ହେ ଭଗବାନ ! ମହାନଦୀରେ ମନ୍ଦିର ସହିତ ବୁଡ଼ିଗଲେ ମା’ ଭଟ୍ଟାରିକା, ଦେଖନ୍ତୁ Video

ବନ୍ଧୁଗଣ କଟକ ଆଠଗଡ ବଡ଼ମ୍ବା ରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ଙ୍କ ମନ୍ଦିର । ଏହି ପୀଠ ରେ ମାଆ ଙ୍କୁ ଷୋଡ଼ସି ଭାବରେ ପୂଜା କରାଯାଏ । ମହାନଦୀ କୂଳରେ ଏକ ଟାପୁ ରେ ନଦୀ ର ୨୦ ଫୁଟ ଉଚ୍ଚତା ରେ ରହିଛି ଏହି ମନ୍ଦିର । କିନ୍ତୁ ଏବେ ଦେଖନ୍ତୁ ଏହି ମନ୍ଦିର ର ଅବସ୍ଥା । ମହାନଦୀ ପାଣିରେ ବୁଡିଛି ଏହି ମନ୍ଦିର । କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ରେ ଉପର ମୁଣ୍ଡ ରୁ ଆସୁଛି ପାଣି ।

ହୀରାକୁଦ ବନ୍ଧ ରୁ ପାଣି ନିଷ୍କାସନ ଏବଂ ତଳିଆ ଅଞ୍ଚଳ ରେ ପ୍ରବଳ ବର୍ଷା ର ପ୍ରଭାବ ରେ ଫୁଲୁଛି ମହାନଦୀ । ୧୩ ତାରିଖ ର ସ୍ଥିତି ଦେଖନ୍ତୁ ପାଣି ୧୨ ରୁ ୧୫ ଫୁଟ ଉଠି ଭଟ୍ଟାରିକା ମନ୍ଦିର ର ସବୁ ପାହାଚ ବୁଡ଼ି ବେଢ଼ା ପର୍ଯ୍ୟନ୍ତ ପହଞ୍ଚିଛି । ରାତିକ ଭିତରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଏହା ହେଉଛି ୧୪ ତାରିଖ ଦିନ ର ସ୍ଥିତି ।

ମନ୍ଦିର ଭିତରେ ୩ ରୁ ୪ ଫୁଟ ର ପାଣି । ଫୁଲୁଛି ମହାନଦୀ । ଯୁଆଡେ ବି ଦେଖିବେ କେବଳ ପାଣି ଓ ଖାଲି ପାଣି । ମହାନଦୀ ର ଏଭଳି କରାଳ ରୂପ ଆଗରୁ ଦେଖି ନଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ୧୫ ତାରିଖରେ ସ୍ଥିତି ସାଂଘାତିକ । ପାଣି ର ମାତ୍ରା କମିବା ବଦଳରେ ବଢ଼ିବାରେ ଲାଗିଛି । ପାଣି ଦେଖିବାକୁ ଲୋକ ଙ୍କ ଭିଡ଼ ଲାଗିଥିବା ରୁ ଆଜି ପ୍ରଶାସନ ତରଫ ରୁ ଲାଗିଛି ୧୪୪ ଧାରା ।

ମାଆ ଭଟ୍ଟାରିକା ଙ୍କ ବିଗ୍ରହ କୁ ବନ୍ୟା ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତର କରାଯାଇ ସାରିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ପରିଚାଳନା କମିଟିର ପ୍ରସ୍ତୁତି ରେ ଉଠିଲାଣି ପ୍ରଶ୍ନ । ଗାଁ ଅଂଚଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ । ବିଭିନ୍ନ ସ୍ଥାନ କୁ ଯୋଗାଯୋଗ ବିଛିନ୍ନ ହୋଇଛି । ପ୍ରବଳ ବନ୍ୟା ର କରାଳ ରୂପ ଏବେ ଲୋକଙ୍କ ମନରେ ଛନକା ସୃଷ୍ଟି କରିଲାଣି ।

ଏହି ସମସ୍ୟା ଆଜିର କିମ୍ବା ଏଥର ର ନୁହେଁ ପ୍ରତିବର୍ଷ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ବନ୍ୟା ଆସିଲେ ମାଆ ଙ୍କୁ ସ୍ଥାନାନ୍ତର କରାଯାଏ । ବର୍ତ୍ତମାନ ଭକ୍ତ ମାନଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, କେବେ ହେବ ଏଭଳି ସମସ୍ୟା ର ସ୍ଥାୟୀ ସମାଧାନ ? ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *