ଦୀର୍ଘ 599 ବର୍ଷ ପରେ ମହାଶିବରାତ୍ରି ଦିନ ବନୁଛି ମହାସଂଯୋଗ, କରନ୍ତୁ କେବଳ ଏହି ଗୋଟିଏ ଉପାୟ ସବୁ ମନସ୍କାମନା ପୁରୁଣ ହେବ- Shivratri Special

ବନ୍ଧୁଗଣ ମହାଶିବରାତ୍ରି ହେଉଛି ଏକ ପବିତ୍ର ପର୍ବ । ଏହି ମହାଶିବରାତ୍ରି ବା ଜାଗର ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦସୀ ତିଥିରେ ପାଳନ କରାଯାଇଥାଏ । ବନ୍ଧୁଗଣ ଏହି ବର୍ଷ ମହାଶିବରାତ୍ରି ୧୧ ମାର୍ଚ୍ଚ ଗୁରୁବାର ଦିନ ପାଳନ କରାଯିବ । ପୌରାଣିକ ଶାସ୍ତ୍ର ଅନୁଯାଇ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦସୀରେ ଭଗବାନ ଶିବ ଓ ମା ପାର୍ବତୀଙ୍କର ବିବାହ ହୋଇଥିଲା । ବନ୍ଧୁଗଣ ଏହି କାରଣ ପାଇଁ ମହାଶିବରାତ୍ରିକୁ ଏକ ପବିତ୍ର ପର୍ବ ବୋଲି ମାନା ଯାଇଥାଏ ।

ବନ୍ଧୁଗଣ ଏହି ଦିନରେ ସାଧାରଣତଃ ବହୁତ ଲୋକ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଓ ପୂଜା ଆଦି କରିଥାନ୍ତି । ହେଲେ ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ମାନ୍ୟତା ଅଛି ଯେ, ଯଦି ଆପଣ କିଛି ଉପାୟରେ ଶିବଙ୍କ ପୂଜା କରିବେ ତା ହେଲେ ଆପଣଙ୍କ ସମସ୍ତ ମନୋକାମନା ନିଶ୍ଚୟ ପୂରଣ ହେବ । ଆଜିଆମେ ଆପଣ ମାନଙ୍କୁ ଏହି ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ପବିତ୍ର ଶିବରାତ୍ରି ଦିନ ଆପଣ ସଖାଳ ସମୟରେ ଶୀଘ୍ର ଉଠି ସ୍ନାନ କରିଦିଅନ୍ତୁ । ଏହି ଦିନରେ ଆପଣ ପୂଜା କରିବା ପାଇଁ ଏକ ଥାଳି ନେବେ ଓ ସେହି ଥାଳିରେ ଯେକୌଣସି ପାଞ୍ଚ ପ୍ରକାରର ଫଳ ନିଅନ୍ତୁ । ଏହା ସହିତ ଭଗବାନ ଶିବଙ୍କୁ ଫୁଲ ଚଢାଇବା ପାଇଁ ଆପଣ କିଛି ଫୁଲ ହାର ନିଶ୍ଚୟ ନିଅନ୍ତୁ । ଏହା ସହିତ ଆପଣ ଭଗବାନ ଶିବଙ୍କର ପ୍ରିୟ ଦୁଦୁରା ଫୁଲ ଓ ବେଲ ପତ୍ର ନିଶ୍ଚୟ ନିଅନ୍ତୁ ।

ହେଲେ ବନ୍ଧୁଗଣ ଆପଣ ବେଲ ପତ୍ରକୁ ପାଞ୍ଚଟି କିମ୍ବା ସାତଟି କିମ୍ବା ୧୧ଟି ନେଇ ପାରିବେ । ଏହା ବ୍ଯତୀତ ଆପଣ ଏକ ନାଲି କପଡା ନିଶ୍ଚୟ ନିଅନ୍ତୁ । ଏହାପରେ ବନ୍ଧୁଗଣ ଭୋଗ ଚଢାଇବା ପାଇଁ ଆପଣ କିଛି ଲଡୁ ଓ କ୍ଷୀର ନିଶ୍ଚୟ ନିଅନ୍ତୁ । ବନ୍ଧୁଗଣ ଶେଷରେ ଆପଣ ଏକ ଥାଳି ନିଅନ୍ତୁ ଓ ସେଥିରେ ଏକ ଛୋଟ ଶିବ ଲୀଙ୍ଗ ରଖନ୍ତୁ ।

ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ସେହି ଛୋଟ ଶିବ ଲୀଙ୍ଗରେ ଜଳ ଚଢାନତୁ । ଏହାପରେ ବନ୍ଧୁଗଣ ଆପଣ ପଞ୍ଚା ଅମୃତରେ ଭଗବାନ ଶିବଙ୍କର ସ୍ନାନ କରାଇବେ । ଏହାପରେ ଆପଣ ଗଙ୍ଗା ଜଳ ମିଶ୍ରିତ ପାଣିରେ ପୁଣି ଥରେ ଭଗବାନ ଶିବଙ୍କୁ ସ୍ନାନ କରାଇ ଦେବେ । ସ୍ନାନ କରାଇବା ପରେ ଆପଣ ଶିବ ଲୀଙ୍ଗଏ ଚନ୍ଦନ ଲଗାଇ ଦିଅନ୍ତୁ । ଏହାପରେ ଆପଣ ତିନ୍ତୋ ପତ୍ର ଥିବା ବେଲ ପତ୍ର ଶିବ ଲୀଙ୍ଗରେ ଚଢାନ୍ତୁ । ବନ୍ଧୁଗଣ ପୂଜା କରିବା ସମୟରେ ଆପଣ ‘ଓଁ ନମଃ ଶିବାୟ’ ମନ୍ତ୍ରର ଜପ ନିଶ୍ଚୟ କରୁଥିବେ । ଏହାପରେ ବନ୍ଧୁଗଣ ଆପଣ ଦୁଦୁରା ଫୁଲ ଓ ଅନ୍ୟାନ୍ୟ ଫୁଲ ମାଳା ଆଦି ଶିବ ଲୀଙ୍ଗରେ ଚଢାଇବେ ।

ଏହାପରେ ବନ୍ଧୁଗଣ ଆପଣ ସେହି ପାଞ୍ଚ ପ୍ରକାରର ଫଳକୁ ଶିବ ଲୀଙ୍ଗରେ ଚଢାଇ ଦେବେ । ବନ୍ଧୁଗଣ ଶେଷରେ ଆପଣ ଭଗବାନ ଶିବଙ୍କ ସମ୍ମୁଖରେ ଧୂପ ଓ ଅଗରବତୀ ଜଳାଇ ନିଜ ମନୋସ୍କାମନା ବିଷୟରେ ନିଶ୍ଚୟ ଜଣାଇବେ । ବନ୍ଧୁଗଣ ଏହି ଆସୁଥିବା ମହାଶିବରାତ୍ରି ଦିନ ଆପଣ ଏହି ଉପାୟ କରି ଦେଖନ୍ତୁ ଦେଖିବେ ଆପଣଙ୍କ ସମସ୍ତ ମନୋସ୍କାମନା ନିଶ୍ଚୟ ପୂରଣ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *