ବର୍ଷାରେ ଶାହରୁଖ ଖାନ ବନି କରୁଥିଲା ଡ୍ୟାନ୍ସ, ଅଚାନକ ହେଲା ବଜ୍ରପାତ, ଆଉ ତାପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ଓ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଅତି ସହଜରେ ଏହି ସବୁ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । କୁହାଯାଏ ଯେତେବେଳେ ଭାଗ୍ୟ ଭଲ ଥାଏ ସେତେବେଳେ ମୃତ୍ୟୁ ମଣିଷକୁ ଛୁଇଁକି ଚାଲିଯାଇଥାଏ ।

ଠିକ ଏହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

୧. ବନ୍ଧୁଗଣ ଗତ ବର୍ଷ ସାଉଦିରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥିଲା । ସାଉଦିରେ ଏକ ଟ୍ରକ ରେସ୍ ଚାଲିଥିଲା ଓ ଏହି ରେସ୍ କୁ ରେକର୍ଡ କରିବା ପାଇଁ ଉପରୁ ଏକ ହେଲିକପ୍ଟର ଉଡୁଥିଲା । ହେଲେ ବନ୍ଧୁଗଣ ଗୋଟେ ଟ୍ରକଟି ରାସ୍ତା ଖରାପ ହେବାରୁ କିଛି ମାତ୍ରାରେ ଉପରକୁ ଉଠିଯାଇଥିଲା ଓ ହେଲିକପ୍ଟର ସହ ମାଆଡ ହେଇଥିଲା କିନ୍ତୁ ଭାଗ୍ୟ ଭଲ ଥିବାରୁ କାହାର ବି କୌଣସି କ୍ଷତି ହୋଇ ନଥିଲା ।

୨. ୪ ସେପ୍ଟେମ୍ବର ୨୦୨୧ରେ କ୍ରାନଫର୍ଡରେ ଭୟାନକ ବର୍ଷା ହୋଇଥିଲା । ମାର୍ଲୋନ ଭାଲେ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଣିରେ ଭରିଯାଇଥିଲା । ବନ୍ଧୁଗଣ ମାର୍ଲୋନଙ୍କ ଘରେ ତାଙ୍କ ପୁଅ ଥିଲେ ଓ ସେ ଘର ବେସମେଣ୍ଟରୁ ବାହାରକୁ ଯିବା ବେଳେ ହିଁ ଘର କାନ୍ଥ ଭାଙ୍ଗି ପାଣି ପଶିଗଲା । ଭାଗ୍ୟ ଭଲ ଥିବାରୁ ତାଙ୍କର କିଛି କ୍ଷତି ହେଲା ନାହିଁ ।

୩. ଅଗଷ୍ଟ ୨୦୧୯ରେ ଇଟାଲୀ ଦେଶର ଏଲିନା ସ୍କିଏରା ନାମକ ଜଣେ ଯୁବତୀ ନିଜ ସାଙ୍ଗ ମାନଙ୍କ ସହ ଷ୍ଟ୍ରୋମବୋଲି ଆଇଲ୍ୟାଣ୍ଡକୁ ଯାଇଥିଲେ । ବନ୍ଧୁଗଣ ସେହି ଆଇଲ୍ୟାଣ୍ଡଟି ପ୍ରକୃତରେ ଜ୍ଵଳାମୁଖୀ ଥିଲା ଓ ସେମାନେ ଯିବା ମାତ୍ରେ ହିଁ ଜ୍ଵାଳାମୁଖୀ ଫାଟିଗଲା । କିନ୍ତୁ ଭାଗ୍ୟ ଭଲ ଥିବାରୁ ସେମାନଙ୍କର କିଛି ହେଲା ନାହିଁ ।

୪. ବନ୍ଧୁଗଣ ଡ୍ରିଲ ମେସିନ ବା ଗ୍ରାଇଣ୍ଡର ଆଦିରେ ଲୁହା ଓ ଆଲୁମିନିୟମ କଟା ଯାଇଥାଏ । ଡ୍ରିଲ ମେସିନ ଚଳେଇବା ବେଳେ ଅନେକ ଲୋକଙ୍କ ଦୁର୍ଘଟଣା ହୋଇଥାଏ । ଜଣେ ବ୍ୟକ୍ତି ଡ୍ରିଲ ମେସିନ ଚଳଉଥିବା ବେଳେ ଏକ ଲୁହା ଖଣ୍ଡ ତାର ଆଖି ଭିତରେ ପସିବାକୁ ଯାଉଥିଲା ହେଲେ ବ୍ୟକ୍ତି ଜନକ ଚଷମା ପିନ୍ଧି ଥିବାରୁ ଲୁହାଟି ତାର ଚଷମାରେ ବାଜି ରହିଯାଇଥିଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବ୍ୟକ୍ତି ନିଜ ବାଇକରେ ବସି ବର୍ଷାର ମଜା ନେଉଥିଲେ ଓ ଭିଡିଓ କରୁଥିଲେ । ହେଲେ ହଠାତ ସେହି ସ୍ଥାନରୁ କିଛି ଦୂରରେ ବିଜୁଳି ପଡେ ଯାହାଫଳରେ ଯୁବକ ଜଣକଙ୍କ ସବୁ ହିରୋ ଗିରି ପାଣିରେ ମିଶି ଯାଏ ।

Leave a Reply

Your email address will not be published. Required fields are marked *