ସବ୍ୟ (Sabyasachi) ଦେଖାଇଲେ ମହାନତା, ସାହାର୍ଯ୍ୟ କରିବା ପାଇଁ ଉଠି ଆସିଲେ ବାହା ବେଦୀରୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ । ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି ।

ସେହିପରି ଏକ ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ଯୋଡି । ଏହି ଯୋଡି ଅନେକ ବର୍ଷ ହେବ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇ ଆସୁଥିଲେ । କିନ୍ତୁ ଖୁବ ନିକଟ ରେ ଏମାନେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ବନ୍ଧୁଗଣ ତାଙ୍କ ବିବାହ ସମୟ ରେ ଏକ ଅଦ୍ଭୁତ ଘଟଣା ଘଟିଥିଲା । ଆସନ୍ତୁ ଜାଣିବା ତାଙ୍କ ବିବାହ ସମୟ ରେ କଣ ହୋଇଥିଲା ।

ବନ୍ଧୁଗଣ ଓଲିଉଡ ର ଚର୍ଚ୍ଚିତ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଙ୍କ ବିବାହ ଵିଷୟ ରେ ତ ଆପଣ ଶୁଣି ଥିବେ । ପ୍ରଥମେ ପ୍ରଥମେ ଏହାକୁ ଅନେକ ଲୋକ ବିଶ୍ୱାସ କରି ନ ଥିଲେ କିନ୍ତୁ ପରେ ପରେ ଲୋକ ଏହାକୁ ବିଶ୍ୱାସ କରିଥିଲେ । ବନ୍ଧୁଗଣ ତାଙ୍କ ବିବାହ ସମୟ ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ସାହାଯ୍ୟ କରିବା ପାଇଁ ସବ୍ୟସାଚୀ ସବୁବେଳେ ଆଗରେ ରହିଥାନ୍ତି ।

କାରୋନା ମହାମାରୀ ସମୟ ରେ ସେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । କାରୋନା ମହାମାରୀ ସମୟ ରେ ସେ ଅନେକ ଲୋକ ଙ୍କୁ ନିଜ ଘରକୁ ଫେରାଇ ଆଣି ପାରିଥିଲେ । ବର୍ତ୍ତମାନ ସମୟ ରେ ଓଡିଶା ର ଏକ ଶିଶୁ ଯାହାର ନାମ ହେଉଛି ଦୀପକ । ଦୀପକ ର ଅବସ୍ଥା ଦେଖିଲେ ଆପଣଂକୁ ମଧ୍ୟ ବହୁତ ଦୁଃଖ ଲାଗିବ । କାରଣ ତାର ମୁଣ୍ଡ ସହିତ ଆଉଏକ ମୁଣ୍ଡ ସଦୃଶ ଆବୁ ମୁଣ୍ଡ ର ପଛ ଭାଗ ରେ ବାହାରିଛି ।

ଏହି ଫଟୋ ଟି ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହେଉଥିଲା । ଦୀପକ ଙ୍କ ପିତାଙ୍କ ର ବହୁତ ଆର୍ଥିକ ସମସ୍ୟା ରହିଥିବା ରୁ ସେ ତାହାର ଅ-ସ୍ତ୍ରୋ-ପ-ଚା-ର କରିପାରୁ ନ ଥିଲେ । ସେଥିପାଇଁ ଅନେକ ଲୋକ ସୋସିଆଲ ମିଡ଼ିଆ ରେ ସବ୍ୟସାଚୀ ଙ୍କୁ ଟ୍ୟାଗ କରି ଫଟୋ ଛାଡିଥିଲେ । କିନ୍ତୁ ବିବାହ କାମ ରେ ବ୍ୟସ୍ତ ଥିବା ସତ୍ତ୍ଵେ ମଧ୍ୟ ସେ ଏହାର ଉତ୍ତର ଦେଇଥିଲେ ।

ବର୍ତ୍ତମାନ ସବ୍ୟସାଚୀ ତାଙ୍କୁ ଏମ୍ସ ମେଡ଼ିକାଲ କୁ ଅ-ସ୍ତ୍ରୋ-ପ-ଚା-ର ପାଇଁ ପଠାଇଛନ୍ତି । ତାଙ୍କର ଏହି କାମ କୁ ବହୁତ ଲୋକ ପସନ୍ଦ କରିଛନ୍ତି ଓ ତାଙ୍କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଛନ୍ତି । ରାଜସ୍ଥାନ ରେ ବିବାହ କରୁଥିବା ସମୟ ରେ ମଧ୍ୟ ସେ ଓଡିଶା ରେ ସାହାଯ୍ୟ କରିବା ପାଇଁ ଭୁଲି ନାହାନ୍ତି । କାରୋନା ମହାମାରି ସମୟ ରେ ମଧ୍ୟ ତାଙ୍କର କାର୍ଯ୍ୟ କୁ ସମସ୍ତ ଲୋକ ପସନ୍ଦ କରିଥିଲେ । ବାସ୍ତବ ରେ ସବ୍ୟସାଚୀ କେବଳ ରିଲ ହିରୋ ନୁହଁନ୍ତି ସେ ହିଁ ହେଉଛନ୍ତି ପ୍ରକୃତ ହିରୋ ।

ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *