Jyotish Shastra- 2021 ମାର୍ଚ୍ଚ ମାସରେ ଏହି 1 ରାଶିରେ ହେବ ଧନର ବର୍ଷା, ମା’ ଲକ୍ଷ୍ମୀ ଙ୍କ କୃପାରୁ ସବୁ କାର୍ଯ୍ୟରେ ମିଳିବ ସଫଳତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଶିଚକ୍ର ର କୁମ୍ଭ ରାଶି ର ରାଶିଫଳ ସମ୍ବନ୍ଧରେ କହିବୁ। ଏହି ରାଶିଫଳ ରେ ସେମାନଙ୍କ ଆର୍ଥିକ ସ୍ଥିତି, ଦାମ୍ପତ୍ୟ ଜୀବନ, ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥିତି,ସନ୍ତାନ ମାନଙ୍କ ସ୍ଥିତି, ସ୍ୱାସ୍ଥ୍ୟ, କ୍ୟାରିଅର ଆଦି ସମ୍ବନ୍ଧରେ ଆପଣ ମାନଙ୍କୁ ଅଵଗତ କରାଇବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ପ୍ରଥମେ ଆସନ୍ତୁ ଜାଣିବା ଏଭଳି ୨ଟି ମୁଖ୍ୟ ଘଟଣା ସମ୍ବନ୍ଧରେ ଯାହା ଫେବୃଆରୀ ମାସରେ ଏହି ରାଶି ମାନଙ୍କ ସହିତ ଘଟିଛି।

ପ୍ରଥମତଃ, ଏହି ଫେବୃଆରୀ ମାସରେ ଆପଣଙ୍କ ଭାଗ୍ୟ ରେ ସରକାରୀ ଦଣ୍ଡ ର ଯୋଗ ରହିଥିଲା। ହୁଏତ ଆପଣଙ୍କ ଚାଲାଣ କଟିଥିବ ଅଥବା ଆପଣ କୌଣସି ସରକାରୀ କ୍ଷେତ୍ରରେ ଫାଇନ୍ ଭରି ଥିବେ। ଦ୍ଵିତୀୟତଃ, ଏହି ରାଶିର ବ୍ୟକ୍ତି ଙ୍କୁ ଅଚାନକ ହସ୍ପିଟାଲ ର ଚକ୍କର କାଟିବାକୁ ପଡ଼ିଥିବ। ପରିବାର ହେଉ ଅଥବା ମିତ୍ର ଙ୍କ ପାଇଁ ହେଉ କୌଣସି କ୍ଷେତ୍ରରେ ଆପଣଙ୍କୁ ବାରମ୍ବାର ହସ୍ପିଟାଲ ଯିବାକୁ ପଡ଼ିଥିବ। ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆସନ୍ତା ମାର୍ଚ୍ଚ ମାସରେ ଏହି ରାଶି ମାନଙ୍କ ଜୀବନ ରେ କଣ ସବୁ ଘଟିବାକୁ ଯାଉଛି।

ଏହି ରାଶିର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯଦି କହିବା ତେବେ, ଏମାନଙ୍କ ଲଗ୍ନ ରେ ଚନ୍ଦ୍ରମା, ସୂର୍ଯ୍ୟ ଏବଂ ବୁଧ ଙ୍କ ସ୍ଥିତି ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିବ। ଆପଣଙ୍କୁ କୌଣସି ଆଲର୍ଜି ଜନିତ ସମସ୍ୟା ର ସାମ୍ନା କରିବାକୁ ପଡ଼ିବ। ଏଥିପାଇଁ ଡାକ୍ତର ଙ୍କ ପରାମର୍ଶ ନେବେ। ଏହା ସହିତ ଆପଣ ଛୋଟ ଛୋଟ କଥାରେ କ୍ରୋଧିତ ଏବଂ ଚିଡ଼ଚିଡ଼ ହେବେ।ଆପଣଙ୍କ ସ୍ୱାସ୍ଥ୍ୟ ରେ ଏହି ସ୍ଥିତି ମାର୍ଚ୍ଚ ୨ ତାରିଖ ରୁ ନେଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରହିବ।

ଏହି ରାଶି ମାନଙ୍କ ଆର୍ଥିକ ସ୍ଥିତି ସମ୍ବନ୍ଧରେ ଯଦି କହିବା ତେବେ, ମାର୍ଚ୍ଚ ମାସରେ ଏମାନଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଏମାନଙ୍କ ଅଟକି ରହି ଯାଇଥିବା ଧନ ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଧନର ଉପଯୋଗ କରିବେ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ଏହି ରାଶି ମାନଙ୍କ ପାରିବାରିକ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ, ପାରିବାରିକ ତଥା ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏମାନଙ୍କ ପରିବାରରେ କୌଣସି ଫଁକ୍ସନ ହୋଇପାରେ ଏବଂ ସେଥିରେ ସପରିବାର ଯୋଗ ଦେବେ। ଏହି ଅବସର ରେ ସମସ୍ତେ ଆନନ୍ଦିତ ହେବେ। ହସଖୁସିରେ ସମୟ ବିତିବ। ତେଣୁ ଏହି ଶୁଭ ଅବସର କୁ ଆପଣ ଆଦୋୖ ହାତଛଡା କରନ୍ତୁ ନାହିଁ। ଏହା ସହିତ ମିତ୍ର ଙ୍କ ସହିତ ଭଲ ସଂପର୍କ ସ୍ଥାପନ ହେବ। କୌଣସି ପୁରୁଣା ମିତ୍ର ଙ୍କ ସହିତ ସାକ୍ଷାତ ହେବ। ଏହା ସହିତ ଯଦି କୌଣସି ମିତ୍ର ଙ୍କ ସହିତ ଆପଣଙ୍କ ମତଭେଦ ରହିଛି ତାହା ଦୁର ହେବ।ସମ୍ପର୍କରେ ପୂର୍ବ ଭଳି ମଧୁରତା ସୃଷ୍ଟି ହେବ।

ଏହି ରାଶିର ସନ୍ତାନ ମାନଙ୍କ ସ୍ଥିତି ସମ୍ବନ୍ଧରେ ଯଦି କହିବା ତେବେ, କୌଣସି ନବ ବିବାହିତା ଯୋଡ଼ି ଙ୍କ ସନ୍ତାନ କ୍ଷେତ୍ରରେ ରାହୁ ବାଧା ସୃଷ୍ଟି କରି ପାରନ୍ତି। ଏହା ସହିତ ଯଦି କୌଣସି ବ୍ୟକ୍ତି ଙ୍କ ସନ୍ତାନ କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ମଧ୍ୟ ରାହୁ ବିଭିନ୍ନ ସମସ୍ୟା ସୃଷ୍ଟି କରିବେ। ତେଣୁ ଏଥିପାଇଁ ଦ୍ଵିତୀୟ ଥର ପ୍ରୟାସ କରନ୍ତୁ ଅବଶ୍ୟ ସଫଳତା ହାସଲ କରିବେ।

ଏହି ରାଶି ମାନଙ୍କ କ୍ୟାରିଅର ସମ୍ବନ୍ଧରେ ଯଦି କହିବା ତେବେ, ଯେଉଁମାନେ ବ୍ୟାପର କ୍ଷେତ୍ରରେ ଅଛନ୍ତି ସେମାନେ ବ୍ୟାପର କ୍ଷେତ୍ରରେ ଅବଶ୍ୟ ସଫଳତା ହାସଲ କରିବେ। ଏହି ରାଶିର ବ୍ୟକ୍ତି ଙ୍କୁ ବ୍ୟବସାୟ ରେ ଅପାର ଲାଭ ମିଳିବ। କିନ୍ତୁ ବ୍ୟବସାୟ ରେ କ୍ଷତି ରୁ ବଞ୍ଚିବା ପାଇଁ ଭାବିଚିନ୍ତି ବ୍ୟାପାର କରନ୍ତୁ। ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ପଦୋନ୍ନତି ହାସଲ ହେବ। ସରକାରୀ ଚାକିରୀ ପାଇବାର ମଧ୍ୟ ସମ୍ଭାବନା ରହିଛି।

ଏହି ରାଶିର ବ୍ୟକ୍ତି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରିବେ। କିନ୍ତୁ ଏଥିପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେବେ। ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମ ବଳରେ ସଫଳତା ହାସଲ କରିବେ। ସଂକ୍ଷେପରେ କହିବାକୁ ଗଲେ ଏହି ରାଶିର ବ୍ୟକ୍ତି ଙ୍କୁ ସଫଳତା ଅବଶ୍ୟ ମିଳିବ। କିନ୍ତୁ ଏଥିପାଇଁ କଠିନ ପରିଶ୍ରମ ର ଆବଶ୍ୟକତା ରହିଛି।ତେବେ ବନ୍ଧୁଗଣ ଯେଉଁ ରାଶି ସମ୍ବନ୍ଧରେ ଆମେ ଆପଣ ମାନଙ୍କୁ କହିଲୁ, ସେହି ରାଶି ଟି ହେଉଛି କୁମ୍ଭ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *