ବୈଜ୍ଞାନିକ ମାନେ ପ୍ରମାଣ କଲେ ମହାଭାରତ କାଳ୍ପନିକ ନଥିଲା ସତ ଥିଲା ! ଦେଖନ୍ତୁ ମହାଭାରତ ର 6 ଟି ଜୀବନ୍ତ ପ୍ରମାଣ

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁ ଧର୍ମ ର ସବୁଠାରୁ ବଡ଼ ଧର୍ମ ଗ୍ରନ୍ଥ ହେଉଛି ମହାଭାରତ । ତେବେ ମହାଭାରତ ରେ ଶ୍ରୀକୃଷ୍ଣ ଙ୍କ ବାଣୀ ତଥା କୌରବ ଏବଂ ପାଣ୍ଡଵ ଙ୍କ ଯୁଦ୍ଧ ସହିତ ଧର୍ମ ର ଜୟ ଏବଂ ଅଧର୍ମ ର ବିନାଶ ବିଷୟରେ ବର୍ଣ୍ଣନା କରାଯାଇଛି କିନ୍ତୁ କିଛି ଲୋକ ଏହି ଧର୍ମ ଗ୍ରନ୍ଥ କୁ କାଳ୍ପନିକ ବୋଲି କୁହନ୍ତି ଏବଂ ଏହା କେବଳ ସମାଜକୁ ସୁଧାରିବାର ଏକ ପ୍ରୟାସ ବୋଲି କୁହନ୍ତି ।

କିନ୍ତୁ ବୈଜ୍ଞାନିକ ମାନେ କିଛି ଏପରି ଜିନିଷ କୁ ଉଦ୍ଧାର କରିଛନ୍ତି ଯାହାକୁ ଜାଣିବା ପରେ କିମ୍ବା ଦେଖିବା ପରେ ଆପଣ ମଧ୍ୟ ମହାଭାରତ ଉପରେ ନିଶ୍ଚିତ ବିଶ୍ୱାସ କରିବେ ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ବିଷୟରେ ।

୧ ପ୍ରଥମ ରେ ହେଉଛି କୁରୁକ୍ଷେତ୍ର । ତେବେ ମହାଭାରତ ଯୁଦ୍ଧ ହୋଇଥିବା କୁରୁ କ୍ଷେତ୍ର ଆଜି ମଧ୍ୟ ଏହି କୁରୁକ୍ଷେତ୍ର ହରିୟାଣା ରେ ଅବସ୍ଥିତ । ତେବେ କୁହାଯାଏ କି ଏହି ଯୁଦ୍ଧ ରେ ଅନେକ ଲୋକ ଙ୍କ ମୃତ୍ୟୁ ହୋଇଥିଲା ଏବଂ ସେଠାକାର ମାଟି ରକ୍ତ ରେ ନାଲି ହୋଇଯାଇ ଥିଲା । ତେବେ ଆଜି ମଧ୍ୟ ବୈଜ୍ଞାନିକ ମାନେ ପରୀକ୍ଷା କଲେ ସେଠାକାର ମାଟିରେ ରକ୍ତ ର ଅଂଶ ଏବଂ କିଛି ଅସ୍ତ ଶସ୍ତ୍ର ମଧ୍ୟ ମିଳିଛି ।

୨ଦ୍ଵିତୀୟ ରେ ଦ୍ୱାରକା ନଗରୀ । ତେବେ ଏଠାରେ ଶ୍ରୀକୃଷ୍ଣ ବାସ କରୁଥିଲେ କିନ୍ତୁ ଗାନ୍ଧାରୀ ଙ୍କ ଅଭିଶାପ ଯୋଗୁଁ ଏହି ଦ୍ୱାରକା ନଗରୀ ପାଣିରେ ମିଶି ଯାଇଥିଲା । ତେବେ କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମାନଙ୍କୁ ଆରବ ସାଗର ଭିତରେ ଏକ ନଗରୀ ମିଳିଥିଲା ଏବଂ ତାହା ବହୁତ ବର୍ଷ ପୁରୁଣା ଏବଂ କିଛି ପୁରୁଣା ମୂର୍ତ୍ତି ଏବଂ ବାସନ ମଧ୍ୟ ମିଳିଥିଲା ।

୩ ତୃତୀୟ ରେ ହେଉଛି ବାଘପତ ଜିଲ୍ଲାର ପ୍ରମାଣ । ତେବେ ଏହା ହେଉଛି ସେହି ଗାଁ ଯାହାକି ପାଣ୍ଡଵ ଙ୍କ ପାଇଁ କୌରବ ଙ୍କୁ ଠାରୁ ମାଗିଥିବା ପାଞ୍ଚ ଟି ଗାଁ ରୁ ଗୋଟିଏ । ତେବେ ବର୍ତ୍ତମାନ ଏହାର ଅବସ୍ଥିତି ଏବଂ ଏଠାରେ ପୁରୁଣା ମୂର୍ତ୍ତି ଅସ୍ତ ଶସ୍ତ୍ର ଏବଂ ରଥ ସହ କିଛି କଙ୍କାଳ ମଧ୍ୟ ମିଳିଛି ।

୪ ଚତୁର୍ଥ ରେ ହେଉଛି ଚକ୍ରବ୍ୟହୁ । ତେବେ ପୁରାଣ ଅନୁସାରେ ଯେତେବେଳେ ପାଣ୍ଡଵ ଙ୍କୁ ଅଜ୍ଞାତ ବାସ କରିବାକୁ ପଡିଥିଲା ସେତେବେଳେ ଅର୍ଜୁନ ସେହି ସ୍ଥାନରେ ରହି ଚକ୍ରବ୍ୟୁହ ରେ ଯିବା ଏବଂ ଆସିବା ର ପ୍ରୟାସ କରୁଥିଲେ ତେବେ ଏହି ଚକ୍ରବ୍ୟୁହ ପଥର ହିମାଚଳ ପ୍ରଦେଶ ରେ ଆଜି ବି ଦେଖିବାକୁ ମିଳିଛି ।

୫ ପଞ୍ଚମ ରେ ହେଉଛି ପରମାଣୁ ବମ । ତେବେ କୁହାଯାଉଛି କି ମହାଭାରତ ର ବ୍ରହ୍ମାସ୍ତ୍ର ଆଜି ଯୁଗରେ ତାହା ପରମାଣୁ ଵମ ତେବେ ଯେପରି ବ୍ରହ୍ମାସ୍ତ୍ର ପୁରା ବିଶ୍ଵ କୁ ଧ୍ୱଂସ କରି ପାରିବ ସେହି ପରି ପରମାଣୁ ବମ ମଧ୍ୟ ପୁରା ବିଶ୍ଵ କୁ ନଷ୍ଟ କରି ପାରିବ ।

Leave a Reply

Your email address will not be published. Required fields are marked *