ମହାଶିବରାତ୍ରି ବ୍ରତ କଥା, ଭୋଲେନାଥଙ୍କୁ ଭକ୍ତି କରିଥିଲେ ଲେଖନ୍ତୁ ‘ଓଁ ନମଃ ଶିବାୟ’ – Shivratri Special

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ସଂସାର ପୂର୍ବରୁ ଅନ୍ଧକାରମୟ ଥିଲା। ଦିନେ ମଧ୍ୟରାତ୍ରି ରେ ଶିବଲିଙ୍ଗ ର ଆକସ୍ମିକ ଉତ୍ପତ୍ତି ହୋଇଥିଲା ଏବଂ ଏହାଦ୍ବାରା ସମଗ୍ର ସଂସାର ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା। ଏହି ଦିନକୁ ହିଁ ଭଗବାନ ଶିବଙ୍କ ଜନ୍ମ ଦିବସ ରୂପରେ ମହା ଶିବରାତ୍ରି ବ୍ରତ ପାଳନ କରାଯାଏ। ଶିବ ଲିଙ୍ଗ ର ପୂଜା ସର୍ବ ପ୍ରଥମେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା କରିଥିଲେ। ଏହାସହିତ ଦେବୀ ଲକ୍ଷ୍ମୀ, ସରସ୍ବତୀ, ଇନ୍ଦ୍ର ଙ୍କ ପତ୍ନୀ ରତି ଏବଂ ଗାୟତ୍ରୀ ସର୍ବ ପ୍ରଥମେ ମହାଶିବରାତ୍ରି ର ଉପବାସ ରଖିଥିଲେ।

ହିନ୍ଦୁ ଧର୍ମର ଶାସ୍ତ୍ର ରେ ଏହି ମହାଶିବରାତ୍ରି ବ୍ରତ କଥା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏବଂ ଏହାର ବିଶେଷ ମହତ୍ତ୍ୱ ରହିଛି। ଯେଉଁ ବ୍ୟକ୍ତି ଏହି ମହାଶିବରାତ୍ରି ର ବ୍ରତ କଥାକୁ ଶୁଣିଥାଏ ତା’ ଉପରେ ଭଗବାନ ଶିବ ଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ବିରଳ ଦିବସ ମହାଶିବରାତ୍ରି ବ୍ରତ କଥା ସମ୍ବନ୍ଧରେ।

ବନ୍ଧୁଗଣ ‘ଚିତ୍ରଭାନୁ’ ନାମକ ଏକ ଶି-କା-ରୀ ଥିଲା । ସେ ଜଙ୍ଗଲ ରେ ପଶୁ ପକ୍ଷୀ ଙ୍କ ଶି-କା-ର କରି ନିଜର ପେଟ ପୋଷେ ଏବଂ ନିଜ ପରିବାର ର ପାଳନ ପୋଷଣ କରେ। ସେ ଜଣେ ସାହୁକାର ଠାରୁ କରଜ ଆଣି ସମୟରେ ସୁଝି ପାରି ନଥିଲା। ଯେଉଁ କାରଣରୁ ସାହୁକାର ତା’କୁ ଏକ ଶିବ ମଠ ରେ ବ-ନ-ଦୀ କରି ଦେଇଥିଲା। ସେହି ଶି-କା-ରୀ ଟି ମଠ ରେ କିଛି ଉପାୟ ନପାଇ ଭଗବାନ ଶିବ ଙ୍କୁ ଆରାଧନା କରିଲା।

ଏହାର ପର ଦିନ ସାହୁକାର ଶି-କା-ରୀ କୁ ବ-ନ-ଦୀ ରୁ ମୁକ୍ତ କରିବା ନିମନ୍ତେ ଆସିଲା ଏବଂ ଶି-କା-ରୀ ଟି ଏକ ଦିନ ମଧ୍ୟରେ କରଜ ସୁଝି ଦେବ ବୋଲି ବଚନ ଦେଇ ବ-ନ-ଦୀମୁକ୍ତ ହୋଇ ଜଙ୍ଗଲ କୁ ଗଲା। ଏକ ଦିନ ଭୋକ ଉପାସ ରେ ରହି ସେ ଥକି ଯାଇଥିଲା ଏବଂ ସେ ଯାଇ ଶିବଲି-ଙ୍ଗ ଥିବା ସ୍ଥାନରେ ଏକ ବେଲ ଗଛ ପାଖରେ ବସି ପଡ଼ିଲା ଏବଂ ବେଲ ପତ୍ର ଛିଣ୍ଡାଇବାକୁ ଲାଗିଲା। ସେହି ପତ୍ର ଗୁଡ଼ିକ ଶିବ ଲିଙ୍ଗ ଉପରେ ପଡ଼ୁଥିଲା। ଏହାଦ୍ବାରା ଶି-କା-ରୀ ଭୋକ ଉପାସ ରେ ଥିବା ଯୋଗୁଁ ତା’ର ବ୍ରତ ମଧ୍ୟ ପୂର୍ଣ୍ଣ ହୋଇଗଲା ଏବଂ ସେ ଶିବ ଲିଙ୍ଗ ଉପରେ ବେଲ ପତ୍ର ମଧ୍ୟ ଅର୍ପଣ କରିଦେଲା।

ଏହାର ପରଦିନ ଏକ ଗର୍ଭବତୀ ହରିଣ ସେହି ବାଟ ଦେଇ ଯାଉଥିଲା ଏବଂ ତା’କୁ ଦେଖି ଶି-କା-ରୀ ଶି-କା-ର କରିବା ନିମନ୍ତେ ନିଜର ବାଣ ଉଠାଇବା ବେଳେ ସେହି ହରିଣ ଟି କହିଲା ଯେ ସେ ଗର୍ଭବତୀ ଅଛି। ସେ ନିଜର ଛୁଆ କୁ ଜନ୍ମ ଦେବା ପରେ ହିଁ ଶି-କା-ର ନିମନ୍ତେ ଉପସ୍ଥିତ ହୋଇଯିବ। ସେ ନିଜ ଛୁଆ ର ଜୀବନ ନିମନ୍ତେ ଶି-କା-ରୀ ପାଖରେ ନିବେଦନ କରିଲା। ଏହା ଦେଖି ଶି-କା-ରୀ ମନରେ ଦୟା ଆସିଗଲା ଏବଂ ସେ ଗର୍ଭବତୀ ହରିଣ କୁ ଛାଡ଼ି ଦେଲା।

ଏହାର କିଛି ସମୟ ପରେ ସେ ଅନ୍ୟ ଏକ ହରିଣ କୁ ଦେଖିଲା ଏବଂ ତା’କୁ ଶି-କା-ର କରିବାକୁ ଯାଉଥିବା ସମୟରେ ହରିଣ ଟି କହିଲା ଯେ ସେ ବର୍ତ୍ତମାନ ହିଁ ଋତୁସ୍ରାବ ରୁ ମୁକ୍ତ ହୋଇ କାମାତୁର ଭାବରେ ନିଜ ପତି ପାଖକୁ କରିବାକୁ ଯାଉଛି। ପତି କୁ ଦେଖା କରି ସେ ତୁରନ୍ତ ଉପସ୍ଥିତ ହୋଇଯିବ। ଏହା ଶୁଣି ମଧ୍ୟ ଶି-କା-ରୀ ସେହି ହରିଣ କୁ ଛାଡ଼ି ଦେଲା।

ଏହାପରେ ଅନ୍ୟ ଏକ ହରିଣ ନିଜ ଦୁଇଟି ଛୁଆ କୁ ନେଇ ଯାଉଥିବା ସମୟରେ ଶି-କା-ରୀ ଶି-କା-ର କରିବା ନିମନ୍ତେ ନିଜର ବାଣ ଉଠାଇଲା। କିନ୍ତୁ ସେହି ହରିଣ ଟି କହିଲା ସେ ନିଜର ଦୁଇ ଛୁଆ ଙ୍କୁ ପିତା ଙ୍କ ପାଖରେ ଛାଡ଼ି ଶି-କା-ର ନିମନ୍ତେ ଉପସ୍ଥିତ ହୋଇଯିବ। ଛୁଆ ମାନଙ୍କ ପାଇଁ ଶି-କା-ରୀ ମନରେ ଦୟା ଭାବ ଆସିଲା ଏବଂ ସେ ହରିଣ କୁ ଛାଡି ଦେଲା।

ରାତି ସମୟରେ ସେ ଏକ ହୃଷ୍ଟପୁଷ୍ଟ ହରିଣ କୁ ଦେଖି ଶି-କା-ର କରିବା ନିମନ୍ତେ ଆସିଲା। କିନ୍ତୁ ସେହି ହରିଣ ଟି ନିଜର ପରିଚୟ ରୂପରେ ସେହି ତିନି ହରିଣ ଙ୍କ ପତି ରୂପରେ ଦେଲା ଏବଂ ଭିକ୍ଷା ସ୍ୱରୂପ ନିଜ ଜୀବନ କୁ ମାଗିଲା। ଏହା ମଧ୍ୟ କହିଲା ଯେ ମୋର ପତ୍ନୀ ମାନେ ନିଜ ଧର୍ମ ପାଳନ କରିବା ପରେ ମୁଁ ସ୍ୱୟଂ ଆପଣଙ୍କ ସାମ୍ନା ରେ ଶି-କା-ର ନିମନ୍ତେ ଉପସ୍ଥିତ ହୋଇଯିବି। ଏହାପରେ ଶି-କା-ରୀ ଟି ସେହି ହରିଣ କୁ ମଧ୍ୟ ଯିବାକୁ ଦେଲା। ରାତି ସାରା ଭୋକ ଉପାସରେ ଉଜାଗର ରହିବା ପରେ ଶି-କା-ରୀ ଟି ଧନୁ ବା-ଣକୁ ତ୍ୟାଗ କରିଦେଲା ଏବଂ ତା’ ମନରେ ଏକ ଆଧ୍ୟାତ୍ମିକ ଭାବ ଉତ୍ପନ୍ନ ହେଲା।

ଏହାପରେ ସେହି ହରିଣ ର ସପରିବାର ଶି-କା-ର ନିମନ୍ତେ ଉପସ୍ଥିତ ହେଲେ। ଏହା ଦେଖି ଶି-କା-ରୀ ର ଆଖିରେ ଅଶ୍ରୁ ଭରିଗଲା ଏବଂ ତା’ ମନରେ ଜୀବ ପାଇଁ ଦୟା ଭାବ ଆସିଲା ଏବଂ ସେ ସମ୍ପୂର୍ଣ୍ଣ ଭାବରେ ଜୀବ ହ-ତ-ୟା କୁ ତ୍ୟାଗ କରିଦେଲା। ଏହା ଦେଖି ସ୍ୱର୍ଗ ରୁ ପୁଷ୍ପ ର ବର୍ଷା ହେଲା ଏବଂ ହରିଣ ର ପରିବାର ଓ ଶି-କା-ରୀ ଉଭୟ ଙ୍କୁ ମୋକ୍ଷ ପ୍ରାପ୍ତି ହେଲା।
ତେବେ ଏହାଥିଲା ପବିତ୍ର ମହାଶିବରାତ୍ରି ବ୍ରତ ର ମହାନ ଗାଥା।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *