଇଥିଲା ରଙ୍ଗ ମିଶାଉଛନ୍ତି ବୋଲି, ଖରାପ କ୍ଵାଲିଟିର ଖାଦ୍ୟ ।

ମାତ୍ର ଆମ୍ଭେ ଏଠାକୁ ଖାଇବାକୁ ଆସିଛୁ କିନ୍ତୁ ଆମ୍ଭେ କେବେ ଏହା ଫିଲ କରିନାହୁଁ । ଟେଷ୍ଟ ଭଲ, ସବୁ ଭଲ, ମାତ୍ର ସବୁ ବର୍ଗର ଲୋକେ ଆସି ଖାଇପାରୁଥିଲେ । ବିଜନେସ ଭଲ ଚାଲିଛି କିଛି ଲୋକ ସହିନପାରି ଏଭଳି କରିଛନ୍ତି ବୋଲି ସେ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *