ମହଙ୍ଗା ହେଲା ଟ୍ରେନ ଯାତ୍ରା, ଏବେ 3 ଗୁଣା ଦେବାକୁ ହେବ ଭଡା, ଜାଣନ୍ତୁ କାହିଁକି ?

ବନ୍ଧୁଗଣ ବର୍ତ୍ତମାନ ସମଗ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଯିବାରୁ ଜନସାଧାରଣ ମାନଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି । ଗତ ଦୁଇ ମାସ ହେବ ପେଟ୍ରୋଲ ଦର ବଢିବାର ଲାଗିଛି ଓ ବର୍ତ୍ତମାନ ଓଡିଶାର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ହୋଇସାରିଛି । ଜନସାଧାରଣ ମାନେ ପେଟ୍ରୋଲ ଦର ପାଇଁ ବହୁତ ଚିନ୍ତିତ ଅଛନ୍ତି । ଏହା ବ୍ଯତୀତ ଗ୍ଯାସ ଦର ମଧ୍ୟ ବୃଦ୍ଧି ହୋଇଛି । ବନ୍ଧୁଗଣ ଏହି ସବୁ ଇନ୍ଧନର ଦର ବୃଦ୍ଧି ହେବା ସହିତ ଟ୍ରେନ ଭଡାର ଦର ମଧ୍ୟ ବୃଦ୍ଧି ହୋଇଛି ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ଟ୍ରେନ ଭଡା ଦର ବର୍ତ୍ତମାନ ୩ ଗୁଣ ଅଧିକ ବୃଦ୍ଧି ହେବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହାର ପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ ବର୍ତ୍ତମାନ ଟ୍ରେନ ଭଡା ଦର ତିନି ଗୁଣ ଅଧିକ ହେବ ଓ ପ୍ଲାଟଫର୍ମ ଟିକେଟର ଦର ହେବାକୁ ଯାଉଛି ପାଞ୍ଚ ଗୁଣ ଅଧିକ ଟଙ୍କା । ବନ୍ଧୁଗଣ ଟ୍ରେନ ଭଡା ଦର ଏହିପରି ବଢିବାରୁ ଲୋକମାନଙ୍କ ପକେଟ ଉପରେ ଏହାର ବହୁତ ପ୍ରଭାବ ପଡିବାକୁ ଯାଉଛି । କରୋନା ମହାମାରୀ ପାଇଁ ଗତ କିଛି ମାସ ହେବ ପ୍ଲାଟଫର୍ମ ଟିକେଟ ନିଆଯାଉ ନଥିଲା ହେଲେ ବର୍ତ୍ତମାନ ଦିଲ୍ଲୀରେ ଏହି ବ୍ୟବସ୍ତାକୁ ପୁଣି ଲାଗୁ କରିଛନ୍ତି କେନ୍ଦ୍ର ସରକାର ।

ପ୍ଲାଟଫର୍ମ ଟିକେଟ ଲାଗୁ ହେବା ସହିତ ଏହାକୁ ତିନି ଗୁଣ ଅଧିକ ଦର ବୃଦ୍ଧି କରାଯାଇଛି । ପୂର୍ବରୁ ବନ୍ଧୁଗଣ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୩୦ ଟଙ୍କା ଦେବାକୁ ପଡିବ । ଏହା ବ୍ଯତୀତ ମୁମ୍ବାଇରେ ପ୍ଲାଟଫର୍ମ ଟିକେଟକୁ ୫ ଗୁଣ ଅଧିକ କରାଯାଇଛି ।

ବର୍ତ୍ତମାନ ମୁମ୍ବାଇରେ ଲୋକମାନେ ୧୦ ଟଙ୍କାର ଟିକେଟକୁ ୫୦ ଟଙ୍କାରେ କିଣିବା ପାଇଁ ବାଧ୍ୟ ହେବେ । ବନ୍ଧୁଗଣ ପ୍ଲାଟଫର୍ମ ଟିକେଟର ଦରକୁ ବୃଦ୍ଧି କରାଯିବା ସହ ଟ୍ରେନ ଭଡା ଦରକୁ ମଧ୍ୟ ବୃଦ୍ଧି କରାଯାଇଛି । ଅର୍ଥାତ ଯଦି ଆପଣ ଦିଲ୍ଲୀରୁ ଗାଜିଆବାଦ ଯାତ୍ରା କରୁଛନ୍ତି ତା ହେଲେ ଆପଣଙ୍କୁ ୧୦ ଟଙ୍କା ବଦଳରେ ୩୦ ଟଙ୍କା ଅଧିକ ଦେବାକୁ ପଡିବ ।

ବନ୍ଧୁଗଣ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ସହିତ ଟ୍ରେନ ଭଡା ଦର ମଧ୍ୟ ବୃଦ୍ଧି ହୋଇଯାଇଛି । ସାଧାରଣତଃ ଏହି ସମସ୍ତ ଜିନିଷର ଦର ବୃଦ୍ଧି ହେବା ଫଳରେ ଜନସାଧାରଣ ମାନଙ୍କୁ ଆଗାମୀ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହି ଖବର ପାଇଁ କେତେକ ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଅନ୍ୟ କେତେକ ଲୋକ ରାଜସ୍ୱ ବୃଦ୍ଧି ହେବା କାରଣରୁ ବହୁତ ଖୁସି ହୋଇଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଖବର ପାଇଁ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *