Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମରିଗଲେ ବି ଘରେ ଏମିତି ଫଟୋ ଲଗାନ୍ତୁ ନାହିଁ, ମାଡି ଆସେ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆମ ଚାରି ପାଖରେ ଯେତିକି ସକାରାତ୍ମକ ଶକ୍ତି ଥାଏ ଆମ ମନକୁ ସେତିକି ଶାନ୍ତି ମିଳିଥାଏ । ବନ୍ଧୁଗଣ ଆମ ଘରେ ଥିବା ସମସ୍ତ ବସ୍ତୁର ଆମ ଉପରେ ଉଭୟ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆମ ଘରେ ଏମିତି ଭିନ୍ନ ଭିନ୍ନ ଫଟୋ ଚିତ୍ର ଲଗାଯାଇଥାଏ ହେଲେ ଆମେ ସେହି ସମସ୍ତ ଫଟୋ ଗୁଡିକର ମହତ୍ଵ ଜାଣିନଥାଉ । ଯାହାର ଖରାପ ପ୍ରଭାବ ଆମକୁ ବେଳେବେଳେ ଭୋଗିବାକୁ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଯେଉଁ ବସ୍ତୁକୁ ସବୁବେଳେ ଦେଖିଥାଉ ସେହି ବସ୍ତୁ ଆମ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ଫଟୋ ବିଷୟରେ କହିବାକୁ ଯାଉଛୁ । କିଛି ଫଟୋ ଲଗାଇବା ଉଚିତ ଓ ଅନୁଚିତ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଫଟୋ  ବିଷୟରେ ।


୧. ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆପଣଙ୍କ କାମରେ ସଫଳତା ମିଳୁ ନାହିଁ ତା ହେଲେ ଆପଣ ନିଜ ଅଫିସ କିମ୍ବା ନିଜ ଦୋକାନର ପୂର୍ବ ଦିଗରେ ଘୋଡା ଦୌଡୁ ଥିବାର ଏକ ଫଟୋ ଲାଗାଇ ଦିଅନ୍ତୁ । ଫଟୋରେ ଥିବା ଘୋଡା ଧଳା ହୋଇଥିବା ଉଚିତ । ବନ୍ଧୁଗଣ ଏହି ଘୋଡା ଆପଣଙ୍କୁ ସବୁବେଳେ ଆଗକୁ ବଢିବାର ଶକ୍ତି ପ୍ରଦାନ କରିବ । କାରଣ ଏହି ଘୋଡା ଇନ୍ଦ୍ରଙ୍କୁ ଦର୍ଶାଇ ଥାଏ ।

୨. ବନ୍ଧୁଗଣ ଗର୍ଭବତୀ ମହିଳା ମାନଙ୍କ ପାଇଁ ସୁନ୍ଦର ବିଚାର, ଭଲ ବାତାବରଣ ଓ ମନ ପ୍ରସନ୍ନ ରହିବା ଅତି ଆବଶ୍ୟକ ହୋଇଥାଏ । ତେଣୁ ବନ୍ଧୁଗଣ ସେମାନଙ୍କ ରୁମରେ ମାତା ଯଶୋଦାଙ୍କ ସହ କୃଷ୍ଣଙ୍କ ଫଟୋ କିମ୍ବା ଲହୁଣୀ ଖାଉଥିବା କୃଷ୍ଣଙ୍କ ଫଟୋ ଲଗାଇବା ଉଚିତ । କାରଣ ଏହା ମାତା ଓ ଶିଶୁ ଦୁଇଜଣଙ୍କ ପାଇଁ ଲାଭଦାୟକ ଅଟେ ।

୩. ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ମହାଭାରତ ଗ୍ରନ୍ଥ ଘରେ ରଖାଯାଇନଥାଏ ଓ ଘରେ ପଢା ମଧ୍ୟ ଯାଇନଥାଏ । ତେଣୁ ମହାଭାରତ ସହ ଜଡିତ କୌଣସି ଫଟୋକୁ ଘରେ ଲଗାନ୍ତୁ ନାହିଁ । କିମ୍ବା ଘରେ କୌଣସି ଯୁଦ୍ଧର ଫଟୋ ମଧ୍ୟ ଲଗାନ୍ତୁ ନାହିଁ । ଏହା ଘରର ଶାନ୍ତ ବାତାବରଣ ପାଇଁ ଉଚିତ ହୋଇନଥାଏ । ତେଣୁ ବନ୍ଧୁଗଣ ଏହି ପରିକା ଫଟୋ ଘରେ ଲଗାନ୍ତୁ ନାହିଁ ।

୪. ବନ୍ଧୁଗଣ ବହି ଯାଉଥିବା ପଣି ବା ଝରଣାର ଫଟୋକୁ ମଧ୍ୟ ଘରେ ଲଗାନ୍ତୁ ନାହିଁ । ଏହି ଫଟୋ ଗୁଡିକୁ ଲଗାଇବା ଦ୍ଵାରା ଆପଣଙ୍କ ଟଙ୍କା ମଧ୍ୟ ପାଣି ପରି ବହି ଚାଲିବ ।

୫. ବନ୍ଧୁଗଣ ଘରେ କୌଣସି କାନ୍ଦୁଥିବା ବ୍ୟକ୍ତି, ଶିଶୁ କିମ୍ବା ମହିଳା ଆଦିଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହି ଫଟୋ ଲଗାଇବା ଦ୍ଵାରା ଘରେ ଦୁଃଖ ଓ ଅଶାନ୍ତି ଉତ୍ପନ୍ନ ହୋଇଥାଏ । ତା ହେଲେ ବନ୍ଧୁଗଣ ଏହି ସବୁ ଫଟୋକୁ ଭୁଲ ସେ ମଧ୍ୟ ନିଜ ଘର ମଧ୍ୟରେ ଲଗାନ୍ତୁ ନାହିଁ କାରଣ ଏହି ଫଟୋ ଲଗାଇବା ଦ୍ଵାରା ଆପଣଙ୍କ ଘର ଧ୍ଵଂସ ହୋଇପାରେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *