ମହାଶିବରାତ୍ରି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି ଭୁଲ, ରାଗି ଯାଆନ୍ତି ମହାଦେବ, ମାଡି ଆସେ ସଙ୍କଟ- Maha Shivratri Special

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମହଦେବ ଙ୍କ ଉତ୍ସବ ମହାଶିବରାତ୍ରି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ପ୍ରାଚୀନ ପୁରାଣ ଅନୁସାରେ ମହାଶିବରାତ୍ରି ଦିନ ମଧ୍ୟ ରାତ୍ରିରେ ମହାଦେବ ସ୍ୱୟଂ ଲିଙ୍ଗ ଉପରେ ପ୍ରକଟ ହୋଇଥିଲେ।ଏହାଦ୍ବାରା ସମସ୍ତ ବ୍ରହ୍ମାଣ୍ଡ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହା ମହଦେବ ଙ୍କ ନିରାକାର ରୂପରୁ ସାକାର ରୂପ ଥିଲା। ପ୍ରଥମ ଥର ପାଇଁ ଶିବ ଲିଙ୍ଗ ର ପୂଜା ଭଗବାନ ବିଷ୍ଣୁ ଏବଂ ବ୍ରହ୍ମଦେବ କରିଥିଲେ।ହିନ୍ଦୁ ଧର୍ମରେ ପ୍ରାୟତଃ ବ୍ୟକ୍ତି ଏହି ମହାଶିବରାତ୍ରି ରେ ଉପବାସ ତଥା ବ୍ରତ କରନ୍ତି। ଏହାଦ୍ବାରା ମହଦେବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି।

ମହାଦେବ ନିଜ ଭକ୍ତ ଙ୍କ ଉପରେ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୁଅନ୍ତି। ରୁଷ୍ଟ ହେବା ସତ୍ତ୍ୱେ ମହାଦେବ ନିଜ ଭକ୍ତ ଙ୍କୁ କୌଣସି କଷ୍ଟ ପହଞ୍ଚାନ୍ତି ନାହିଁ। କିନ୍ତୁ ଭକ୍ତ ର ଏହା କର୍ତ୍ତବ୍ୟ ରହିଛି ଯେ ସେ ଏପରି କୌଣସି କାର୍ଯ୍ୟ ନକରୁ ଯାହାଦ୍ୱାରା ମହାଦେବ ରୁଷ୍ଟ ହେବେ। ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୭ଟି ଜିନିଷ ରହିଛି ଯାହା ମହାଦେବ ଙ୍କ ପୂଜା ରେ ବ୍ୟବହାର କରିବା ଆଦୋୖ ଉଚିତ ନୁହେଁ। ଏହାଦ୍ବାରା ମହାଦେବ କ୍ରୋଧିତ ହୋଇଥାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ଶଙ୍ଖ’। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଶଙ୍ଖଚୁଡ଼ ନାମକ ଦୈତ୍ୟ ର ଅତ୍ୟାଚାର ରେ ସମସ୍ତ ଦେବୀ ଦେବତା ଅସୁବିଧା ରେ ଥିଲେ। ମହାଦେବ ହିଁ ନିଜର ତ୍ରିଶୂଳ ରେ ହିଁ ଶଙ୍ଖଚୁଡ଼ ର ଅନ୍ତ କରିଥିଲେ। ଏହା ମାନା ଯାଏ କି, ଶଙ୍ଖଚୁଡ଼ ର ଭସ୍ମ ରୁ ହିଁ ଶଙ୍ଖ ର ଉତ୍ପତ୍ତି ହୋଇଛି। ତେଣୁ କେବେବି ମହାଦେବ ଙ୍କ ପୂଜା ରେ ଶଙ୍ଖ ର ବ୍ୟବହାର କରନ୍ତୁ ନାହିଁ ଏବଂ ଶଙ୍ଖ ଦ୍ଵାରା ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘କେତକୀ ଫୁଲ’। ପୁରାଣ ଅନୁସାରେ କେତକୀ ଫୁଲ ଭଗବାନ ଶିବ ଙ୍କୁ ମିଥ୍ୟା କହିଥିଲେ। ଯାହାଦ୍ୱାରା ମହାଦେବ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ, ଶିବ ଲିଙ୍ଗ ର ପୂଜା ରେ କେତକୀ ଫୁଲ ର ବ୍ୟବହାର ହେବ ନାହିଁ। ତେଣୁ ଭୁଲ ରେ ମଧ୍ୟ ମହାଦେବ ଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଖର୍ତାଳ ନାମକ ବାଦ୍ୟ ଯନ୍ତ୍ର’। ପୁରାଣ ଅନୁସାରେ ଉଲ୍ଲେଖନୀୟ ରହିଛି ଯେ, ମହଦେବ ଙ୍କ ପୂଜା ରେ ଖର୍ତାଳ ବାଦ୍ୟ ଯନ୍ତ୍ର ର ବ୍ୟବହାର କରିବା ଅନୁଚିତ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ତୁଳସୀ ପତ୍ର’। ପ୍ରାଚୀନ ପୁରାଣ ଗାଥା ଅନୁସାରେ ଜଳନ୍ଧର ନାମକ ଅସୁର ର ପତ୍ନୀ ବୃନ୍ଦା ଙ୍କ ଅଂଶ ରୁ ହିଁ ତୁଳସୀ ବୃକ୍ଷ ର ଉତ୍ପତ୍ତି ହୋଇଛି। ମହାଦେବ ଜଳନ୍ଧର ର ବଧ କରିଥିଲେ। ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେ ଯେ, ଶିବଲିଙ୍ଗ ର ପୂଜା ରେ ତୁଳସୀ ର ବ୍ୟବହାର ହେବ ନାହିଁ। ଏହି ଅଭିଶାପ ମହଦେବ ଗ୍ରହଣ କରିଥିଲେ। ତେଣୁ କେବେବି ଭଗବାନ ଶିବ ଙ୍କ ପୂଜା ରେ ତୁଳସୀ ପତ୍ର ର ବ୍ୟବହାର କରନ୍ତୁ ନାହିଁ।

୫. ବନ୍ଧୁଗଣ ପଞ୍ଚମ ଜିନିଷ ଟି ହେଉଛି, ‘ରାଶି’। ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁ ଙ୍କ ଦେହର ମଳି ରୁ ରାଶିର ଉତ୍ପନ୍ନ ହୋଇଛି। ତେଣୁ ଏହାକୁ ମହାଦେବ ଙ୍କ ପୂଜା ରେ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ବାରା ମହାଦେବ ଙ୍କ ଅପମାନ ହୋଇଥାଏ। ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ।

୬. ବନ୍ଧୁଗଣ ଷଷ୍ଠ ଜିନିଷ ଟି ହେଉଛି, ‘ଭାଙ୍ଗି ଥିବା ଚାଉଳ’। ମହାଦେବ ଙ୍କୁ କେବେବି ଭଙ୍ଗା ଚାଉଳ ର ଅର୍ପଣ କରନ୍ତୁ ନାହିଁ।ବାଛି କରି ଭଲ ଚାଉଳ ଅର୍ପଣ କରନ୍ତୁ। ଆପଣଙ୍କ ଏହି ପରିଶ୍ରମ ଦ୍ୱାରା ମହାଦେବ ସନ୍ତୁଷ୍ଟ ହେବେ ଏବଂ ମହାଦେବ ଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ।

୭. ବନ୍ଧୁଗଣ ସପ୍ତମ ଜିନିଷ ଟି ହେଉଛି, ‘କୁମକୁମ’। ହିନ୍ଦୁ ଧର୍ମରେ କୁମକୁମ ସୌଭାଗ୍ୟ ର ପ୍ରତୀକ ଅଟେ। ଭଗବାନ ଶିବ ବୈରାଗୀ ଅଟନ୍ତି। କୁମକୁମ ର ବ୍ୟବହାର ହିନ୍ଦୁ ନାରୀ ମାନେ ନିଜ ପତି ଙ୍କ ଦୀର୍ଘାୟୁ ପାଇଁ କରନ୍ତି। ତେଣୁ ଶିବଲିଙ୍ଗ ପୂଜାରେ କୁମକୁମ ର ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଏହି ମହା ଶିବରାତ୍ରି ଦିନ ରାତି ସାରା ଉଜାଗର ରହି ମହାମୃତ୍ୟୁଞ୍ଜୟ ର ଜପ କରିବେ ତେବେ ଆପଣଙ୍କୁ ମହାଦେବ ଙ୍କ କୃପାଦୃଷ୍ଟି ଅବଶ୍ୟ ଲାଭ ହେବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *