ମହାନଦୀରୁ ଛାଣିନେବ ସବୁ ମାଛ ଛତିଶଗଡ଼, ପାଣି ଛାଡିଥିଲା ମାଛ ଧରିବାକୁ !

ଧରା ପଡିଲା ଛତିଶଗଡର ଚାଲାକି । ଓଡ଼ିଶାକୁ ନ ଜଣାଇ ସବୁ ଗେଟ କାହିଁଙ୍କି ଖୋଲି ଦେଉଥିଲା ? କାହିଁକି ଛାଡି ଦେଉଥିଲା ସବୁ ପାଣି । ଯେଉଁଥି ରେ ଛତିଶଗଡ କୁ ହେଉଛି ଲାବ । ମହାନଦୀ ହେଉଛି ମାଛ ମାନଙ୍କର ଭଣ୍ଡାର । କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରିଥାନ୍ତି ମାଛ ଧରାଳି ଆନେ । ଯାହା ପାଇଁ ଓଡିଶାର ମଶ୍ଚ୍ୟ ଜୀବି ମାନେ ଭଲ ରୋଜଗାର କରି ପାରନ୍ତି । କିନ୍ତୁ ଏବେ ଛତିଶଗଡ କଲମା ବ୍ୟାରେଜ ସବୁ ଗେଟ ଖୋଲି ଦେବା ପରେ କଲମା ଜଳ ହୀରାକୁଦ ଡ୍ୟାମ କୁ ଆସିଯାଇଛି ।

ତେବେ ନିଶ୍ଚୟ ମନରେ ପ୍ରଶ୍ନ ଆସୁଥିବ କି ଯଦି ସବୁ ପାଣି ଡ୍ୟାମ ରେ ରହିଯାଇଛି ତେବେ ମାଛ ବି ଆସି ଯାଇଥିବେ । ହଁ ଦର୍ଶକ ବନ୍ଧୁ ପ୍ରଖର ସ୍ରୋତରେ ପାଣି ଆସିବା ସହ ମାଛ ବି ଆସିଥାଏ । କିନ୍ତୁ ପ୍ରଖର ସ୍ରୋତ କାରଣରୁ ମାଛ ଗୁଡିକ ପୁଣି ଥରେ ଉପର ମୁଣ୍ଡକୁ ଚାଲି ଯାଆନ୍ତି ପ୍ରଜନନ ପାଇଁ । ଯେଉଁଥିରେ କେବଳ ଛତିଶଗଡକୁ କେବଳ ଲାଭ ।

କାରଣ ଜୁଲାଇ 15ରୁ ଅଗଷ୍ଟ 31 ଯାଏଁ ମହାନଦୀ  ହୀରାକୁଦ ଜଳ ଭଣ୍ଡାରରେ ମାଛ ଧରିବା ପରେ କଟକଣା ରହିବ । କାରଣ ପ୍ରଜନନ ଋତୁ ପାଇଁ ଏହି କଟକଣା ସବୁ ବର୍ଷ ଲାଗୁ ହୋଇଥାଏ । କେବଳ ମଶ୍ଚ୍ୟ ଜୀବି ସମବାୟ ସମିତି ଗୁଡିକୁ ମାଛ ଧରିବାକୁ ଅନୁମତି ମିଳିଥାଏ । କିନ୍ତୁ ସେମାନେ ଜାଲରେ ପଡୁଥିବା ବଡ ମାଛ ଗୁଡିକୁ ପୁଣି ଥରେ ପାଣିରେ ଛାଡିବାକୁ ବାଧ୍ୟତାମୂଳକ ରହିଥାଏ ।

ସବୁଠାରୁ ବଡ କଥା ହେଲା ଓଡିଶାରେ ଲାଗୁ ହେଉଛି କିନ୍ତୁ ଛତିଶଗଡରେ ଏଭଳି କଟକଣା କିଛି କାଟୁ କରୁ ନାହିଁ । ସେଠାରେ ମଶ୍ଚ୍ୟଜୀବୀ ମାନେ ମନ ଇଚ୍ଛା ମାଛ ଧରନ୍ତି । ହୀରାକୁଦ ଜଳ ଭଣ୍ଡାରର ସବୁଠାରୁ ନିକଟତର ବ୍ୟାରେଜ ହେଲା ଛତିଶଗଡର କଲମା । କଲମା ବ୍ୟାରେଜ ଏବେ ସବୁ ଖୋଲି ଦେଉଛି । କିନ୍ତୁ ପ୍ରଖର ସ୍ରୋତ ରେ ମାଛ ଗୁଡିକ ଉପର ମୁଣ୍ଡକୁ ପ୍ରଜନନ କରିବା ପାଇଁ ଚାଲି ଯାନ୍ତି ।

କିନ୍ତୁ ଛତିଶଗଡରେ କିଛି କଟକଣା ନ ଥିବାରୁ ସେଠିକାର ମାଛ ଧରାଳି ମାନେ ସବୁ ନିୟମକୁ ଉଲଂଘନ କରି ମାଛ ଧରିଥାନ୍ତି । ସୂଚନା ଅନୁଯାୟୀ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ପୂର୍ବରୁ ସମିତି କଟକଣା ସମୟରେ ଦୈନିକ 1 ଟନ ମାଛ ଧରୁଥିଲା । ଆଉ ମାଛ ପ୍ରଜନନ ସରିବା ପରେ ଦୈନିକ 7ରୁ 8ଟନ ମାଛ ଧରା ଯାଉଥିଲା ।

କିନ୍ତୁ ଏବେ କଟକଣା ସମୟରେ 1 ଟନ ଓ କଟକଣା ପରେ 2 ଟନ ରୁ ଅଧିକ ମାଛ ଧରି ହେଉ ନାହିଁ । ମୌସୁମୀ ଆଗମନ ସହ ମାଛମାନେ ପ୍ରଜନନ ଆରମ୍ଭ କରିଥାନ୍ତି । ଆଉ ଏବେ ମୌସୁମୀ ସହ ଛତିଶଗଡ ସବୁ ଗେଟ ଖୋଲି ଦେଇଛି । ଓଡିଶାରେ ଗଭୀର ପାଣି ଭରିଯାଉଛି । ଅନ୍ୟ ପକ୍ଷେ ଛତିଶଗଡରେ ପାଣି କମ ଥିବାରୁ ମାଛମାନେ ପ୍ରଜନନ ପାଇଁ ଉପର ମୁଣ୍ଡକୁ ଚାଲି ଯାଉଛନ୍ତି । ଫଳରେ ଓଡିଶା ଭାଗରେ ମାଛ ପଡୁ ନାହିଁ । ସବୁ ଛତିଶଗଡ ନେଇଯାଉଛି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *